ଟିମ ଇଣ୍ଡିଆର ମହାନ ଅଫ ସ୍ପିନର ହରଭଜନ ସିଂହ ଆଇପିଏଲ ୨୦୨୦ ଖେଳିନଥିଲେ କିନ୍ତୁ ଏଥର ହେବାକୁ ଥିବା ସଂସ୍କରଣ ସେ ଖେଳିବା ପାଇଁ ପୁରା ପ୍ରସ୍ତୁତ। ହରଭଜନ ସିଂହ ୧୮ ଫେବୁଆରୀକୁ ହେବାକୁ ଥିବା ଆଇପିଏଲ ଆକ୍ସନ ପାଇଁ ନିଜ ବେସ ପ୍ରାଇଜ ୨ କୋଟି ରଖିଛନ୍ତି। ପୂର୍ବ ସଂସ୍କରଣରେ ସେ ଚେନ୍ନାଇ ସୁପର କିଙ୍ଗସ ଅଂଶ ଥିଲେ କିନ୍ତୁ ଶେଷ ସମୟରେ ସେ ଆଇପିଏଲ ନଖେଳିବାର ଫଇସଲା ଗ୍ରହଣ କରିଥିଲେ। ଆଇପିଏଲ ୨୦୨୧ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ରିଲିଜ କରିଦେଇଛି। ଏବେ ହରଭଜନ ସିଂହ ଆଇପିଏଲ ୨୦୨୦ ନଖେଳିବାର କାରଣ କହିଛନ୍ତି।

ହରଭଜନ ସିଂହ କ୍ରିକବଜ ସହିତ ଖାସ କଥାବାର୍ତ୍ତାରେ କହିଛନ୍ତି ସେ କରୋନା ଭାଇରସ ପାଇଁ ଆଇପିଏଲ ୨୦୨୦ ଖେଳିନଥିଲେ। ତାଙ୍କୁ ନିଜ ପରିବାରର ଚିନ୍ତା ଥିଲା।ହରଭଜନ ସିଂହ କହିଛନ୍ତି,”ମୁଁ ଆଇପିଏଲ ୨୦୨୧ ପାଇଁ ପୁରା ପ୍ରସ୍ତୁତ ଅଛି ପରିଶ୍ରମ ମଧ୍ୟ ବହୁତ କରୁଛି। ପୂର୍ବ ବର୍ଷ ମଧ୍ୟ ମୁଁ ଖେଳିବାକୁ ଚାହୁଁଥିଲିକିନ୍ତୁ ମହାମାରି ପାଇଁ ମୁଁ ଖେଳିଲି ନାହିଁ। ମୁଁ ନିଜେ ପରିବାର ସହିତ ରହିବାକୁ ଇଛା ପ୍ରକାଶ କରୁଥିଲି। ମତେ ଲାଗୁଛିକି ସେହି ଫଇସଲା ଠିକ ଥିଲା”।
ହରଭଜନ ସିଂହଙ୍କ ଦାବି- ଏବେ ଅନେକ କ୍ରିକେଟ ବାକି:
ହରଭଜନ ସିଂହ ଆଇପିଏଲ ୨୦୨୧ ପୂର୍ବରୁ କହିଛନ୍ତି ଏବେ ତାଙ୍କ ଭିତରେ ଅନେକ କ୍ରିକେଟ ବଳକା ରହିଛି। ସେ ନିଜ ଫିଟନେସ ଉପରେ କାର୍ଯ୍ୟରତ। କହିରଖିବୁ ହରଭଜନ ସିଂହ ବର୍ଷ ୨୦୧୯ରୁ କୌଣସି ପ୍ରଫେସନାଲ କ୍ରିକେଟ ଖେଳିନଥିଲି। ତା ସହିତ ସେ ପଞ୍ଜାବ ପାଇଁ ଘରୋଇ ମ୍ୟାଚ ମଧ୍ୟ ଖେଳିନଥିଲେ। ହରଭଜନ କହିଛନ୍ତି,”ମୋ ଭିତରେ ବହୁତ କ୍ରିକେଟ ବଳକା ରହିଛି। ମୁଁ ଲକଡାଉନ ସମୟରେ ମୋର ଫିଟନେସ ଉପରେ ବହୁତ କାମ କରିଛି। ଦୃଭାଗ୍ୟରେ ମୁଁ ଆଇପିଏଲ ଖେଳିପାରିନଥିଲି କିନ୍ତୁ ଏବେ ପଡ଼ିଆକୁ ଓହ୍ଲାଇବାକୁ ତୟାର ଅଛି”।

ହରଭଜନ ସିଂହଙ୍କ ଆଇପିଏଲରେ ଭଲ ରେକର୍ଡ ଅଛି।୨୦୦୮ରୁ ଏହି ଲିଗରେ ଖେଳିଥିବା ଭଜି ଏବେ ପର୍ଯ୍ୟନ୍ତ ୧୫୦ ୱିକେଟ ନିଜ ନାମରେ କରି ଛନ୍ତି। ହରଭଜନ ସିଂହ ୨୦୧୭ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ପଦର୍ଶନ କରିଥିଲେ ଓ ୨୦୧୮ରେ ସେ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଥିଲେ। ୨୦୧୯ରେ ସେ ୧୬ ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।