ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ ସିଜିନ ଆରମ୍ଭ ହୋଇ ଯାଇଛି। ଏହାର ପ୍ରଥମ ମ୍ୟାଚରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଗୁଜରାଟ ଟାଇଟନ୍ସ ଦଳ ଚେନ୍ନାଇ ସୁପର କିଂଗ୍ସକୁ ୫ ୱିକେଟରେ ହରାଇ ଦେଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଚେନ୍ନାଇକୁ ହରାଇଛି। ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକୱାଡ଼ ବ୍ୟାଟିଂରେ ନିଜ କମାଲ ଦେଖାଇଥିବା ବେଳେ ଜଣେ ଯୁବ ନୂଆ ବୋଲର ନିଜର ଦ୍ରୁତ ବୋଲିଂରେ କମାଲ କରି ଦେଖାଇଛନ୍ତି।
୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ରାଜବର୍ଦ୍ଧନ ହଙ୍ଗରଙ୍ଗେକର୍ ନିଜର ଜବରଦସ୍ତ ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ଆଇପିଏଲ ୨୦୨୩ ଆରମ୍ଭରୁ ହିଁ ନିଜର ଜବରଦସ୍ତ ଖେଳ ଆରମ୍ଭ କରି ଦେଇଛନ୍ତି। ଅଧିନାୟକ ମହେନ୍ଦ୍ର ସିଂ ଧୋନି ରଣନୀତି ପ୍ରସ୍ତୁତ କରି ଦୀପକ ଚହରଙ୍କ ସହିତ ରାଜବର୍ଦ୍ଧନ ହଙ୍ଗରଙ୍ଗେକର୍ ଙ୍କୁ ବୋଲିଂରେ ଲଗାଇ ଥିଲେ। ପୂର୍ବ ବର୍ଷ ସେ ଦଳରେ ଥୋଲେ ମଧ୍ୟ ତାଙ୍କୁ ମୌକା ମିଳି ନଥିଲା। କିନ୍ତୁ ଏହି ଆଇପିଏଲର ପ୍ରଥମ ମ୍ୟାଚରେ ସେ ନିଜ କମାଲ ଦେଖାଇ ଦେଇଛନ୍ତି।
ସେ ୪ ଓଭରରେ ୩୬ ରନ ଦେଇ ୩ ଟି ୱିକେଟ ନିଜ ନାମରେ କରିଥିଲେ। ନିଜ ପ୍ରଥମ ଓଭରରେ ସେ ବଡ଼ ନୋବଲ ପକାଇଥିଲେ ମଧ୍ୟ ଏହାପରେ ସେ ଜବରଦସ୍ତ ବୋଲିଂ କରିଥିଲେ। ସେ ଋଦ୍ଧିମାନ ଶାହା, ସାଇ ସୁଦର୍ଶନ ଏବଂ ବିଜୟ ଶଙ୍କରଙ୍କ ୱିକେଟ ନେଇ ଦଳକୁ ଏକ ଭଲ ପରିସ୍ଥିତିରେ ପହଞ୍ଚାଇ ଥିଲେ। ଅନ୍ୟପକ୍ଷରେ ଦୀପକ ଚାହର ୱିକେଟ ନଥିବା ବେଳେ ଏବଂ ତୁଷାର ଦେଶପାନଣ୍ଡେ ୪ ଓଭରରେ ୫୧ ରନ ଦେଇଥିଲେ।
ପୂର୍ବ କିଛ ସମୟ ଧରି ନିଜର ଜବରଦସ୍ତ ବୋଲିଂ ଦ୍ୱାରା ହଇଚଇ ସୃଷ୍ଟି କରିଥିବା ଏହି ଖେଳାଳି ୧୯ ବର୍ଷରୁ କମ୍ କ୍ରିକେଟରେ ନିଜର କମାଲ ପ୍ରଦର୍ଶନ ଦେଖାଇ ଥିଲେ। ଟିମ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ତାଙ୍କର ବହୁତ ପ୍ରଶଂସା କରିଥିଲେ।
ଗୁଜରାଟ ଓ ଚେନ୍ନାଇ ଭିତରେ IPL 2023 ର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଗୁଜରାଟ ଟିମ ଜିତିଯାଇଛି। ଏହି ମ୍ୟାଚରେ ଗାଏକୱାଡ ଓ ଗିଲ ଜବରଦସ୍ତ ଖେଳର ପ୍ରଦର୍ଶନ କରିଥିଲେ।