GT vs LSG: ଗୁଜରାଟ ବୋଲରଙ୍କ ଜବରଦସ୍ତ ବୋଲିଂ! ଲକ୍ଷନୌକୁ ପରାସ୍ତ କରି ପ୍ଲେ ଅଫ ପାଇଁ କ୍ୱାଲିଫାଏ କଲା ପାଣ୍ଡ୍ୟାଙ୍କ ଟିମ!

ଚଳିତ ଆଇପିଏଲ ସିଜିନର ୫୭ତମ ମ୍ୟାଚ ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ପୁନେର ମହାରାଷ୍ଟ୍ରର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଇଥିଲା ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷନୌ ସୁପର ଜ୍ୟାଣ୍ଟସ୍ ମଧ୍ୟରେ। ଏହି ମ୍ୟାଚକୁ ଗୁଜରାଟ ଟାଇଟନ୍ସ ୬୨ ରନରେ ଜିତି ନେଇଛି। ଟସ ଜିତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Google

ଗୁଜରାଟ ଟାଇଟନ୍ସର ଓପନର ଋଦ୍ଧିମାନ ସାହା ଏବଂ ଶୁଭମନ ଗିଲ ପ୍ରଥମ ୱିକେଟରେ ମାତ୍ର ୮ ରନ କରିଥିବା ବେଳେ ଋଦ୍ଧିମାନ ସାହାଙ୍କ ରୂପରେ ନିଜର ପ୍ରଥମ ୱିକେଟ ହରାଇଥିଲା। ସେ ମାତ୍ର ୧୧ ବଲରେ ୭ ରନ କରି ଆଉଟ ହୋଇଥିଲେ। ଏହାପରେ ଅତି ଶୀଘ୍ର ମ୍ୟାଥୁ ୱେଡ଼ଙ୍କ ରୂପରେ ଦ୍ଵିତୀୟ ୱିକେଟର ପତନ ମଧ୍ୟ ଘଟିଥିଲା। ସେ ମଧ୍ୟ ୭ ବଲରେ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ ନିୟମିତ ଭାବରେ ଗୁଜୁରାଟ ଟାଇଟନ୍ସର ୱିକେଟ ପଡି ଚାଲିଥିଲା।

ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମଧ୍ୟ ନିଜର ୱିକେଟ ହରାଇଥିଲେ। ସେ ୧୩ ବଲରେ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ। ଦଳର ଏହି ଗମ୍ଭୀର ପରିସ୍ଥିତିରେ ଶୁଭମନ ଗିଲ ଏବଂ ଡେଭିଡ ମିଲର ଦଳକୁ ଏକ ଭଲ ସ୍କୋରରେ ପହଞ୍ଚାଇବା ପାଇଁ ଏକ ଦୃଢ଼ ପାର୍ଟନର୍ସିପ୍ପ ତିଆରି କରିଥିଲେ। ମାତ୍ର ଡେଭିଡ ମିଲର ୨୪ ବଲରେ ୨୬ କରିଥିବା ବେଳେ ଯେସନ ହୋଲଡରଙ୍କ ବଲରେ ଆୟୁଷ ବାଡୋନୀଙ୍କ ହାତରର କ୍ୟାଚ ଆଉଟ ହୋଇଥିଲେ। ଏହାପରେ ରାହୁଲ ତେବାଟିଆଙ୍କ ୧୬ ବଲ୍ରୁ ୨୨ ରନ ଏବଂ ଶୁଭମନ ଗିଲଙ୍କ ୪୯ ବଲରୁ ୬୩ ରନ ସଂଗ୍ରହ ଫଳରେ ଗୁଜୁରାଟ ଟାଇଟନ୍ସ ନିର୍ଧାରିତ ୨୦ ଓଭରରେ ୪ ଟି ୱିକେଟ ହରାଇ ମାତ୍ର ୧୪୪ ରନ ସଂଗ୍ରହ କରି ପାରିଥିଲା। ଲଖନୌ ପକ୍ଷରୁ ଅଭେସ ଖାଁ ଦୁଇଟି ଉଇକେଟ ନେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଲକ୍ଷନୌ ସୁପର ଜ୍ୟାଣ୍ଟସର ଓପନର ପୂର୍ଵ ଭଳି ନିଜର ଖରାପ ପ୍ରଦର୍ଶନ କରିଥିଲେ। କ୍ବାଣ୍ଟନ ଡିକକ୍ ୧୦ ବଲରୁ ମାତ୍ର ୧୧ ରନ ଏବଂ କେଏଲ ରାହୁଲ ୧୬ ବଲରେ ୮ ରନ କରି ଗୁଜୁରାଟ ବୋଲରଙ୍କ ବୋଲିଂର ଶିକାର ହୋଇଥିଲେ। ଏହାପରେ ଦୀପକ ହୁଡା ୨୬ ବଲରେ ୨୭ ରନର ଏକ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ମଧ୍ୟ ରସିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ କର୍ଣ୍ଣ ଶର୍ମା ୪ ବଲରେ ୪ ରନ, କ୍ରୁନାଲ ପାଣ୍ଡ୍ୟା ୫ ବଲରେ ୫ ରନ ,ଆୟୁଷ ବଦୋନୀ ୧୧ ବଲରେ ୮ ରନ କରି ଆଉଟ ହୋଇଥିଲେ। ଏହାପରେ ଦଳ ସମ୍ପୂର୍ଣ୍ଣ ଭାବରର ନିଜ ଭାରସାମ୍ୟ ହରାଇ ଦେଇଥିଲା। ଯସନ ହୋଲଡ଼ର ୨ ବଲରେ ୧ ରନ ଏବଂ ମାର୍କସ ଷ୍ଟୋଇନିକ୍ସ ୨ ବଲରେ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଖେଳ ଶେଷରେ ଆଭେସ ଖାଁ ମାତ୍ର ୪ ଟି ବଲରୁ ଦୁଇଟି ଛକା ମାରି ୧୨ ରାମ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଶେଷ ପର୍ଯ୍ୟନ୍ତ ନେଇ ବିଜୟୀ କରି ପାରି ନଥିଲେ।

ଯାହା ଦ୍ୱାରା ଲଖନୌ ସୁପର ଜ୍ୟାଣ୍ଟସ୍ ୧୩ ଓଭର ୫ ଟି ବଲରେ ମାତ୍ର ୮୨ ରନ କରି ନିଜର ସମସ୍ତ ଉଇକେଟ ହରାଇ ଦେଇଥିଲା। ଫଳରେ ଏହି ମ୍ୟାଚକୁ ଗୁଜୁରାଟ ଟାଇଟନ୍ସ ୬୨ ରନର ଏକ ବଡ଼ ବ୍ୟବଧାନରେ ଜିତି ନେଇଥିଲା। ଗୁଜୁରାଟ ପକ୍ଷରୁ ରସିଦ ଖାନ ୪ ଟି ୱିକେଟ ନେଇଥିବା ବେଳେ ୟସ ଦୟାଲ ଏବଂ ସାଇ କିଶୋର ଉଭୟ ୨ ଟି ଲେଖାଏଁ ୱିକେଟ ନେଇଥିଲେ। ମହମ୍ମଦ ସାମୀ ୩ ଓଭରରେ ମାତ୍ର ୫ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ଶୁଭମନ ଗିଲ ନିଜର ୪୯ ବଲରୁ ୬୩ ରନର ସ୍କୋର ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *