କରୋନା ଲଢେଇରେ ଅକ୍ସିଜେନ ପାଇଁ ଟଙ୍କା ଯୋଗାଡ କରୁଛନ୍ତି କୋହଲି ଏବଂ ଅନୁଷ୍କା। ୫ ଦିନରେ ହେଲାଣି ୫ କୋଟିରୁ ଅଧିକ।

ବିରାଟ କୋହଲି ଆଉ ଅନୁଷ୍କା ଶର୍ମା ଏହି ମହାମାରୀ ସମୟରେ ଭାରତର ହସ୍ପିଟାଲ ମାନଙ୍କର ସହାୟତା କରିବା ପାଇଁ ମାତ୍ର ୫ଦିନ ଭିତରେ ୫ କୋଟି  ୭୭ ଲକ୍ଷ ଟଙ୍କା ଜମା କରି ସାରିଛନ୍ତି। ଭାରତର ଅଧିନାୟକ ବିରାଟ କୋହଲି ଆଉ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଇନ ଦିସ୍ ଟୁଗେଦର ନାମକ ଏକ କ୍ୟାପ୍ସନ ଦ୍ୱାରା ୭ ଦିନ ଭିତରେ ୭ କୋଟି ଟଙ୍କା ଜମା କରିବାର ଅଭିଯାନ ଚଳାଇ ଥିଲେ। ସେ ୭ ମଇରୁ ୧୧ ମଇ ଭିତରେ ଅର୍ଥାତ ମାତ୍ର ପାଂଚ ଦିନ ଭିତରେ ୫ କୋଟି ରୁ ଅଧିକ ଅର୍ଥ ଜମା କରି ସାରିଛନ୍ତି। ଆଉ ୧.୭୮ କୋଟି ଟଙ୍କା ଦୁଇ ଦିନରେ ଜମା କରିବାର ଅଛି।

Google

ବିରାଟ କୋହଲି ଆଉ ଅନୁଷ୍କା ଶର୍ମା ନିଜେ ଏହା ଭିତରେ ଦୁଇ କୋଟି ଟଙ୍କା ଦେଇଛନ୍ତି। ଏହି ଅର୍ଥ ରାଶିର ବ୍ୟବହାର ଭାରତରେ ଆବଶ୍ୟକତା ଥିବା ଲୋକ ମାନଙ୍କୁ ଅକ୍ସୀଜେନ ତଥା ଭ୍ୟାକ୍ସିନେସନ ଯୋଗେଇବାରେ ସହାୟକ ହେବ। କ୍ୟାପ୍ସନ ଲଞ୍ଚ କରୁଥିବା ସମୟରେ ବିରାଟ କୋହଲି କହିଲେ କି ଆମ ଦେଶ ଏହି ସମୟରେ ଏକ ବହୁତ ମୁସ୍କିଲ ସମୟ ଦେଇ ଯାଉଅଛି। ଆମକୁ ଏକଜୁଟ ହେବା ସହ ଆମ ଆଖ ପାଖର ଲୋକ ମାନଙ୍କର ସାହାଯ୍ୟ କରିବା ନିହାତି ଦରକାର। ଆମକୁ ଆମ ଚାରିପଟେ ଲୋକମାନଙ୍କର ଜୀବନ ବଞ୍ଚେଇବା ଦରକାର। ବିରାଟ ସୋମବାର ଦିନ ଭ୍ୟାକ୍ସିନ ବି ଲଗାଇ ଥିଲେ। ସେ ଜୁନକୁ ଭାରତୀୟ ଦଳ ସହିତ ଇଂଲଣ୍ଡ ଯିବେ।

ୟୁଜଭେନ୍ଦ୍ର ଚାହାଲ ବି ୯୫ହଜାର ଟଙ୍କା ଦାନ କରିଛନ୍ତି:

ବିରାଟ କୋହଲିଙ୍କର ଏହି କ୍ୟାପ୍ସନରେ ଆମ ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚାହାଲ ବି ୯୫ ହଜାର ଟଙ୍କାର ଧନରାଶି ଦାନ କରିଛନ୍ତି। ତାଙ୍କ ଆଗରୁ କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ଭାରତକୁ ପ୍ରାୟ ୩୭ ଲକ୍ଷ ଟଙ୍କା ଦାନ କରିଥିଲା। ଏହା ପୂର୍ବରୁ ସଚିନ ତେନ୍ଦୁଲକର ବି ୧ କୋଟି ଟଙ୍କା ଦାନ କରି ସାରିଛନ୍ତି। ଭାରତର ଅଲ ରାଉଣ୍ଡର ପାଣ୍ଡ୍ୟା ଭାଇ ମାନେ ବି ପ୍ରାୟ ୨୦୦ ଅକ୍ସୀଜେନ କନସେନଟ୍ରେଟର ଦାନ କରିଛନ୍ତି ବୋଲି ଜଣା ଯାଇଛି। ଏହା ବ୍ୟତୀତ ଋଷଭ ପନ୍ତ ତଥା ଶିଖର ଧୱନ ବି ସାହାଯ୍ୟ ପାଇଁ ସାମ୍ନାକୁ ଆସିଛନ୍ତି ବୋଲି ଜଣା ଯାଇଛି।

Google

ସବୁଠୁ ପ୍ରଥମେ କମିନ୍ସ କରିଥିଲେ ସାହାଯ୍ୟ: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ କମିନ୍ସ ସବୁଠୁ ଆଗେ ସାହାଯ୍ୟ ପାଇଁ ସାମ୍ନାକୁ ଆସିଥିଲେ। ଏହାପରେ ତାଙ୍କରି ହିଁ ଦେଶର ବ୍ରେଟ ଲି ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ। କମିନ୍ସ ପ୍ରାୟ ୩୭ ଲକ୍ଷ ଟଙ୍କା ଆଉ ବ୍ରେଟ ଲି ପ୍ରାୟ ୪୧ ଲକ୍ଷ ଟଙ୍କା ଦାନ କରିଥିଲେ। ଦୁନିଆର ବହୁତ ବିଦେଶୀ ଖେଳାଳି ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ଭାରତର ସାହାଯ୍ୟ କରିବାରେ ଲାଗିଛନ୍ତି। ଦୁନିଆର ଅନେକ ଦେଶରୁ ବି ଭାରତକୁ ସାହାଯ୍ୟ ପଠା ଯାଉଛି ବୋଲି ଦେଖା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *