ଗୁରୁଗ୍ରାମର ଫୌଟିସ ହସ୍ପିଟାଲରେ ବଳାତ୍କାର ହୋଇଥିବା ଅଭିଯୋଗ, ଅପରାଧୀ ପାଖକୁ ପହଁଚି ପାରୁନି ପୋଲିସ ।

ହରିଆଣାର ଗୁରୁଗ୍ରାମର ଫୌଟିସ ହସ୍ପିଟାଲ ଏବେ ପ୍ରଶ୍ନ ଘେରରେ। ଜଣେ ଝିଅ ମେଡ଼ିକାଲରେ ତାହା ସହ ରେପ ହୋଇଥିବା ଅଭିଯୋଗ କରିଛି। ଅଭିଯୋଗ ଏହା କି ଝିଅ ଟି ସହ ସେବେ ରେପ ହୋଇଥିଲା ଯେବେ ସେ ହସ୍ପିଟାଲରେ ଆଇସିୟୁର ବେଂଟିଲେଟରରେ ଥିଲା।ହସ୍ପିଟାଲର କହିବା ପଟେ କି ଘଟଣାର ବିବରଣୀ ପୋଳିସକୁ ଦିଆଯାଇଛି ଓ ସେ ଯାଞ୍ଚରେ ସହଯୋଗ ପାଇଁ ପ୍ରସ୍ତୁତ ଅଛି। ପୋଲିସ କେସ ଦାଖଲ କରି ଯାଞ୍ଚ କରୁଛି।

Google

ଝିଅଟିର ଅଭିଯୋଗ କି ଯେବେ ସେ ମେଡ଼ିକାଲରେ ବେଂଟିଲେଟରରେ ପୁରା ହୋସରେ ନଥିଲା ସେହି ସମୟରେ ଏହି କାମକୁ କରାଯାଇଛି। ପିଡିତା ଜଣଙ୍କ ଅଭିଯୁକ୍ତଙ୍କ ନାମ ବିକାଶ କହିଛନ୍ତି। ଯାହା ପରେ ପୋଲିସ ହସ୍ପିଟାଲର ସିସିଟିଭି ଯାଞ୍ଚ ଆରମ୍ଭ କରିଦେଇଛି।

ଝିଅଟିର ବାପା ଥାନାରେ ଦାଖଲ କଲେ ଅଭିଯୋଗ:-

ଝିଅଟିର ବାପାଙ୍କ ତରଫରୁ ଯେଉଁ ଅଭିଯୋଗ ଥାନାରେ ଦାଖଲ କରାଯାଇଛି ତାହା ଅନୁଯାୟୀ ୨୧ ଅକ୍ଟୋବରକୁ ୨୧ ବର୍ଷୀୟ ପିଡିତା ଝିଅଟିକୁ ମେଡିକାଲରେ ଆଡ଼ମିଟ କରାଯାଇଥିଲା। ନିଶ୍ୱାସରେ କଷ୍ଟ ହେବା କାରଣରୁ ଝିଅଟିର ଅବସ୍ଥା ଅଧିକ ଖରାପ ହେବାରୁ ପର ଦିନ ବା ୨୨ ଅକ୍ଟୋବରକୁ ଆଇସିୟୁରେ ବେଂଟିଲେଟରରେ ରଖାଗଲା। ୬ ଦିନ ପରେ ଯେବେ ପିଡିତାକୁ ହୋସ ଆସିଲା ସେ ଶୋଷଣ ବିଷୟରେ ନିଜ ବାପାଙ୍କୁ କହିଲା। ଯେଉଁ ଅଭିଯୋଗ ଦାଖଲ କରାଯାଇଛି ତାହା ଅନୁସାରେ ଅକ୍ଟୋବର ୨୧ ରୁ ୨୭ ଭିତରେ ଝିଅଟି ସହ ରେପ କରାଯାଇଛି।

ABP ନ୍ୟୁଜ ପାଖରେ ଅଛି ଏଫଆଇଆରର କପି:-

କହିରଖିବୁ କି ୨୮ ଅକ୍ଟୋବରକୁ ଝିଅଟିର ବାପା ଗୁରୁଗ୍ରାମର ସୁଶାନ୍ତ ଲୋକ ଥାନାରେ ଅଭିଯୋଗ କରିଥିଲେ।ABP ନ୍ୟୁଜ ପାଖରେ ଅଛି ଏଫଆଇଆରର କପି। ଅଭିଯୋଗରେ ସେହି ତିନି କପିର ଲେଖା ଅଛି ଯାହା ଝିଅଟି ନିଜ ବାପାଙ୍କୁ ଜଣାଇଥିଲା। ସେହି ପତ୍ରରେ ଅନେକ କଥା ଲେଖାଯାଇଛି।ପୋଲିସ ଝିଅଟିର ଯେଉଁ କଥାର ଅନୁସନ୍ଧାନ କରୁଛି ଆସନ୍ତୁ ତାହା ବିଷୟରେ ଜାଣିବା।

ଏହା ପ୍ରଥମ ପୃଷ୍ଠାରେ ଲେଖା ହୋଇଛି – ଆଜି ମୋତେ ହତ୍ୟା କର କିନ୍ତୁ ଏହା ପିତା … ଧୀରେ କହିଲେ …

ଏହା ଦ୍ୱିତୀୟ ପୃଷ୍ଠାରେ ଲେଖା ହୋଇଛି- ମୁଁ ଆଜି ହତ୍ୟା କରିବି କିନ୍ତୁ ଏହା ପିତା …

ତୃତୀୟ ପୃଷ୍ଠାରେ ଲେଖା ଅଛି – ମୁଁ କେତେ ଦିନ ଏଠାରେ ଅଛି?, ଦୁର୍ବଳ ଭାବରେ ନିଆଯାଇଛି, ବହୁତ ଶବ୍ଦ ଥିଲା, ମୁଁ ବୁଝିପାରିଲି ନାହିଁ, ମୁଁ ଆଖି ବନ୍ଦ କରିଥିଲି, ହତାଶ ହୋଇଗଲି, ଏହା ପରେ ୨-୪ ଦିନ ପାଇଁ ଖାଦ୍ୟ ଦେଲେ ନାହିଁ, ତୁମେ କେବେ ମରିବାକୁ ଯାଉଛ?, ବିକାଶ ନାମକ ଜଣେ ବ୍ୟକ୍ତି ଥିଲେ, ମୁଁ ହତାଶ ହୋଇଗଲି, ବଳାତ୍କାର, ମୁଁ ଗର୍ଭବତୀ ।

ଏହି ଶବ୍ଦର ଅର୍ଥ କଣ ଯାହା ପୋଲିସ ଯାଞ୍ଚ କରୁଛି କିନ୍ତୁ ଯେଉଁ ବିକାଶ ନାମର ଲୋକ ନାଁ ଝିଅଟି କହିଛି ସେ ଏବେ ପୋଲିସ ଗିରଫରୁ ଦୂରରେ ଅଛି। ପୋଲିସ ଏବେ ପର୍ଯ୍ୟନ୍ତ ଝିଅଟିର ବୟାନ ନେଇପାରିନାହିଁ। ବେଂଟିଲେଟରରେ ଥିବା ଝିଅଟି ଏବେ ପର୍ଯ୍ୟନ୍ତ ବୟାନ ଦେବା ଅବସ୍ଥାରେ ନାହିଁ।ପୋଲିସ ଅନୁସାରେ ଫୌଟିସ ହସ୍ପିଟାଲ ଯାଞ୍ଚରେ ସହଯୋଗ କରୁଛି। ସେହିପରି ଫୌଟିସ ହସ୍ପିଟାଲର ପ୍ରଶାସନ ବି କହିଛନ୍ତି ଏହିପରି କାର୍ଯ୍ୟ ହସ୍ପିଟାଲରେ ଗ୍ରହଣ କରାଯିବନାହିଁ।

Google

ହସ୍ପିଟାଲର ପକ୍ଷରୁ କୁହାଯାଇଛି ୨୧ ଅକ୍ଟୋବରକୁ ଝିଅଟିକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ତାକୁ ନିଶ୍ୱାସ ଓ ଟିଭି ର ସମସ୍ୟା ଥିଲା। ଭର୍ତ୍ତି ହେବା ପରଠୁ ରୋଗୀ ବେଂଟିଲେଟରରେ ହିଁ ଥିଲା ଓ ଆଡ଼ମିଟ ହେବାର ୬ ଦିନ ପରେ ସେ ହସ୍ପିଟାଲର ଏକ କର୍ମଚାରୀ ଉପରେ ଅଭିଯୋଗ କରିଛନ୍ତି। ଫୌଟିସ ହସ୍ପିଟାଲ ସଫା ସଫା କହିଛି ଏପରି କାର୍ଯ୍ୟ ଗ୍ରହଣ କରାଯିବନାହିଁ ଓ ସୂଚନା ଆସିବା ପରେ ଆମେ ପୋଲିସକୁ ଜଣାଇଦେଇଥିଲୁ। ହସ୍ପିଟାଲର ପ୍ରଶାସନ ଯାଞ୍ଚରେ ପୁରା ସହଯୋଗ କରୁଛି।

ଦେଶର ଦାମୀ ଓ ନାମ ଥିବା ହସ୍ପିଟାଲ ମଧ୍ୟରୁ ଗୋଟେ ହେଉଛି ଫୌଟିସ:

ଦେଶର ଦାମୀ ଓ ନାମ ଥିବା ହସ୍ପିଟାଲ ମଧ୍ୟରୁ ଗୋଟେ ହେଉଛି ଫୌଟିସ। ଏହି ହସ୍ପିଟାଲ ଉପରେ ସୁରକ୍ଷା ନାମରେ ଅଧିକ ପଇସା ନିଆଯାଉଥିବା ଅଭିଯୋଗ ସର୍ବଦା ଲାଗିଥାଏ କିନ୍ତୁ ପ୍ରଶ୍ନ ଏହା କି କଣ ସତରେ ଏହି ହସ୍ପିଟାଲରେ ସୁରକ୍ଷା ଦିଆଯାଇଥାଏ? କଣ ଏହି ହସ୍ପିଟାଲରେ ରୋଗୀଙ୍କ ସେବା ଠିକସେ କରାଯାଉଛି?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *