ହୋସ୍ ଉଡାଇଦେଲା ନୂଆ ହେଲମେଟ୍ ନିୟମ ! ଏଣିକି ଶସ୍ତା ହେଲମେଟ୍ ପିନ୍ଧିଲେ ଦେବାକୁ ପଡିବ ଜୋରିମାନା । ହଲମାର୍କ ହେଲମେଟ୍ ନପିନ୍ଧିଲେ ହଜାରେ ଗଣିବେ ଗାଡିଚାଳକ ।
ଆଉ ଚଳିବନି ଚାଲୁ ହେଲମେଟ୍ । ଶସ୍ତା ପିନ୍ଧିଲେ ହେଲମେଟ୍ ଦେବେ ଜୋରିମାନା । ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ, ବାଇକ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ରାସ୍ତାରେ ଯିବା ବେଳେ ଫାଇନକୁ ଫାଙ୍କିବା ପାଇଁ ବାଇକ ଚାଳକ ମୁଣ୍ଡରେ ଯେକୌଣସି ଶସ୍ତା କ୍ୱାଲିଟିର ହେଲମେଟ୍ ପିନ୍ଧୁଛନ୍ତି । ଯାହାକି ସୁରକ୍ଷା ଦୃଷ୍ଟିରୁ ଅନେକ ସମୟରେ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । କାରଣ ଦୁର୍ଘଟଣା ଘଟିଲେ, ଏହି ଶସ୍ତା ହେଲମେଟ୍ ଆପଣଙ୍କ ଜୀବନ ରକ୍ଷା କରିପାରିନଥାଏ ।

ହେଲମେଟ୍ ପାଇଁ ଆସିଲା ନୂଆ ନିୟମ । ହଲମାର୍କ ହେଲମେଟ୍ ନଥିଲେ ହଜାରେ ଟଙ୍କା ଜରିମାନା ଦେବାକୁ ପଡିବ । ସରକାର ସଡକ ସୁରକ୍ଷା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ବାଇକ ଚାଳକମାନେ କେବଳ ହଲମାର୍କ ଥିବା ହେଲମେଟ୍ ହିଁ ପିନ୍ଧିପାରିବେ । ଆଉ ବଡ କଥା ହେଉଛି, ଏହି ନିୟମ ନମାନିଲେ, ବାଇକ ଚାଳକଙ୍କୁ ଜୋରିମାନା ଦେବାକୁ ପଡିବ ।
ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁକରୁଛନ୍ତି । କିନ୍ତୁ କିଛି ବେପରୁଆ ବାଇକ ଚାଳକ ଟ୍ରାଫିକ୍ ନିୟମ ମାନିବାକୁ ପ୍ରସ୍ତୁତ ନୁଁହନ୍ତି । ଆଉ କିଛି ଚାଳକ ଫାଇନରୁ ବର୍ତିବା ପାଇଁ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଉଛନ୍ତି । କାରଣ ସେମାନେ ସଠିକ ହେଲମେଟର ବ୍ୟବହାର କରୁନାହାନ୍ତି, ଯେକୌଣସି ଏକ ଶସ୍ତା ହେଲମେଟ୍ ପିନ୍ଧି ଗାଡି ଚାଉଛନ୍ତି ।

ବନ୍ଧୁଗଣ ରାସ୍ତା କଡରେ ଅନେକ ଲୋକ ହେଲମେଟ୍ ବିକ୍ରି କରୁଥିବାର ଦେଖାଯାଏ । ଯଦି ଏହି ହେଲମେଟ୍ କିଣିବାଠୁ ନିଜକୁ ଦୂରେଇ ରଖିବେ ଭଲ ହେବ । କାରଣ ଏହି ହେଲମେଟ୍ ହୁଏତ ଆପଣଙ୍କୁ ଫାଇନ ଦେବାରୁ ବଂଚାଇ ଦେବ କିନ୍ତୁ ଆପଣଙ୍କ ଜୀବନ ରକ୍ଷା କରିପାରିବ ନାହିଁ ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।