ହରଭଜନ ସିଂହ ସେୟାର କରିଲେ କଷ୍ଟଦାୟକ ଭିଡିଓ-କହିଦେଲେ ଏହି ବଡ଼ କଥା। ଦେଖନ୍ତୁ ଭିଡିଓ।

ଭାରତୀୟ ଦଳର ଅଫ ସ୍ପିନର ହରଭଜନ ସିଂହ ଏକ ଭିଡିଓ ସେୟାର କରି ଦିଲ୍ଲୀର ସିଏମ ଏବଂ ଦିଲ୍ଲୀ ପୋଲିସ ଠାରୁ ସାହାଯ୍ୟର ଦାବି କରିଛନ୍ତି। ହରଭଜନ ସିଂହ ଏକ ଭିଡିଓ ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି ଯେଉଁଥିରେ ଏକ ପୁଅ ନିଜ ମାଆକି ଥାପଡ଼ ମାରୁଅଛି। ଏହାପରେ ଏବେ ସେହି ବୃଦ୍ଧା ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି।

Google

ହରଭଜନ ସିଂହ ଏହି ଭିଡିଓକୁ ସେୟାର କରୁଥିବା ବେଳେ ବହୁତ ରାଗୀ ଏବଂ ସେ ବହୁତ ହିଁ କଡା କ୍ୟାପସନ ସହିତ ସିଏମ କେଜରିୱାଲ ଓ ଦିଲ୍ଲୀ ପୋଲିସ ଠାରୁ ସାହାଯ୍ୟ ଦାବି କରିଛନ୍ତି। ହରଭଜନ ସିଂହ ଭିଡିଓ ଟ୍ୱିଇଟକରି ଲେଖିଲେ,’ମାଙ୍କ ଠାରୁ ଉପରେ କେହି ମଧ୍ୟ ନୁହେଁ ଓ କୌଣସି ପୁଅ ଯଦି ମା ଉପରେ ହାତ ଉଠାଇ ପାରିବ ତେବେ ସେ ମଣିଷ ଯୋଗ୍ୟ ନୁହଁ । ବହୁତ ଦୁଃଖ ଲାଗିଲା ଏହା ଦେଖିକରି। ଏପରି ପୁଅକୁ ବଞ୍ଚିବାର କୌଣସି ଅଧିକାର ନାହିଁ।ଦିଲ୍ଲୀ ପୋଲିସ ଓ ସିଏମ କେଜରିୱାଲ ଦୟାକରି ଆପଣ ଏହି ଲଜ୍ଜାଜନକ ଘଟଣା ଉପରେ ନଜର ପକାନ୍ତୁ।’

ବୃଦ୍ଧା ମହିଳା ଡାକ୍ତରଖାନାରେ ଜୀବନ ହାରିଲେ: ସୋସିଆଲ ମିଡିଆରେ ଚାଲୁଥିବା ଖବର ଅନୁଯାୟୀ ଏହି ଘଟଣା ଦିଲ୍ଲୀର ଦ୍ୱାରକାର ବିନ୍ଦାପୁର ଅଞ୍ଚଳର ଅଟେ,ଯେଉଁଠାରେ ରଣବୀର ନାମକ ବ୍ୟକ୍ତି ନିଜ ବୃଦ୍ଧା ମାଙ୍କୁ ଏତେ ଜୋରରେ ଚାପୁଡ଼ା ମାରିଲେ କି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା ଓ ତାଙ୍କର ମୁତ୍ଯୁ ହୋଇଗଲା। ବୃଦ୍ଧା ମହିଳାଙ୍କ ନାମ ଅବତାର କୌର ଓ ତାଙ୍କ ବୟସ ୭୬ବର୍ଷ ଥିଲା। ଏହି ପୁରା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଛି ଓ ହରଭଜନ ସିଂହ ଏହାର ଭିଡିଓ ସେୟାର କରିଛନ୍ତି ବୋଲି ଦେଖା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *