ଷ୍ଟାର ଖେଳାଳି ଇରଫାନ ଏବଂ ୟୁସୁଫ ପଠାନ କରୋନା ବିପଦରେ କରିବେ ସାହାଯ୍ୟ । କରୋନା ପ୍ରଭାବିତ ଲୋକଙ୍କୁ କରିବେ ସାହାଯ୍ୟ ।

ଭାରତର ପୂର୍ବ ଅଲ ରାଉଣ୍ଡର ତଥା ଜଣେ ଉନ୍ନତ ଖେଳାଳି ଇରଫାନ ପଠାନ କହିଲେ କି କରୋନା ସଂକ୍ରମଣ ଦ୍ୱାରା ପ୍ରଭାବିତ ଦକ୍ଷିଣ ଦିଲ୍ଲୀର ଲୋକମାନଙ୍କୁ ସେ ସାହାଯ୍ୟ କରିବେ। କରୋନାର ଦ୍ୱିତୀୟ ଲହରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ସହର ମାନଙ୍କ ଭିତରୁ ଗୋଟେ ସହର ଦକ୍ଷିଣ ଦିଲ୍ଲୀରେ ଅଧିକାଂଶ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଉ ସେଠାରେ ବେଡ଼ ମାନଙ୍କର ଅଭାବ ଦେଖା ଯାଉଛି। ଇଣ୍ଡିଆ ନିମନ୍ତେ ୨୯ଟି ଟେଷ୍ଟ ତଥା ୧୨୦ଟି ଦିନିକିଆ ମ୍ୟାଚ ଖେଳିଥିବା ଇରଫାନ ପଠାନ ନିଜେ ମାର୍ଚ୍ଚ ମାସରେ ପଜିଟିଭ ହେଇ ଯାଇଥିଲେ। ତାଙ୍କ ବଡ଼ ଭାଇ ୟୁସୁଫ ପଠାନ ବି ସଡକ ସୁରକ୍ଷା କ୍ରିକେଟ ସିରିଜ ପରେ ପଜିଟିଭ ପାଇଥିଲେ।

Google

ଇରଫାନ ଟ୍ୱିଟ କଲେ, ” ଯେତେବେଳେ ଏହି ସମୟରେ ସାରା ଦେଶରେ କରୋନା ମହାମାରୀ ଦ୍ୱାରା ଲୋକ ଆତଙ୍କିତ ହେଇ ରହିଛନ୍ତି ତ ଏହି ସମୟରେ ଲୋକ ମାନଙ୍କର ସାହାଯ୍ୟ କରିବା ଆମ କର୍ତ୍ତବ୍ୟ ଅଟେ। ତେଣୁ ପଠାନ ଏକାଡେମୀ ଅଫ କ୍ରିକେଟ ଏହି ସମୟରେ ସବୁ ଆବଶ୍ୟକୀୟ ସାହାଯ୍ୟ ଯୋଗାଇବ।” ଏହି ଦୁଇ ଭାଇ ପୂର୍ବ ବର୍ଷ ବି କରୋନା ମହାମାରୀ ସମୟରେ ଆବଶ୍ୟକୀୟ ଲୋକ ମାନଙ୍କୁ ପ୍ରାୟ ୪୦୦୦ ମାସ୍କ ବାଣ୍ଟିବାର ନଜର ଆସିଥିଲେ। ଆଜିକାଲି ଭାରତରେ କରୋନା ପ୍ରଭାବ ଜୋରରେ ବଢିବାକୁ ଲାଗିଛି। ଦିନକୁ ଲକ୍ଷ ଲକ୍ଷ କେସ ଆସିବା ସହ ପ୍ରାୟ ୩୦୦୦ ଲୋକଙ୍କର ମୃତ୍ୟୁ ବି ହେଉଛି।

ଏହା ଆଗରୁ ମଙ୍ଗଳବାର ଦିନ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଯେସନ ବେହେରେନଡ୍ରଫ ଏହା କହିଲେ କି ସେ ୟୁନିସେଫ ଅଷ୍ଟ୍ରେଲିଆକୁ ଭାରତରେ କରୋନା ସଂକ୍ରମିତ ଲୋକ ମାନଙ୍କର ସାହାଯ୍ୟ କରିବା ନିମନ୍ତେ ଅପିଲ କରିବେ ଆଉ ତାଙ୍କୁ ଅଜ୍ଞାତ ରାଶି ଦାନ କରିବେ। ତାଙ୍କ ଆଗରୁ ତାଙ୍କ ସାଥି ପ୍ୟାଟ କମିନ୍ସ ଆଉ ବ୍ରେଟ ଲି ଦାନ କରି ସାରିଛନ୍ତି ବୋଲି ଜଣା ଯାଇଛି।

Google
ଦିଲ୍ଲୀରେ ପୂର୍ବ ୨୪ ଘଣ୍ଟାରେ ୨୦,୯୬୦ ନୂଆ ମାମଲା:

ଦିଲ୍ଲୀରେ କରୋନା ପାଇଁ ଲାଗିଥିବା ଲକଡାଉନ ଏବେ ପ୍ରଭାବୀ ଲାଗୁଛି କାରଣ ଦିଲ୍ଲୀରେ କରୋନା ସଂକ୍ରମଣ ଆଗ ଅପେକ୍ଷାରେ କମିବାରେ ଲାଗିଛି। ପଜିଟିଭ ଧୀରେ ଧୀରେ କମିବାକୁ ଲାଗିଛି।

ବୁଧବାର ଦିନ କରୋନା ପଜିଟିଭ ଲୋକ ମାନଙ୍କର ସଂଖ୍ୟା ୨୦,୯୬୦ ରେକର୍ଡ କରାଗଲା ତ ରିକଭର କରିବା ଲୋକଙ୍କ ସଂଖ୍ୟା ବି ୧୯,୨୦୯ ରେକର୍ଡ କରାଗଲା। ପଜିଟିଭ ରେଟ ୨୬.୭୩ ମଙ୍ଗଳବାରକୁ ରେକର୍ଡ କରା ଯାଇଥିବା ସମୟରେ ବୁଧବାରକୁ ଏହା ୨୬.୩୭% ରେକର୍ଡ କରାଗଲା। ଏହିଠାରେ କରୋନାରୁ ହେଉଥିବା ମୃତ୍ୟୁ ସଂଖ୍ୟା ବି ଲଗାତାର କମିବାକୁ ଲାଗିଛି। ମଙ୍ଗଳବାରକୁ ଯେଉଁଦିନ ୩୩୮ ଲୋକଙ୍କର ମୃତ୍ୟୁ ହେଇଥିଲା ସେହିଠାରେ ବୁଧବାରକୁ ପ୍ରାୟ ୩୧୧ ଲୋକଙ୍କର ମୃତ୍ୟୁ ରେକର୍ଡ କରାଗଲା ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *