ହରଭଜନ ସିଂହ, ଗୌତମ ଗମ୍ଭୀର, ବିରେନ୍ଦ୍ର ସେହ୍ଵାଗ ଓ ଯୁବରାଜ ସିଂହଙ୍କୁ ୨୦୧୧ ବିଶ୍ୱକପ ପରେ ବହୁତ କମ ଟିମରେ ଖେଳିବାକୁ ମୌକା ମିଳିଲା। ଏପରିକି ଏହି ଚାରି ଖେଳାଳି ୨୦୧୫ ବିଶ୍ୱକପରେ ମଧ୍ୟ ଖେଳିନଥିଲେ ।ଏହି କଥାର ଦୁଃଖ ହରଭଜନ ସିଂହଙ୍କୁ ଅଛି।

ହରଭଜନ ସିଂହ, ଗୌତମ ଗମ୍ଭୀର, ବିରେନ୍ଦ୍ର ସେହ୍ଵାଗ ଓ ଯୁବରାଜ ସିଂହଙ୍କୁ ୨୦୧୧ ବିଶ୍ୱକପ ପରେ ବହୁତ କମ ଟିମରେ ଖେଳିବାକୁ ମୌକା ମିଳିଲା। ଏପରିକି ଏହି ଚାରି ଖେଳାଳି ୨୦୧୫ ବିଶ୍ୱକପରେ ମଧ୍ୟ ଖେଳିନଥିଲେ। ଏହି କଥାର ଦୁଃଖ ହରଭଜନ ସିଂହଙ୍କୁ ଅଛି। ସେ ଏକ ଇଣ୍ଟରଭିଉରେ ଏହା ବିଷୟରେ ଅନେକ କଥା କହିଛନ୍ତି।ହରଭଜନଙ୍କ ଅନୁସାରେ ବିଶ୍ୱକପ ୨୦୧୧ ପରେ ତାଙ୍କୁ ଟିମରୁ ଏପରି ବାହାର କରାଗଲା ଯେପରି କ୍ଷୀରରେ ମାଛି ପଡିଲେ କଢ଼ାଯାଇଥାଏ।
ହରଭଜନ ଆଜ ତକ ନ୍ୟୁଜ ଚ୍ୟାନେଲକୁ କିଛି ବର୍ଷ ତଳେ ଏକ ଇଣ୍ଟରଭିଉ ଦେଇଥିଲେ। ଏହି ସମୟରେ ଯୁବରାଜ ସିଂହ ମଧ୍ୟ ଷ୍ଟେଜରେ ଉପସ୍ଥିତ ଥିଲେ। ସ୍ପୋର୍ଟସ ଏଙ୍କର ବିକ୍ରାନ୍ତ ଗୁପ୍ତା ତାଙ୍କୁ ପ୍ରଶ୍ନ କରିଥିଲେ କି,”ଏହା ଲାଗୁଛିକି ୨୦୧୧ର ବିଶ୍ୱକପ ଆପଣମାନେ ଜିତିଛନ୍ତି ଯେଉଁଥିରେ ବିରେନ୍ଦ୍ର ସେହ୍ଵାଗ, ଗୌତମ ଗମ୍ଭୀର, ଯୁବରାଜ ସିଂହ ଥିଲେ।ଯିଏକି ୨୦୧୫ ବିଶ୍ୱକପରେ ଖେଳିପାରିଲେ ନାହିଁ। ୨୦୧୧ ଫାଇନାଲ ପରେ ଆପଣ ମାନଙ୍କୁ ବିଶ୍ୱକପର ମ୍ୟାଚ ହିଁ ମିଳିଲା ନାହିଁ”। ଏହା ଉପରେ ହରଭଜନ କହିଲେ,”ହଁ କୌଣସିବି ଟିମ ବିଶ୍ୱକପ ଜିତିଥାଏ ତ ମତେ ଲାଗୁଛିକି ସେହି ଟିମର କିଛି ଖେଳାଳି ଆଗାମୀ ବିଶ୍ୱକପରେ ମଧ୍ୟ ଖେଳିପାରିବେ। କିଛି ଖେଳାଳି ଆମ ଟିମରୁ ମଧ୍ୟ ଆଗାମି ବିଶ୍ୱକପ ଖେଳିପାରିଥାନ୍ତେ”।

ହରଭଜନ ଆଗକୁ କହିଛନ୍ତି,”ସେଥିରେ ଯୁବରାଜ ଓ ମୁଁ ମଧ୍ୟ ଥିଲି। ସେହ୍ଵାଗଙ୍କର ଯଦି ଫିଟନେସ ଠିକ ଥାନ୍ତା ତେବେ ସେ ମଧ୍ୟ ଖେଳିଥାନ୍ତେ। ଗୌତମ ଗମ୍ଭୀର ଆଗାମୀ ବିଶ୍ୱକପ ଖେଳିପାରିଥାନ୍ତେ। ମତେ ଜଣାନାହିଁକି ଆମମାନଙ୍କୁ ବାହାର କରିବାର କଣ କାରଣ ହୋଇପାରେ। ଯେପରି ହୋଇଥାଏକି ଆପଣଙ୍କ କାମ ହୋଇଗଲା ଆପଣ ବାହାରନ୍ତୁ। ନୂଆ ଟିମ ବାହାରକରିବାର ଅଛି। ନୂଆ ଟିମ ସେବେ ହୋଇଥାଏ ଯେବେ ଟିମ ଜିତିନଥାଏ ବା ସେମିଫାଇନାଲ ପୂର୍ବରୁ ହାରିଯାଇଥାଏ। ଆମେ ବିଶ୍ୱକପ ଜିତିଥିଲୁ। ସେହି ଟିମକୁ ଆପଣଙ୍କୁ ସାଙ୍ଗରେ ନେଇକି ଯିବାକୁ ହୋଇଥାଏ”।

ହରଭଜନ କହିଛନ୍ତି,”ଯେଉଁଭଳି ଯୁବରାଜ କହିଲେକି କେବଳ ଯୁବକମାନଙ୍କ ଦ୍ଵାରା ବିଶ୍ୱକପ ଜିତାଯାଇପାରିନଥାଏ। ଆପଣଙ୍କ ଅନୁଭବୀ ଖେଳାଳିଙ୍କୁ ଖେଳିବାକୁ ପଡିଥାଏ। ଯେବେ ଅସୁବିଧା ସମୟ ଆସିଥାଏ ସେବେ ଅନୁଭବୀ ଖେଳାଳି ସଠିକ ଫଇସଲା ନେଇଥାନ୍ତି।ଜଣାନାହିଁ କଣ ଏପରି ପ୍ରେସର ଥିଲା ଯାହା ଦ୍ୱାରା ଆମକୁ ବାହାର କରାଗଲା। ଏହା ଭାରତୀୟ କ୍ରିକେଟରେ ଚାଲି ଆସୁଛି ଓ ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି।ଯିଏ ଟିମ ପାଇଁ ବହୁତ କାମ କରିଛି ତାକୁ ଟିମରୁ ସମ୍ମାନର ସହିତ ବିଦା କରିବା ଆବଶ୍ୟକ। ଗମ୍ଭୀର, ଯୁବରାଜ ଓ ଲକ୍ଷ୍ମଣଙ୍କୁ ଅସମ୍ମାନ ସହିତ ବାହାର କରାଗଲା”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।