କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆର୍ଥିକ କ୍ଷେତ୍ର ସମ୍ପର୍କିତ ଆଇନ ପରିବର୍ତ୍ତନ ଲାଗି ବିଚାର କରୁଥିବାର ଜଣାପଡିଛି । ଚେକ୍ ବାଉନ୍ସ ଭଳି ଘଟଣାକୁ ଏବେ କେବଳ ଅପରାଧ ନ ଭାବି ଏପରି କରିଥିବା ବ୍ୟକ୍ତି ବିରୋଧରେ ଜରିମାନା ସାଙ୍ଗକୁ ଦଣ୍ଡ ବିଧାନର ବ୍ୟବସ୍ଥା ଲାଗି ସରକାର ଚିନ୍ତା କରୁଛନ୍ତି । ଏଣୁ ଫାଇନାନ୍ସ ସର୍ଭିସେସ୍ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ, ରିଜର୍ଭ ବ୍ୟାଙ୍କ ଅଧିନିୟମ, ବୀମା ଅଧିନିୟମ ଓ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଭଳି ୩୯ ଟି ଆର୍ଥିକ ଆଇନକୁ ବୈଧିକରଣ କରିବାକୁ ସର୍ବସାଧାରଣଙ୍କ ମତାମତ ଲୋଡିଛନ୍ତି । ସରକାର ବ୍ୟବସାୟୀକ ଶରଳତା (ଇଜ୍ ଅଫ ଡୁଇଂ ବିଜନେସ୍) ଲାଗି ଅନେକ ଆଇନରେ ପରିବର୍ତ୍ତନ ଲାଗି ବିଚାର କରୁଛନ୍ତି ।

ଏହାଦ୍ୱାରା ବ୍ୟବସାୟୀଙ୍କୁ କୋର୍ଟ କଚେରୀରୁ ରିହାତି ମିଳିବା ସହ ସମସ୍ୟାର ସୁଗମ ସମାଧାନ ହେବ । ଆଇନର ଜଟିଳ ପ୍ରକ୍ରିୟା ବ୍ୟବସାୟୀଙ୍କ ସମୟ ଅପଚୟ କରୁଛି । ଏଣୁ ସରକାର ଏପରି ଆଇନରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ସରକାର ସୂଚିତ କରିଛନ୍ତି । ଗତ ଫେବୃଆରୀ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନା କରିବା ବେଳେ ଏ ନେଇ ସୂଚନା ଦେଇଥିଲେ ।
ପୂର୍ବରୁ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ୧୮୮୧ ରେ କୌଣସି ବ୍ୟକ୍ତି ଦେଇଥିବା ଚେକ୍ ବାଉନ୍ସ ହେଲେ ତାଙ୍କୁ ୩୦ ଦିନ ମଧ୍ୟରେ ଲିଗାଲ ନୋଟିସ୍ କରିବାକୁ ପଡୁଥିଲା । ଏବେ ନୂଆ ଆଇନରେ ନୋଟିସ୍ ମିଳିବାର ୧୫ ଦିନ ମଧ୍ୟରେ ମାମଲାର ସମାଧାନ ଜରୁରି କରିଦିଆଯିବ । ଏଥିରେ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନର ଆଶ୍ରୟ ନିଆଯିବାର ବ୍ୟବସ୍ଥା ହେବାକୁ ଥିବା ବେଳେ ଦଣ୍ଡର ମଧ୍ୟ ପ୍ରାବଧାନ ରହିବ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।