ସାଧାରଣ ଲୋକଙ୍କ ପାଇଁ ବଡ ଖବର: ଏବେ ତିଆରି ହେଉଛି ଗ୍ରୀନ ରାସନ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ ।

Big news for common man: now Green Ration Card is being made

ମୋଦି ସରକାରଙ୍କ ନିର୍ଦେଶରେ ଦେଶର କେତେକ ରାଜ୍ୟର ସରକାର ତାଙ୍କ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଗ୍ରୀନ ରାସନ କାର୍ଡ ଯୋଜନା ଆଣିଛନ୍ତି । ଏହି ଯୋଜନା ମାଧ୍ୟମରେ ଗରିବ ଲୋକ ମାନଙ୍କୁ ୧ଟଙ୍କାରେ ୧କିଲୋ ଚାଉଳ ମିଳିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ଏବେ ଲାଭ ପାଇନଥିବା ଗରିବ ଲୋକଙ୍କୁ ଗ୍ରୀନ କାର୍ଡ ଜରିଆରେ ଲାଭ ମିଳିବ। ହରିୟାଣା, ଝାଡଖଣ୍ଡ ସହିତ କେତେକ ରାଜ୍ୟରେ ଏହି ଯୋଜନା କାଇଁ ଦ୍ରୁତ କାମ ଚାଲିଛି । ଏହି ବର୍ଷର ଶେଷରେ କିମ୍ବା ୨୦୨୧ ର ଆରମ୍ଭରେ କେତେକ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିବେ। ଝାଡ଼ଖଣ୍ଡ ସରକାର ଏହି ଯୋଜନା ଆଗାମୀ ନଭେମ୍ବର ୧୫ ତାରିଖରେ ଲାଗୁ କରିବା ଏହି ଯୋଜନାର ଲାଭ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ରାସନ କାର୍ଡରୁ ବଞ୍ଚିତ ଗରିବ ଲୋକମାନଙ୍କ ପାଇଁ ଏହା ଉପଲବ୍ଧ ହେବ। ଗ୍ରୀନ ରାସନ କାର୍ଡ ଧାରକ ମାନଙ୍କୁ ଏହା ନୂଆ ଉପାୟରେ ଆବେଦନ କରିବାକୁ ପଡିବ।

Big news for common man: now Green Ration Card is being made
Google

ଏହିପରି ଆବେଦନ କରିପାରିବେ:-

ଗ୍ରୀନ କାର୍ଡ ରାସନ ପାଇବା ପାଇଁ ଆପଣଙ୍କୁ ରାସନ କାର୍ଡ ଭଳି କାମ କରିବାକୁ ପଡିବ। ଜନସେବା କେନ୍ଦ୍ର ବା ଖାଦ୍ୟ ଅପୂର୍ତ୍ତି ବିଭାଗ ବା ପିଡ଼ିଏସ କେନ୍ଦ୍ରରେ ଗ୍ରୀନ ରାସନ କାର୍ଡ ପାଇଁ ଆବେଦନ କରିପାରିବେ। ଆବେଦନକାରୀ ନିଜେ ଅନଲାଇନ ରେ ମଧ୍ୟ ଆବେଦନ କରିପାରିବେ। ଏହି କାର୍ଡ ପାଇବା ପାଇଁ ଆପଣଙ୍କୁ କେତେକ ପ୍ରକାରର ତଥ୍ୟ ଦେବାକୁ ହେବ ଯେମିତିକି ଆଧାର କାର୍ଡ, ବ୍ୟାଙ୍କ ଖାତା ଡିଟେଲସ, ମୋବାଇଲ ନମ୍ବର,ଆବାସିକ ଓ ଭୋଟର ଆଇଡି କାର୍ଡ ମଧ୍ୟ ଏହା ଦରକାର। ଆବେଦନ ଅନଲାଇନରେ ମଧ୍ୟ ହୋଇପାରିବ।

ଗ୍ରୀନ କାର୍ଡ ମାଧ୍ୟମରେ ରାଜ୍ୟସରକାର ଗରିବ ଲୋକଙ୍କ ପ୍ରତି ୟୁନିଟ ପ୍ରତି ୫କିଲୋ ଚାଉଳ ଦେବ। ଦେଶର କେତେକ ସିଏମ ଦ୍ଵାରା ଏହି ଯୋଜନା ଆରମ୍ଭ ହୋଇଛି।ଏହି ଯୋଜନାରେ ସବୁ ଜବାବଦେହୀ ରାଜ୍ୟ ସରକାରଙ୍କ ପାଖରେ ରହିବ। ଏହି ଯୋଜନା ଆରମ୍ଭ କରିବାକୁ ଯାଉଥିବା ରାଜ୍ୟ ମୁଖିଆ,ପଞ୍ଚାୟତ ସେବକ,ଓ ଜଣ ବିତରଣ ପ୍ରଣାଳୀ ଦୋକାନୀ ମାନଙ୍କ ସହ ଲଗାତାର ବୈଠକ ଚାଲୁରହିଛି। ବୈଠକରେ ରାଜ୍ୟ ଖାଦ୍ୟ ସୁରକ୍ଷା ଅନୁସାରେ ଲାଭକ ମାନଙ୍କ ପାଇଁ ତିଆରି ହେବାକୁ ଯାଉଥିବା ଗ୍ରୀନ କାର୍ଡ ବିଷୟରେ ଚର୍ଚ୍ଚା ହେଉଛି।

Big news for common man: now Green Ration Card is being made
Google

ମିଶାମିଶି ଭାବରେ ଏହି ଯୋଜନା ରାଜ୍ୟ ସରକାରଙ୍କ ଦ୍ଵାରା ଚାଲିବ। ବିପିଏଲ କାର୍ଡ ଲୋକଙ୍କୁ ହିଁ ଏହି କାର୍ଡ ମିଳିବ। ଏହି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ଵାରା ତିଆରି ହୋଇଛି,ହେଲେ ଲାଗୁ ଓ ଅନ୍ୟ କାମ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ଅଛି। ଏହି ଯୋଜନାର ଲାଭ କେବଳ ବିପିଏଲ କାର୍ଡ ହୋଲ୍ଡର ମାନଙ୍କୁ ମିଳିବ। ହେଲେ ବିପିଏଲ କାର୍ଡ ଧାରାକଙ୍କୁ ମଧ୍ୟ ଦେଖାଯିବ ସେ କେତେ ଗରିବ ବୋଲି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *