କଣ IPLରେ ଏହି ଖେଳାଳି ବନିବେ ଚେତେଶ୍ୱର ପୂଜାର! ଚାରିଆଡେ ହେଉଛି ଚର୍ଚ୍ଚା।

ଅଧିକା ସମୟ ଯାଇନି ଯେତେବେଳେ ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଖେଳାଳିମାନେ ନିଜର ପ୍ରଦର୍ଶନ ଦେଖାଇ ପୂରା ଦୁନିଆକୁ ଆଚମ୍ବିତ କରିଦେଇଥିଲେ। ସେହି ଖେଳାଳୀମାନଙ୍କୁ ମଧ୍ୟରେ ଥିଲେ ଜଣେ ଥିଲେ ହନୁମା ବିହାରୀ। ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିଲା। ଦ୍ୱିତୀୟ ଟେଷ୍ଟରେ ଭାରତ ମ୍ୟାଚ ଜିତି ସିରିଜ ବରାବର କଲା। ତୃତୀୟ ଟେଷ୍ଟ ଅଷ୍ଟ୍ରେଲିଆ ହାତରେ ଥିଲା ହେଲେ ପଞ୍ଚମ ଦିନ ଯେତେବେଳେ ଭାରତର ପାଞ୍ଚଟି ୱିକେଟ ପଳେଇଥିଲା ଓ ଲାଗୁଥିଲା କି ଟିମ ହାରିଯିବ ସେତେବେଳେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ଵିନ ମିଶିକରି ଜବରଦସ୍ତ ଖେଳ ଦେଖେଇଲେ। ଟିମକୁ ହରେଇବାରୁ ବଞ୍ଚେଇଲେ। ସେହି ସମୟରେ ତାଙ୍କ ବ୍ୟାଟିଂର ବହୁତ ତାରିଫ ହେଲା। ଏହାର ଦେଢ଼ ମାସ ପରେ ଯେତେବେଳେ ଆଇପିଏଲରେ ଖେଳାଳୀମାନଙ୍କର କିଣା ହେଲା ସେତେବେଳେ ହନୁମା ବିହାରୀଙ୍କୁ କେହି କିଣିଲେ ନାହିଁ।

Google

ଯେମିତି ଚେତେଶ୍ୱର ପୂଜାରା ଏକ ଟେଷ୍ଟ ଖେଳାଳୀ ଅଟନ୍ତି ସେହିପରି ହନୁମା ବିହରୀଙ୍କୁ ମଧ୍ୟ ଟେଷ୍ଟ ଖେଳାଳୀ କୁହାଗଲା। ଚେତେଶ୍ୱର ପୂଜାରାଙ୍କୁ ଏହିଥର ଚେନ୍ନାଇ ଟିମ କିଣିଛି ହେଲେ ତାଙ୍କୁ ୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା।ହନୁମା ବିହାରୀ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଖେଳି ସାରିଛନ୍ତି। ହେଲେ ଏଥର ତାଙ୍କୁ କୌଣସି ଦଳ କିଣି ନାହାନ୍ତି।

ହନୁମା ବିହାରୀ ଆଇପିଏଲରେ ୨୪ଟି ମ୍ୟାଚ ଖେଳିଛନ୍ତି।ସେଥିରୁ ୨୩ଟି ମ୍ୟାଚରେ ୨୮୪ଟି ରନ ବନେଇଛନ୍ତି। ଏଥିରେ ତାଙ୍କ ସର୍ବୋଚ୍ଚ ରନ ୪୬ ରନ ଅଟେ। ଯେବେ ନିଲାମୀ ହନୁମା ବିହାରୀଙ୍କୁ କେହି କିଣିଲେଣି ସେତେବେଳେ ତାଙ୍କ ପ୍ରସଂଶକମାନଙ୍କୁ ବହୁତ ଖରାପ ଲାଗିଲା। ହେଲେ ସେ ଏହାର ଉତ୍ତର ବହୁତ ହାସ୍ୟାସ୍ପଦ ଢଙ୍ଗରେ ଦେଲେ।

Google
ସାହସର ସହିତ ଖେଳିଥିଲେ ସିଡନୀ ଟେଷ୍ଟ:

ହନୁମା ବିହାରୀ ହ୍ୟାମଷ୍ଟ୍ରିଙ୍ଗ ଆହତ ସମସ୍ୟାରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏମିତି ଖେଳିଲେ ଯେ ଭାରତ ସହିତ ପୂରା ଦୁନିଆର କ୍ରିକେଟ ପ୍ରସଂଶକ ପୂରା ମୁଗ୍ଧ ହୋଇଗଲେ। ମ୍ୟାଚର ଶେଷ ଦିନରେ ଅଶ୍ଵିନ ଏବଂ ହନୁମା ବିହାରୀ କ୍ରିଜ ଉପରେ ଥିଲେ। ଆଘାତ ପ୍ରାପ୍ତ ହୋଇଥିବା ହନୁମା ବିହାରୀ ୧୬୧ ବଲ ଖେଳି ଆଉଟ ନ ହୋଇ ମ୍ୟାଚକୁ ଡ୍ର କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ ନିଭେଇଥିଲେ।

ପୂଜାରା ଓ ବିହାରୀ:ଚେତେଶ୍ୱର ପୂଜାରାଙ୍କୁ ରାହୁଲ ଦ୍ରାଭିଡ଼ ପରେ ଟିମ ଇଣ୍ଡିଆର କବାଟ ବୋଲି କୁହାଯାଏ। କେତେ ମ୍ୟାଚ ସେ ନିଜ ବ୍ୟାଟିଂ ଜରିଆରେ ଜିତାଇଛନ୍ତି ଓ ଡ୍ର ମଧ୍ୟ କରିବାରେ ସଫଳ ହୋଇଛନ୍ତି। ହେଲେ ତାଙ୍କ ଆଇପିଏଲ କ୍ୟାରିୟର ବହୁତ ଛୋଟ ଅଟେ । କୌଣସି ବି ଟିମ ତାଙ୍କ ଉପରେ ପୂରା ଭରସା ଦେଖାଇଲେ ନାହିଁ। ଏବେ ହନୁମା ବିହାରୀଙ୍କ ଉପରେ ମଧ୍ୟ କେଉଁ ଟିମ ଭରସା ଦେଖାଇଲା ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *