ଅଫସ୍ପିନର ହରଭଜନ ସିଂହ ଅନେକ ଦିନ ହେବ କ୍ରିକେଟ ଗ୍ରାଉଣ୍ଡରୁ ଦୂରରେ ଅଛନ୍ତି କିନ୍ତୁ ସେ ଏବେ ମଧ୍ୟ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ଏହି କାରଣ ଅଟେ କି ଜଣେ ଆର୍ଥିକ ଅଭାବରେ ଥିବା ବ୍ୟକ୍ତି ତାଙ୍କୁ ସାହାଯ୍ୟ ମାଗିଥିଲେ ଓ ହରଭଜନ ମଧ୍ୟ ତାଙ୍କୁ ନିରାଶ କରିନାହାଁନ୍ତି ଓ ସାହାଯ୍ୟ କରିବାର ପୁରା ଭରସା ଦେଇ ବ୍ୟକ୍ତିଙ୍କ ଠିକଣା ମାଗିଛନ୍ତି।ଗୋଟେ ଦିନ ପୂର୍ବରୁ ଅରୁଣ ଦିବେଦୀ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ହରଭଜନ ସିଂହଙ୍କୁ ଟାଗ କରି ଏକ ମ୍ୟାସେଜ ସେୟାର କରିଥିଲେ। ସେଥିରେ ବ୍ୟକ୍ତି ଜଣଙ୍କ ଲେଖିଥିଲେ ଦୟାକରି ପରିବାରଟିକୁ ବଞ୍ଚାଇବା ପାଇଁ ସାହାଯ୍ୟ କରନ୍ତୁ। ଆମ ପାଖରେ ଅଳ୍ପ ଦିନ ଅଛି। ପ୍ଲିଜ ମୋର ଗୋଟେ ବର୍ଷର ପୁଅ ଅଗ୍ରଜକୁ ବଞ୍ଚାନ୍ତୁ। ମୁଁ ନିଜେ ପରିବାର ଓ ପୁଅକୁ ବଞ୍ଚାଇବା ପାଇଁ ନିଜ କିଡନି ମଧ୍ୟ ବିକ୍ରିକରିବାକୁ ତୟାର ଅଛି। ନିଜ ପରିବାରକୁ ବଞ୍ଚାଇବା ପାଇଁ ଯେଉଁଠିକି ମଧ୍ୟ ଯାଉଛି ଲୋକ ଫେରାଇ ଦେଇଛନ୍ତି। ମୋ ପାଖରେ ଚାକିରୀ ବି ନାହିଁ। ପ୍ଲିଜ ମୋର ସାହାଯ୍ୟ କରନ୍ତୁ।

ହରଭଜନ ସେହି ମ୍ୟାସେଜର ଜବାବ ଦେଇ ସେହି ବ୍ୟକ୍ତିଙ୍କୁ ନିଜ ଠିକଣା ଦେବାକୁ କହିଛନ୍ତି। ଯାହା ଦ୍ୱାରା ସେ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିବେ। ଏପରି ନୁହେଁ କି ଅରୁଣ କେବଳ ହରଭଜନଙ୍କୁ ସାହାଯ୍ୟ ମାଗିଛନ୍ତି ସେ ଅଜୟ ଦେବଗନ, କଙ୍ଗମା ରଣାୱତ ,ସମେତ ଅନେକ ଫିଲ୍ମ ଷ୍ଟାରଙ୍କୁ ଟ୍ୱିଟରରେ ସାହାଯ୍ୟ ମାଗିଛନ୍ତି କିନ୍ତୁ କେହି ଏହାର ଜବାବ ଦେଇନାହାନ୍ତି କିନ୍ତୁ ହରଭଜନ ସିଂହ ଜବାବ ଦେବା ସହ ସାହାଯ୍ୟ କରିବାର ପ୍ରତିସୁତି ଦେଇଛନ୍ତି।
ହରଭଜନ ଲକଡାଉନ ସମୟରେ ଗରିବ ଲୋକଙ୍କୁ ରାସନ ବାଣ୍ଟିଥିଲେ:
ଏହା ପ୍ରଥମ ଥର ନୁହେ ଯେବେ ହରଭଜନ ସାହାଯ୍ୟ ପାଉ ହାତ ବଢ଼ାଇଛନ୍ତି। ପୂର୍ବ ବର୍ଷ ମଧ୍ୟ ଲକଡାଉନ ସମୟରେ ହରଭଜନ ନିଜ ନିଜସହର ଜାଲନ୍ଧରରେ ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ। ସେବେ ହରଭଜନ ଓ ତାଙ୍କ ପତ୍ନୀ ଗୀତା ବସରାର ପାଞ୍ଚ ହଜାର ଲୋକଙ୍କ ପାଖରେ ରାସନ ପହଞ୍ଚାଇଥିଲେ। ସେବେ ହରଭଜନ କହିଥିଲେକି ମୁଁ ନିଜେ ଲୋକଙ୍କୁ ଏହିପରି ଅସୁବିଧାରେ ଦେଖିପାରିବି ନାହିଁ।ଖେଳ ଏତେ ଏତେ ଦେଇଛ ତ ମୁଁ ଅଳ୍ପ ବହୁତ ସାହାଯ୍ୟ ତ କରିପାରିବି। ମୁଁ ଚାହୁଁଛି ଯାହା ମୁଁ ସାହାଯ୍ୟ କରିଛି ତାହା ଲୋକଙ୍କ ପାଖରେ ପହଁଚୁ। ଏଥିପାଇଁ ପଞ୍ଜାବ ପୋଲିସ ଓ ସାଙ୍ଗମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବି।

ହରଭଜନଙ୍କର ତାମିଲ ଫିଲ୍ମ ଜଲ୍ଦି ରିଲିଜ ହେବ:
ବର୍ତ୍ତମାନ କ୍ରିକେଟଠୁ ହରଭଜନ ଦୂରରେ ଅଛନ୍ତି। କିନ୍ତୁ ଫିଲ୍ମରେ ଆକ୍ସନରେ ଦେଖାଯାଉଛନ୍ତି। ଏକ ଦିନ ପୂର୍ବରୁ ହିଁ ତାଙ୍କର ପ୍ରଥମ ତାମିଲ ଫିଲ୍ମ ଫ୍ରେଣ୍ଡସିପର ଟିଜର ରିଲିଜ ହୋଇଥିଲା। ଏହାକୁ ନେଇ ତାଙ୍କ ସୋସିଆଲ ମିଡିଆରେ ଲଗାତର ଅଭିନନ୍ଦନ ମିଳୁଛି। ଏହି ଫିଲ୍ମ ଏହି ବର୍ଷ ଖରାଦିନେ ରିଲିଜ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।