ବିନା ହାର୍ଦିକ ଏବଂ କ୍ରୁନାଲଙ୍କୁ ରିଟେନ କରିବା ପଡ଼ିଲା ମୁମ୍ବାଇ ଉପରେ ଭାରି! ଦୁଇ ଭାଇ ଚମକିଲେ ଅଲଗା ଦଳରେ

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ରିଟେନ କରିନଥିଲେ ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହାପରେ ହାର୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସକୁ ଯାଇଥିଲେ ଓ କ୍ରୁନାଲ ପାଣ୍ଡ୍ୟା ଲକ୍ଷନୌ ସୁପର ଜାଏଣ୍ଟସକୁ ଯାଇଥିଲେ। ହାର୍ଦିକ ଗୁଜରାଟର ଅଧିନାୟକ ହୋଇଥିଲେ ଓ ଟିମକୁ ଚାମ୍ପିୟନ କରିଥିଲେ।

Google

ସେହିପରି ମୁମ୍ବାଇ ଟିମ କଥା କହିବା ତ ପାଣ୍ଡ୍ୟା ଭାଇଙ୍କ ବିନା ଟିମର ଅବସ୍ଥା ଖରାପ ରହିଲା। ମୁମ୍ବାଇ ଟିମ ଆଇପିଏଲ ୨୦୨୨ର ପଏଣ୍ଟ ଟେବୁଲରେ ସଭା ଶେଷରେ ରହିଲା ଓ ଏହା ଆଇପିଏଲ ଇତିହାସର ମୁମ୍ବାଇ ଟିମର ସବୁଠୁ ଖରାପ ପ୍ରଦର୍ଶନ ଅଟେ।

କହିରଖିବୁ ପାଣ୍ଡ୍ୟା ଭାଇ ଦୁହେଁ ନିଜ ଆଇପିଏଲ କ୍ୟାରିଅର ମୁମ୍ବାଇ ସହିତ ହିଁ ଆରମ୍ଭ କରିଥିଲେ ଓ ଲଗାତର ୬ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ ସହ ହିଁ ଖେଳିଛନ୍ତି। କିନ୍ତୁ ଏହି ସିଜନରେ ଦୁହେଁ ଅଲଗା ଅଲଗା ଟିମକୁ ଚାଲିଗଲେ। ପାଣ୍ଡ୍ୟା ଭାଇ ଦୁହେଁ ଯିବା ପରେ ଏହାର ପ୍ରଭାବ ମୁମ୍ବାଇର ମିଡ଼ିଲ।ଅର୍ଡରରେ ପଡିଲା ଓ ଏହା ଦ୍ୱାରା ଟିମର ପ୍ରଦର୍ଶନ ମଧ୍ୟ ଖରାପରହିଲା।

ମୁମ୍ବାଇର ଅଲଗା ହୋଇ ସୁନ୍ଦର ପ୍ରଦର୍ଶନ କଲେ ହାର୍ଦିକ:

Google

ହାର୍ଦିକ ପାଣ୍ଡ୍ୟା ଯେବେ ପର୍ଯ୍ୟନ୍ତ ମୁମ୍ବାଇ ଟିମରେ ଥିଲେ ଅଲରାଉଣ୍ଡର ଓ ଷ୍ଟାର ଖେଳାଳି ରୂପରେ ଖେଳୁଥିଲେ। କିନ୍ତୁ ମୁମ୍ବାଇରୁ ଅଲଗା ହେବା ଦ୍ଵାରା ତାଙ୍କୁ ଫାଇଦା ହେଲା। କାରଣଗୁଜୁରାଟ ତାଙ୍କୁ ଅଧିନାୟକ କରିବା ଓ ଦୁନିଆ ପ୍ରଥମ ଥର ତାଙ୍କ ଅଧିନାୟକତ୍ୱ ଦେଖିଲା ଓ ସେ ପ୍ରଥମ ଥର ଟିମକୁ ଚମ୍ପିୟାନ କରିଦେଲେ।

ହାର୍ଦିକ ଏହି ସିଜନରେ ସୁନ୍ଦର ବ୍ୟାଟିଙ୍ଗ ଓ ବୋଲିଙ୍ଗ କରିଛନ୍ତି। ସେ ଏହି ସିଜନରେ ୪୮୭ ରନ ସହ ଟିମର ଟପ ସ୍କୋରର ରହିଲେ। ଏହା ସହସେ ଏହି ଆଇପିଏଲ ସିଜନରେ ୮ ଟି ୱିକେଟ ମଧ୍ୟ ନେଇଛନ୍ତି। ଟି-୨୦ ବିଶ୍ୱକପ ପରେ ତାଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଯାଉଥିଲା। ସେବେଠୁ ସେ ଗ୍ରାଉଣ୍ଡରୁ ଦୂରରେ ଥିଲେ କିନ୍ତୁ ଫେରିଲେ ତ ଟିମକୁ ଚମ୍ପିୟନ କରିଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର , ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *