କରୋନା ବିରୋଧରେ ଲଢେଇ ପାଇଁ ସୋନୁ ସୁଦଙ୍କ ପଥ ଅନୁସରଣ କଲେ ହନୁମା ବିହାରୀ। ମୃତ୍ୟୁ ସହ ଲଢ଼ୁଥିବା ଲୋକଙ୍କୁ କରୁଛନ୍ତି ସାହାଯ୍ୟ।

ଭାରତୀୟ ଟେଷ୍ଟ ଟିମର ଖେଳାଳି ହନୁମା ବିହାରୀ ବର୍ତ୍ତମାନ ଇଂଲଣ୍ଡରେ କାଉଂଟି କ୍ରିକେଟ ଖେଳିବାର ନଜର ଆସୁଛନ୍ତି। ଖେଳ ସହିତ ତାଙ୍କର ଧ୍ୟାନ ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରୀ ଉପରେ। ସେ ଆକ୍ଟର ସୋନୁ ସୁଦଙ୍କ ପରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି ଭଲ କାମରେ ତାଙ୍କ ସହ ହାଇଦ୍ରାବାଦ ଓ ଅନ୍ୟ ସହରର ୧୦୦ ଜଣ ସଦସ୍ୟ ଯୋଡି ହୋଇଛନ୍ତି। ଯେବେ କେହି ଏହି କ୍ରିକେଟରଙ୍କୁ ସାହାଯ୍ୟ ପାଇଁ ଟ୍ୱିଟ କରେ ସେ ସାଙ୍ଗେ ସାଙ୍ଗେ ସାହାଯ୍ୟରେ ଲାଗିଯାଇଥାନ୍ତି। ଏବେ ଯାଏ ହନୁମା ବିହାରୀ ଅନେକ ଲୋକଙ୍କୁ ଅକ୍ସିଜେନ ,ଜୀବନ ରକ୍ଷକ ଔଷଧ ଓ ଆର୍ଥିକ ସାହାଯ୍ୟ କରୁଛନ୍ତି।

ବିହାରୀ ନିଜେ ତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି କିନ୍ତୁ ଯେଉଁଠି ତାଙ୍କୁ ଲାଗୁଛି ଏଠି ସେ ପାରିବେନି ସେଠି ସେ ସୋନୁ ସୁଦ ଓ ଭାରତୀୟ ଯୁବ କଂଗ୍ରେସ ଅଧକ୍ଷ ଶ୍ରୀନିବାସ ବି ବି ଙ୍କୁ ସାହାଯ୍ୟ ମାଗୁଛନ୍ତି। ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହା ଦେଖାଯାଉଛି। ସେ ବିଶାଖାପାଟଣାର ଜଣେ ରୋଗୀ ଯାହାଙ୍କୁ ବ୍ଲାକ ଫଙ୍ଗସ ହୋଇଛି ତାଙ୍କ ପାଇଁ ଆବଶ୍ୟକ ଇଞ୍ଜେକ୍ସସ ପାଇଁ ସେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ।

ଏହା ହିଁ ଖାଲି ନୁହେଁ ତାଙ୍କର କହିବା ଅଟେକି ଭାରତୀୟ ଯୁବ କଂଗ୍ରେସ ଅଧକ୍ଷ ଶ୍ରୀନିବାସ ବି ବି ମଧ୍ୟ ଜଣେ ଆବଶ୍ୟକ ରୋଗୀଙ୍କ ପାଇଁ ପ୍ଲାଜ୍ମା ପହଁଞ୍ଚାଇଥିଲେ। ବିହାରୀ ଏହି ସାହାଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ସୋନୁ ସୁଦଙ୍କୁ ମଧ୍ୟ ସାହାଯ୍ୟ ମାଗୁଛନ୍ତି ହନୁମା ବିହାରୀ:

ଏତିକି ନୁହେଁ ଆଜି ସକାଳେ ସେ ହେମନ୍ତ କୁମାର ନିଲି ନାମକ ଜଣେ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟରେ ସୋନୁ ସୁଦଙ୍କୁ ଟ୍ୟାଗ କରି ବିଶାଖାପାଟଣାରେ ନିଜ ବାପାଙ୍କ ଆବଶ୍ୟକ ପାଇଁ ଅକ୍ସିଜେନ ବେଡ଼ ପାଇଁ ଗୁହାରି କରିଥିଲେ। ତାଙ୍କ ଅକ୍ସିଜେନ ଲେବଲ ୮୦ ରୁ ତଳକୁ ଆସିଯାଇଥିଲା ଓ ଜଲ୍ଦି ଚିକିତ୍ସାର ଦରକାରୀତା ଥିଲା। ଏହା ଉପରେ ବ୍ୟକ୍ତି ଜଣଙ୍କ ନିଜ ବାପାଙ୍କ ଡିଟେଲ୍ସ ଦେଇ କହିଥିଲେ ଯେପରି ସେ ବେଡ଼ର ତୟାରୀ କରିପାରିବେ।

ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଚାହୁଁଛି:

ନିଜର ଏହି କାମ ପାଇଁ ଅଳ୍ପଦିନ ତଳେ କ୍ରିକେଟର ଜଣଙ୍କ ନ୍ୟୁଜ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା ସମୟରେ କହିଥିଲେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ଜଣା ଯାଇଛି। କରୋନାର ଦ୍ୱିତୀୟ ଲହରୀ ଏତେ ଭୟାନକକି ମେଡିକାଲରେ ବେଡ଼ ଓ ଅକ୍ସିଜେନର କମି ଦେଖାଯାଉଛି। ମୁଁ ଏହି ଖରାପ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛି ଓ ଅଧିକରୁ ଅଧିକ ଲୋକଙ୍କୁ ସହାୟତା କରିବାକୁ ଚାହୁଁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *