IND VS AUS: କ୍ୟାପଟେନ୍ସିକୁ ନେଇ ବିରାଟଙ୍କ ସମର୍ଥନରେ ଆସିଲେ ହରଭଜନ ସିଂ, କହିଲେ…

ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଦ୍ଵିତୀୟ ଦିନିକିଆ ହାରିବା ପରେ ଭାରତୀୟ ଦଳ ସିରିଜ ହରେଇଦେଇଛି। ଏହାକୁ ନେଇ କେତେକ ମହାନ ଖେଳାଳି କୋହଲିଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି, ହେଲେ ଏହାକୁ ନେଇ ହରଭଜନ ତାଙ୍କ ସପକ୍ଷରେ ମତ ଦେଇଛନ୍ତି ଏବଂ ଅନୁଭବୀ ସ୍ପିନର କହିଛନ୍ତି ଯେ କୋହଲି ନିଜ ଅଧିନାୟକତ୍ୱକୁ ନେଇ କୌଣସି ଚାପରେ ନାହାନ୍ତି।

Google

ସିଡିନରେ ୨ୟ ଦିନିକିଆ ହାରିବା ପରେ ଭାରତୀୟ ଦଳ ସିରିଜ ହାରିଯାଇଛି ଏବଂ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ କରି ବିଜୟ ଲାଭ କରିଛି। ପ୍ରଥମ ଦିନିକିଆ ଭାରତ ୬୬ ରନରେ ହାରିଥିଲା ଏବଂ ୨ୟ ଦିନିକିଆରେ ଭାରତୀୟ ବୋଲରଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍ସମାନ ନିସ୍ତୁକ ପ୍ରହାର ମାରିଥିଲେ। ୨ୟ ଦିନିକିଆରେ ଅଷ୍ଟ୍ରେଲିଆ ୩୮୯ ରନ କରିଥିଲା ଏବଂ ଭାରତ ୩୩୮ ରେ ୯ ୱିକେଟ ହରାଇ ୫୧ରନର ହାରିଥିଲା। ଲଗାତାର ୨ଟି ମ୍ୟାଚ ହାରିବା ପରେ ଭାରତୀୟ ପ୍ରଶଂସକ ବହୁତ ନିରାଶ ଥିବାର ଦେଖିବାକୁ ମିଳିଛି।

ହରଭଜନ ସିଂ ଇଣ୍ଡିଆ ଟୁଡେ ସହିତ କଥାବାର୍ତ୍ତା ବେଳେ କହିଲେ ଯେ,”ମୋତେ ଲାଗୁନି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ କୌଣସି ପ୍ରେସର ଅଛି। ସେ ଆଗକୁ କହିଲେ ଯେ ମୋତେ ଲାଗୁନି ଅଧିନାୟକତ୍ୱ ବୋଝ ବିରାଟଙ୍କ ଉପରେ ଅଛି। ମୋତେ ଲାଗୁଚି ଯେ ସେ ଟାର୍ଗେଟକୁ ଆନନ୍ଦ ପୂର୍ବକ ନିଅନ୍ତି ଏବଂ ସେ ଏକ ଲିଡ଼ର ଅଟନ୍ତି। ଯିଏ ଆଗରୁ ଲିଡ଼ କରେ,ଦଳ ପାଇଁ ଉଦାହରଣ ତିଆରି କରେ ଏବଂ ସେ ଦଳର ଆବଶ୍ୟକ ଜିନିଷକୁ ପୁରା କରନ୍ତି।

Google

ହରଭଜନଙ୍କ କହିବାନୁସାରେ ଅଧିନାୟକତ୍ୱ ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ପ୍ରଭାବ ପକାଉଛି। ସେ ଆଗକୁ କହିଲେ ଯେ ଯେବେ ମ୍ୟାଚ ଜିତିବା କଥା ହୁଏ ତେବେ ସେ ଏକ ତରଫା ସବୁ ମ୍ୟାଚ ଜିତାଇପାରିବେନି। ସେ କହିଲେ,” ମୋତେ ଲାଗୁନି ଅଧିନାୟକତ୍ୱ ବିରାଟଙ୍କ ଖେଳକୁ ପ୍ରଭାବିତ କରୁଛି କାରଣ ଗୋଟିଏ ବ୍ୟକ୍ତି ଆପଣଙ୍କୁ ମ୍ୟାଚ ଜିତାଇ ଦେଇପାରିବନି। ଯାହା ମୁଁ ବିଶ୍ୱକପ ପରେ ମଧ୍ୟ କହିଥିଲି। ତୁମ ପାଖରେ ରୋହିତ ଏବଂ ବିରାଟ ଅଛନ୍ତି, ନିଏ ସଁ ଦଳକୁ ଆଗକୁ ନେଇକି ଯାଉଛନ୍ତି ଏବଂ ରନ ବନାଉଛନ୍ତି।

ଭଜି ଆଗକୁ କହିଲେ,” କେ.ଏଲ. ରାହୁଲଙ୍କ ଖେଳ ଭଲ ଅଛି ହେଲେ ତୁମକୁ ଦଳକୁ ଜିତାଇବା ପାଇଁ ଆଉ କିଛି ଖେଳାଳିଙ୍କ ଭଲ ଖେଳିବା ଆବଶ୍ୟକତା ଅଛି। ଯାହାଫଳରେ ବିରାଟ ଉପରେ ପ୍ରେସର କମ ରହିବ ଏବଂ ସେ ଖୋଲିକି ଯାହା ଚାହିଁବେ କରିପାରିବେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *