IPL ୨୦୨୨ରେ ହାର୍ଦିକ ପାଣ୍ଡ୍ୟା ହେଇପାରନ୍ତି ସବୁଠୁ ଦାମୀ ଖେଳାଳି, ଛାଡିପାରେ ମୁମ୍ବାଇ ଇଣ୍ଡିଆନ୍ସ, କହିଲେ ଭାରତର ପୂର୍ବ ବ୍ୟାଟ୍ସମାନ

 ଭାରତୀୟ କ୍ରିକେଟ ବୋର୍ଡ ଟି-୨୦ ଖେଳର ଲୋକପ୍ରିୟତାକୁ ଲକ୍ଷ୍ୟ କରି ଭାରତରେ ଫୁଟବଲ ପ୍ରକାରର ଲିଗ ଖେଳ କରିବାକୁ ମନ କରିଥିଲେ। ତେବେ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଭାରତରେ ଏହି ଲିିଗ ଖେଳ ଆଇପିଏଲ ଆରମ୍ଭ ହେଇଥିଲା। ୨୦୦୮ରେ ପ୍ରଥମ ଥର ପାଇଁ ନିଲାମ ହେଇ ସବୁ ଖେଳାଳିମାନେ ବିକ୍ରି ହେଇଥିଲେ। ଏହାପରେ ବର୍ଷ ପରେ ବର୍ଷ ଏହା ହେଇ ଆସୁଛି। ତେବେ କିଛି ବର୍ଷ ପର୍ଯ୍ୟନ୍ତ କିଛି ଖେଳାଳି ଗୋଟେ ଦଳରେ ରହିପାରନ୍ତି। ସବୁ ବର୍ଷ ନିଲାମରେ ନୂଆ ଖେଳାଳି ନିଲାମ ହେଇଥାନ୍ତି।

Google

ତେବେ ୨୦୨୨ ମସିହା ଆଇପିଏଲ ପାଇଁ ଏକ ବଡ଼ ନିଲାମ ହେବାକୁ ଯାଉଛି। ଏଥିରେ ଗୋଟେ ଦଳ ବହୁତ କମ ଖେଳାଳିଙ୍କୁ ନିଜ ଦଳରେ ରଖି ପାରିବେ। ତେବେ ଏହି ନିଲାମରେ ମୁମ୍ବାଇ ଇଣ୍ଡିଆନସ ଦଳ ନିଜର ମୁଖ୍ୟ ୩ ଖେଳାଳିଙ୍କୁ ରଖିବାକୁ ପ୍ରୟାସ କରିବ। ତେବେ ତାଙ୍କର ଅଧିନାୟକ ରୋହିତ ଶର୍ମା ଓ ପ୍ରମୁଖ ବୋଲର ଜସପ୍ରିତ ବୁମ୍ରାଙ୍କୁ ତାଙ୍କ ଦଳ ରଖିବେ ବୋଲି ସବୁ ବିଶେଷଜ୍ଞ ମାନେ ମତ ଦେଉଛନ୍ତି।

ତେବେ ମୁଖ୍ୟ ଅଲ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମଧ୍ୟ ମୁମ୍ବାଇ ଇଣ୍ଡିଆନ ପାଇଁ ଏକ ବହୁତ ବଡ଼ ତାରକା ଖେଳାଳି। ତେବେ ପୂର୍ବତନ କ୍ରିକେଟର ଓ କମେଣ୍ଟେଟର ଆକାଶ ଚୋପ୍ରା ଏହା ମତ ଦେଇଛନ୍ତି କି ମୁମ୍ବାଇ ଇଣ୍ଡିଆନ ଦଳ ରୋହିତ ଓ ବୁମ୍ରାଙ୍କୁ ଦଳରେ ରଖନ୍ତୁ। ଏହା ସହ ସେ ହାର୍ଦିକଙ୍କୁ ନିଲାମକୁ ଛାଡ଼ି ଦିଅନ୍ତୁ। ତେବେ ନିଲାମ ସାରିବା ପରେ କିନ୍ତୁ ସେ ତାଙ୍କୁ ଆରଟିଏମ କାର୍ଡ ବ୍ୟବହାର କରି ତାଙ୍କୁ ନିଜ ଦଳରେ ପୁଣି ଥରେ ଆଣି ପାରିବେ। ତେବେ ଏହା କରିବା ଦ୍ୱାରା ସବୁ ଦଳ ହାର୍ଦିକଙ୍କ ପଛରେ ନିଜ ବୋଲି ଲଗାଇବେ। ଏହା ଆଶା କରା ଯାଉଛି ଯେ ଯଦି ଏହା ହୁଏ ତେବେ ହାର୍ଦିକ ପାଣ୍ଡ୍ୟା ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେବେ। ତେବେ ଆଇପିଏଲ ୨୦୨୨କୁ ସମସ୍ତଙ୍କର ଅପେକ୍ଷା। ଏହି ବର୍ଷର ନିଲାମ ପ୍ରକ୍ରିୟା ପରେ ବହୁତ ଖେଳାଳିଙ୍କୁ ଏକ ନୂଆ ଦଳରୁ ଖେଳିବାକୁ ଦେଖିବାର ମଉକା ମିଳିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *