“ଫ୍ରେଣ୍ଡସିପ” କୁ ନେଇ ଚର୍ଚ୍ଚାରେ ହରଭଜନ ସିଂହ, ଦେଖନ୍ତୁ ତାଙ୍କ ନୂଆ ଫିଲ୍ମର ଟିଜର।

ଭାରତୀୟ ଅଫ ସ୍ପିନର ହରଭଜନ ସିଂହ ନିଜ ଆସୁଥିବା ଫିଲ୍ମ “ଫ୍ରେଣ୍ଡସିପ”କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଆସିଛନ୍ତି। ୧ ମାର୍ଚ୍ଚକୁ “ଫ୍ରେଣ୍ଡସିପ”ର ଟିଜର ରିଲିଜ କରାଯାଇଛି।ହରଭଜନ ଟିଜରରେ ଅଲଗା ଅଲଗା କ୍ୟାରେଣ୍ଟର କରୁଥିବା ଦେଖାଯାଇଛି। ଏଥିରେ ସେ କେବେ ଆକ୍ସନ ମୁଡ଼ରେ, କେବେ ରୋମାଣ୍ଟିକ ଓ କେବେ ଭାବୁକ ମୁଡ଼ରେ ଦେଖାଯାଉଛନ୍ତି। ଫିଲ୍ମର ଟିଜରକୁ ଲୋକ ବହୁତ ପସନ୍ଦ କରୁଛନ୍ତି।

Google

ହରଭଜନ ଫିଲ୍ମର ଏକ ସିନରେ ବଲ ଧରିଥିବା ଦେଖାଯାଇଛି। ହରଭଜନଙ୍କ ଏହି ଫିଲ୍ମ ତିନୋଟି ଭାଷା(ହିନ୍ଦୀ, ତେଲଗୁ, ତାମିଲ) ରେ ରିଲିଜ ହେବ। ଫିଲ୍ମ “ଫ୍ରେଣ୍ଡସିପ” ଏହି ବର୍ଷ ରିଲିଜ ହେବାର ଆଶା ଅଛି। ଏହା ପୂର୍ବରୁ ହରଭଜନ ସିଂହ ୨୦୧୩ରେ ଏକ ପଞ୍ଜାବୀ ଫିଲ୍ମରେ ଅଭିନୟ କରିଥିଲେ। ସେହି ଫିଲ୍ମରେ ସେ ଏକ ପୋଲିସ ରୋଲ କରିଥିଲେ ଓ ଏହା ପରେ ଅନେକ ଟିଭି ଶୋ ରେ କାମ କରିଛନ୍ତି। ଏବେ ଦେଖିବା ବାକି ରହିଲା କି ଲୋକ ତାଙ୍କ “ଫ୍ରେଣ୍ଡସିପ” ଫିଲ୍ମକୁ କେତେ ପସନ୍ଦ କରୁଛନ୍ତି?

ହରଭଜନ ସିଂହଙ୍କ ପୂର୍ବରୁ ମଧ୍ୟ ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ଫିଲ୍ମରେ କାମ କରିବାକୁ ପ୍ରୟାସ କରିଛନ୍ତି! କିନ୍ତୁ ଅଳ୍ପ ଲୋକଙ୍କୁ ଛାଡି ସମସ୍ତେ ଭଲ ପ୍ରଦର୍ଶନ କରିପାରି ନାହଁନ୍ତି ଯେଉପରି ସେ କ୍ରିକେଟରେ ପ୍ରଦର୍ଶନ କରିଥିଲେ।ଭାରତୀୟ କ୍ରିକେଟରଙ୍କ ଫିଲ୍ମ କଥା କହିବା ତ ସେଥିରେ କପିଲ ଦେବ, ସୁନୀଲ ଗାଭାସ୍କର, ଓ ସଚିନ ତେନ୍ଦୁଲକର ସାମିଲ ଅଛନ୍ତି।

Google

● ସାତଟି ଟେଷ୍ଟ ମ୍ୟାଚରେ ଦୁଇଟି ଦୁଇଶତକ ମାରିଥିବା ବିନୋଦ କାମ୍ବଲେଙ୍କ କ୍ରିକେଟ କ୍ୟାରିୟର ବହୁତ ଛୋଟ ରହିଛି। ସେ ୨୦୦୨ ରେ ସଂଜୟ ଦତ ଓ ସୁନୀଲ ସେଠିଙ୍କ ଫିଲ୍ମ “ଅନର୍ଥ” ସେ କାମ କରିଥିଲେ। ଏହା ପ୍ରେ ସେ କୌଣସି ଫିଲ୍ମ ବା ଟିଭି ସିରିୟଲରେ ଦେଖାଯାଇନାହଁନ୍ତି।

● ସୁନୀଲ ଗାଭାସ୍କର ଏକ ମରାଠୀ ଫିଲ୍ମ “ସାଂମ୍ବଲି ପ୍ରୋମାଚି”ରେ ଲିଡ଼ ରୋଲ କରିଥିଲେ। ଏହା ସହ ହିନ୍ଦୀ ଫିଲ୍ମ ମାଲାମାଲରେ ମଧ୍ୟ ଗେଷ୍ଟ ରୋଲ କରିଛନ୍ତି କିନ୍ତୁ ତାଙ୍କୁ କୌଣସି ଖାସ ଉପଲବ୍ଧି ମିଳିନାହିଁ।

●ଫିଲ୍ମ ଅଜନବୀରେ ସନ୍ଦୀପ ପାଟେଲ ଓ ସୈୟଦ କିରମାନି ଅଭିନୟ କରିଛନ୍ତି।ସନ୍ଦୀପ ପାଟେଲ ଲିଡ଼ ରୋଲରେ ଓ ସୈୟଦ କିରମାନି ଭେଲିୟାନ ରୋଲ କରିଥିଲେ। ଏହି ଫିଲ୍ମ ସୁପର ହିଟ ହୋଇଥିଲା ଏହା ପରେ ମଧ୍ୟ ଏମାନଙ୍କ ଫିଲ୍ମ କ୍ୟାରିୟର ଚାଲିଲା ନାହିଁ।

● ୫ ବର୍ଷ ବ୍ୟାନ ଲାଗିବା ଦ୍ଵାରା ଅଜୟ ଜାଡେଜା ବଲିଉଡ଼ର ସାହାରା ନେଇଥିଲେ। ସେ ଖେଳ ଫିଲ୍ମରେ କାମ କରିଥିଲେ କିନ୍ତୁ ବଲିଉଡ ମଧ୍ୟ ତାଙ୍କୁ ସ୍ୱୀକାର କରିନଥିଲା।ଏବେ ସେ କମେଣ୍ଟଟର କାମ କରୁଛନ୍ତି।

● ଭାରତକୁ ପ୍ରଥମ ଥର ବିଶ୍ୱକପ ଜିତାଇଥିବା କପିଲ ଦେବ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ତାଙ୍କୁ କୌଣସି ଫିଲ୍ମରେ ଲିଡ଼ ରୋଲ ମିଳିପାରିନାହିଁ। ସେ “ଇକବାଲ”, “ଚେନ ଖୁଲି କି ମେନ ଖୁଲି” ଭଳି ଫିଲ୍ମରେ କାମ କରିଛନ୍ତି।

●କ୍ରିକେଟର ବାଦସାହା ସଚିନ ତେନ୍ଦୁଲକରଙ୍କ ବାୟୋପିଙ୍କ ଫିଲ୍ମ,”ସଚିନ: ଏ ବିଲିୟନ ଡ୍ରିମ୍ସ” ଫିଲ୍ମରେ ନିଜେ ସଚିନ ଲିଡ଼ ରୋଲ କରିଥିଲେ କିନ୍ତୁ ସେହି ଫିଲ୍ମ ଏତେ ମଧ୍ୟ ଭଲ ହେଲା ନାହିଁ।

Google

● ସଲିଲ ଅଂକୋଲ ଏମାନଙ୍କ ମଧ୍ୟରୁ ଜଣେ। ସଲିଲ ଓ ସଚିନ ଏକା ସାଙ୍ଗେ ଟେଷ୍ଟରେ ଡେଭ୍ୟୁ କରିଥିଲେ। ସେ କ୍ରିକେଟରେ ଭଲ ନାମ କମାଇପାରିନଥିଲେ। ସେ ବଲିଉଡରେ “ପିତା”,” ଚୁରା ଲିଆ ହେ ତୁମନେ”, ଓ “କୁରୁକ୍ଷେତ୍ର” ଫିଲ୍ମ ରେ କାମ କରିଛନ୍ତି। ଏହି ବଡ଼ ଫିଲ୍ମରେ ଅସଫଳ ହେବା ପରେ ସେ ଛୋଟ ସିରିୟଲରେ କାମ କରିବା ଆରମ୍ଭ କଲେ ଯେପରି “କରମ ଅପନେ ଅପନେ”।

● ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜ ଆଘାତ କାରଣରୁ କ୍ରିକେଟ କ୍ୟାରିୟର ତାଙ୍କୁ ଛାଡ଼ିବାକୁ ପଡିଥିଲା ଏହା ପରେ ସେ ପଞ୍ଜାବୀ ଫିଲ୍ମରେ କାମ କରିଥିଲେ। ଭାଗ୍ୟ ତାଙ୍କ ସାଥ ଦେଲା ଓ ସେ ଏବେ ପର୍ଯ୍ୟନ୍ତ ଅନେକ ହିନ୍ଦୀ ଫିଲ୍ମରେ କାମ କରିସାରିଲେଣି।

ଏମାନଙ୍କ ଛଡା ସୁନୀଲ ଦୁରାନି, ଏସ ଶ୍ରୀସାନ୍ତ, ଭିଭିଏସ ଲକ୍ଷ୍ମଣ, କୃଷମାଚାରି ଶ୍ରୀକାନ୍ତ, ସଦାଗୋପନ ରମେଶ ଓ ଯୁବରାଜ ସିଂହ ମଧ୍ୟ ଫିଲ୍ମରେ କାମ କରିସାରିଛନ୍ତି। କିନ୍ତୁ ତାଙ୍କୁ ଫିଲ୍ମ ଦୁନିଆରେ କୌଣସି ଖାସ ପରିଚୟ ମିଳିପାରିଲା ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *