ଗତ ୨ ମାସ ଭିତରେ ଆସିଥିଲେ ୧୫ ଲକ୍ଷ ଲୋକ ବାହାର ଦେଶରୁ ଭାରତ କୁ ଫେରିଛନ୍ତି, ହେଲେ ସେମାନେ ସରକାରଙ୍କ କୋଭିଡ-୧୯ର କଟକଣା ନିୟମକୁ ପାଳନ ନକରି ଯାଇ ଘରେ ବସିଛନ୍ତି । ପ୍ରାୟ ୧୦୫ ରୁ ଅଧିକ ଜଣ ଓଡ଼ିଆ ବିଦେଶ ଫେରନ୍ତା କୋଭିଡ-୧୯ର କଟକଣା ନିୟମକୁ ଭାଙ୍ଗିଛନ୍ତି। ବିଦେଶରୁ ଫେରିବା ପରେ କ୍ଵରାଣ୍ଟାଇନ ମାନି ଚଳିବା କଥା। କିନ୍ତୁ ସେମାନେ ତାହାକୁ ଖାତିର ନକରି ଘରେ ବସିଛନ୍ତି ଆଉ ବୁଲୁଛନ୍ତି। ସେମାନେ କେବେ ହେଲେ ଭାବୁ ନାହାଁନ୍ତି ଯେ ତାଙ୍କର ଇଏ ଅପରାଧ ପାଇଁ ତାଙ୍କ ପରିବାର ଆଉ ସେ ବିପଦରେ ଅଛନ୍ତି। ଏହାଠାରୁ ଅଧିକ ଦାୟିତ୍ୱହୀନତା ଆଉ ଅପରାଧ ଆଉ କିଛି ଥାଇନପାରେ। ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଓଡିଶାରେ ବର୍ତମାନ ସୁଦ୍ଧା ୩ ଜଣଙ୍କୁ କରୋନା ସଂକ୍ରମିତ ହେଇସାରିଛି। ଭାରତ ରେ କରୋନା ଭାଇରସ୍ ପାଇଁ ୧୯ ଜଣ ଙ୍କର ମୃତ୍ୟୁ ହେଇଗଲାଣି ଓ ୮୭୩ ଜଣ ସଂକ୍ରମିତ ହୋଇସାରିଲେଣି |
ସରକାରଙ୍କ କଡ଼ା ନିର୍ଦ୍ଦେଶ ଯେ, ଯେଉଁମାନେ ବିଦେଶ ଗସ୍ତରୁ ଫେରୁଛନ୍ତି ସେମାନେ ୧୪ ଦିନ ପର୍ଯ୍ୟନ୍ତ ନିଜକୁ ଘରେ ଅଲଗା କରି (Self Isolation ରେ) ରହିବେ। କିନ୍ତୁ ନିୟମକୁ ପାଳନ ନକରିବାରୁ ସେମାନଙ୍କ ବିରୋଧରେ ଅଭିଯୋଗ ଆସିଛି। କରୋନା କଣ୍ଟ୍ରୋଲ ରୁମକୁ ଏହିଭଳି ୧୦୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଲୋକେ। ସ୍ୱାସ୍ଥ୍ୟ ସୁରକ୍ଷା ନିୟମକୁ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଥିଲେ ହେଁ ଏହି ବିଦେଶୀ ଫେରନ୍ତାମାନେ ନିୟମ ଭାଙ୍ଗିଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
ବିଦେଶରୁ ଫେରିଥିବା ଲୋକ ଏଠି ଆସି ନିୟମ ଭାଙ୍ଗୁଛନ୍ତି!
ଏହି ବ୍ୟକ୍ତିମାନେ କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ଯଥା ଚୀନ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ ଓ ଆମେରିକା ଯାଇଥିଲେ କି ନାହିଁ ତାହା ଜଣା ପଡ଼ିନାହିଁ। କିନ୍ତୁ ଏମାନେ ବିଦେଶରୁ ଫେରିବା ପରେ ମାର୍କେଟିଙ୍ଗ କରିବା ସହ ଅଚିନ୍ତାରେ ବୁଲୁଥିବା ଅଭିଯୋଗ ହୋଇଛି। ସେମାନେ ମାର୍କେଟ ଯାଉଛନ୍ତି, ସାଙ୍ଗସାଥି ସହିତ ମିସୁଛନ୍ତି ଓ ବାହାରେ ବୁଲୁଛନ୍ତି, ଏହା ଦ୍ଵାରା ଅନ୍ୟ ଲୋକ ମାନେ ବି ବିପଦରେ ଅଛନ୍ତି। ଏହିଭଳି ଆଚରଣ ପ୍ରଦର୍ଶନ କରିବା ଫଳରେ ସେମାନେ ଅନ୍ୟ ଲୋକଙ୍କୁ ବିପଦରେ ପକାଇଥିବା ଅଭିଯୋଗ କରାଯାଇଛି।
ଏହିଭଳି ଆଇନ ଖିଲାପକାରୀଙ୍କ ସଂଖ୍ୟା ବଢ଼ୁଥିବା କାରଣରୁ ୫ ଜଣଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରୁ ଗୋଟିଏ ଦମ୍ପତି ଆମେରିକାରୁ ନିକଟରେ ଫେରିଥିଲେ। ଏ ସମସ୍ତଙ୍କୁ ଧରି ସରକାରୀ ଆଇସୋଲେସନରେ ରଖାଯାଇଛି।
ବିଦେଶରୁ ଫେରିବା ପରେ ଯେଉଁ ସ୍କ୍ରିନିଂ କରାଯାଏ ସେଥିରେ ଏମାନେ ଖସି ଯାଇଥିବା ଜଣାପଡିଛି। କିଛି ବ୍ୟକ୍ତି ନିୟମ ସମ୍ପର୍କରେ ଜାଣିନଥିଲେ ବୋଲି ମଧ୍ୟ ସଫେଇ ଦେଇଥିବା ଜଣାପଡ଼ିଛି। ସବୁ ଜାଣି ଥିଲେ ମଧ୍ୟ୍ୟ ଏମାନେ ନିୟମ କୁ ଜାଣିନୁ ବୋଲି କହୁଛନ୍ତି।
ଏହି ବିଦେଶ ଫେରାନ୍ତଙ୍କ ଭିତରୁ କିଛି ଲୋକ ଧନୀ ଘରର ଓ ବଡ ଘରର ସଦସ୍ୟ ବୋଲି ଜଣାପଡିଛି। ଏମାନେ ମଧ୍ୟ୍ୟ ଅଧିକ ପାଠ ପଢିଥିବା ଲୋକ, ହେଲେ ଯଦି ଅଧିକ ପଢିବା ଲୋକ ଏମିତି ଭୁଲ କରିବେ ତାହାଲେ କରୋନା କୁ କେମିତି କଂଟ୍ରୋଲ କରାଯିବ ଟିକେ ଭାବନ୍ତୁ।
ବିଦେଶ ଗସ୍ତରୁ ଫେରି ନିୟମ ଭାଙ୍ଗିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରୁ ଏହି ଲୋକଙ୍କୁ କଟକ, ଭୁବନେଶ୍ୱର ଓ ସମ୍ବଲପୁର ସରକାରୀ କେନ୍ଦ୍ରରେ ରଖାଯାଇଛି। ଏମାନଙ୍କ ବିରୋଧରେ ମକଦ୍ଦମା ବି ରୁଜୁ କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ଦମ୍ପତ୍ତି ଆମେରିକାରୁ ଫେରିଥିଲେ। ଲକ୍ଡାଉନ୍ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନେ ବ୍ୟସ୍ତ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମସିର ଅଧିକାରୀମାନେ ବହୁତ ସାହାଯ୍ୟ କରୁଛନ୍ତି କରୋନା ପ୍ରଭାବ ରୁ ଲୋକ ମାନଙ୍କୁ ବଞ୍ଚାଇବା ପାଇଁ।
ଓଡ଼ିଶା ସରକାର ଏବେ କିଛି କଡ଼ା ସୁରକ୍ଷା ଏବଂ ବ୍ୟବସ୍ଥା କରିଛନ୍ତି, ଯେଉଁ ମାନେ ବିଦେଶରୁ ଓ ବାହାର ରାଜ୍ୟ ରୁ ଆସିଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଉପରେ ସବୁଠାରୁ ବେଶୀ ନଜର ଦିଆଯାଉଛି। ବାହାର ରାଜ୍ୟ ରୁ ଆସିଥିବା ଲୋକ ମାନଙ୍କୁ ପଂଚାୟତ ଅଫିସ ରେ ୧୪ ଦିନ ପାଇଁ ରଖାଯାଇ ସେମାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ଦିଆଯାଉଛି।
ବିଦେଶରୁ ଫେରିଥିବା ଲୋକ ଯେଉଁ ଘରେ ଆଇସୋଲେସନରେ ରହିବେ ସେମାନଙ୍କ ପାଇଁ କେତୋଟି କଥାକୁ ମାନିବାକୁ ପଡିବ। ସେମାନେ ଘରେ ଅଲଗା କୋଠରୀରେ ରହିବେ। ଏହି କୋଠରୀ ଭିତରକୁ ବାହାରର ସ୍ୱଚ୍ଛବାୟୁ ଚଳପ୍ରଚଳ କରୁଥିବା ନିହାତି ଦରକାର । ସେମାନଙ୍କ ପାଇଁ ଅଲଗା ଟୟଲେଟ ଥିବା ଦରକାର ଆଉ ବରାବର ସାବୁନ କିମ୍ବା hand wash କିମ୍ବା ସାନିଟାଇଜରରେ ହାତ ଧୋଉ ଥିବା ଦରକାର । ଛିଙ୍କିଲା ବେଳେ ମୁହଁରେ ରୁମାଲ ଦେଇ ଛିଙ୍କିବେ ଆଉ ପରିବାର ଲୋକ ଯେମିତି ପାଖରେ ନରହିବେ ତାକୁ ମଧ୍ୟ୍ୟ ଧ୍ୟାନ ଦେବେ । ଯଥେଷ୍ଟ ପାଣି ପିଇବେ। ଯଦି ଜ୍ଵର, କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ସାଙ୍ଗେ ସାଙ୍ଗେ ୧୦୪କୁ ଡାକିବେ।
ସରକାରଙ୍କ ନିୟମକୁ ପାଳନ କରିବାପାଇଁ ଆମର ଆପଣମାନଙ୍କୁ ଅନୁରୋଧ । ଘରରେ ରୁହନ୍ତୁ ଆଉ ସୁରକ୍ଷା ରେ ରୁହନ୍ତୁ ଆଉ କରୋନା ସଂକ୍ରମଣ ରୁ ରକ୍ଷା ପାଆନ୍ତୁ ।