ହାର୍ଦିକ ପାଣ୍ଡ୍ୟା ଧୋନିଙ୍କ ବୟସକୁ ନେଇ କହିଦେଲେ ଏହି ବଡ଼ କଥା। ସମସ୍ତେ ଚକିତ।

ମହେନ୍ଦ୍ର ସିଂହ ଧୋନି ଆଇପିଏଲ ୨୦୨୧ର ତୟାରୀରେ ଲାଗିଛନ୍ତି। ଚେନ୍ନାଇ ସୁପର କିଙ୍ଗସକୁ ତିନିଥର ଆଇପିଏଲ ଟ୍ରଫି ଜିତାଇଥିବା ମହେନ୍ଦ୍ର ସିଂହ ଧୋନି ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। କିନ୍ତୁ ପୂର୍ବ ବର୍ଷ ଟିମର ପ୍ରଦର୍ଶନ ଖରାପ ରହିଥିଲା। ପ୍ରଥମ ଥର ଟିମ ପ୍ଲେଅଫରେ ପହଁଚିପାରିନଥିଲା ଓ ୭ ମ ସ୍ଥାନରେ ରହିଥିଲା।

Google

ଧୋନିଙ୍କର ଏକ ଫଟୋ ହାର୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଛନ୍ତି,”କଣ ମାହି ଭାଇ ସମୟ ଯାତ୍ରା କରିବାରେ ଲାଗିଛ”। ହାର୍ଦିକ ପାଣ୍ଡ୍ୟା ଓ ୩୯ ବର୍ଷୀୟ ଧୋନିଙ୍କ ମଧ୍ୟରେ ଭଲ ବନ୍ଧୁତା ଅଛି। ପୂର୍ଵ ବର୍ଷ ହାର୍ଦିକ ପାଣ୍ଡ୍ୟା ଧୋନିଙ୍କ ଜନ୍ମ ଦିନରେ ରାଞ୍ଚି ପହଁଚିଯାଇଥିଲେ।ହାର୍ଦିକ ପାଣ୍ଡ୍ୟା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପଟୁ ଖେଳିଥାନ୍ତି । ଅଳ୍ପଦିନ ତଳେ ଶେଷ ହୋଇଥିବା ଇଂଲଣ୍ଡ ସିରିଜରେ ପାଣ୍ଡ୍ୟା ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଭଲ ଖେଳ ଦେଖେଇଥିଲେ। ଏହିବର୍ଷ ଆଇପିଏଲରେ ମଧ୍ୟ ସେ କିଛି ଭଲ କରିବାକୁ ଚାହିଁବେ।

Google
ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ମ୍ୟାଚ ଦିଲ୍ଲୀ ସହ:

ହାର୍ଦିକ ପାଣ୍ଡିଆଙ୍କ ପୋଷ୍ଟ ପରେ ଏବେ ପ୍ରଶଂସକ ମଧ୍ୟ ଏହା ଉପରେ ଟିପ୍ପଣୀ ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ମାହି ଭାଇ କିଛିବି କରିପାରିବେ। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯିଏ ମାହି ଭାଇଙ୍କ ଠୁ ଜଳୁଛ ସେ ସାଇଡରେ ଚାଲ। ଧୋନିଙ୍କ ଏହି ଆଇପିଏଲ ସଂସ୍କରଣ ଶେଷ ସଂସ୍କରଣ ହୋଇପାରେ ସେ ୩୯ ବର୍ଷୀୟ ହୋଇଯାଇଛନ୍ତି। ସେ ଏହି ବର୍ଷ ନିଜ ଟିମକୁ ଟ୍ରଫି ଜିତାଇବା ପାଇଁ ଚାହିଁବେ। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ, ବିଶ୍ୱକପ ଓ ଚମ୍ପିୟାନଟ୍ରଫି ଜିତିଛନ୍ତି। ଏହି ବର୍ଷ ସଂସ୍କରଣରେ ଚେନ୍ନାଇକୁ ପ୍ରଥମ ମ୍ୟାଚ ୧୦ ଏପ୍ରିଲରେ ଦିଲ୍ଲୀ ସହ ଖେଳିବାର ଅଛି।

Google
ଚେନ୍ନାଇ ସୁପର କିଙ୍ଗସର ଟିମ:

ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଅମ୍ବାତି ରାଇଡୁ, କେଏମ ଆସିକ, ଜୋସ ହେଜେଲଡ,ଦୀପକ ଚାହାର, ଡିଜେ ବ୍ରାଭୋ, ଫାଫ ଡୁପ୍ଲେସି, ଇମରାନ ତାହିର, କେ ହରି ନିଶାନ୍ତ,ଏନ ଜଗଦିସନ, ଚେତେଶ୍ୱର ପୂଜାରା,କର୍ଣ ଶର୍ମା, ଲୁଙ୍ଗି ଏନଗିଡ଼ି, ମିଚେଲ ସୈଣ୍ଟନର, ରବିନ୍ଦ୍ର ଜାଡେଜା, ସାମ କରନ, ଋତୁରାଜ ଗାଏକବାଡ଼, ସାରଦୁଲ ଠାକୁର, କୃଷପା ଗୌତମ, ଆର ସାଇ କିଶୋର, ରବିନ ଉଥାପା, ମୋଇନ ଅଲ୍ଲୀ, ଏମ ହରିଶଙ୍କର ରେଡି, କେ ଭାଗନାଥବର୍ମା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *