ବ୍ୟୁରୋ ରିପୋର୍ଟ: ମହିଳା ଟି-୨୦ ଚ୍ୟାଲେଞ୍ଜରେ ମଙ୍ଗଳବାରକୁ ସୁପରନୋଭା ଓ ଭେଲୋସିଟି ମଧ୍ୟରେ ମ୍ୟାଚ ହୋଇଥିଲା। ଦୀପ୍ତି ଶର୍ମାଙ୍କ ଅଧିନାୟକତ୍ୱ ଭେଲୋସିଟି ଟିମ ଯେଉଁସମୟରେ ବ୍ୟାଟିଙ୍ଗ କରୁଥିଲା ସୁପରନୋଭା ଟିମର ଅଧିନାୟକ ହରମନପ୍ରୀତ କୌର ଏକ ଏପରି କ୍ୟାଚ ଧରିଥିଲେ ଯାହାକୁ କ୍ୟାଚ ଅଫ ଦି ଟୁର୍ଣ୍ଣାମେଣ୍ଟ କୁହାଯାଉଛି।
Out of 10, how much would you rate this catch by Harmanpreet 'Flying' Kaur ✈️ #CricketTwitter #WomensT20Challenge2022 pic.twitter.com/EfwXOE47PA
— Female Cricket (@imfemalecricket) May 24, 2022
ଧୂଆଁଧାର ବ୍ୟାଟିଙ୍ଗ କରୁଥିବା ସେଫାଳି ବର୍ମା ଯେବେ ଥାର୍ଡମ୍ୟାନ ଆଡ଼କୁ ଶର୍ଟ ମାରିଥିଲେ ସେବେ ହରମନପ୍ରିତ କୌର ନିଜ ବାମଆଡ଼କୁ ଡେଇଁ ଗୋଟେ ହାତରେ ତାଙ୍କ କ୍ୟାଚ ଧରିପକେଇଥିଲେ। ଏହି କ୍ୟାଚରେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଓ ଅନେକ ଲୋକ ତାଙ୍କପ୍ରସଂସକ ହୋଇଯାଇଛନ୍ତି।
ବେଲୋସିଟି ପାରିର ୧୦ ମ ଓଭରରେ ଯେବେ ଡାୟଂଡ୍ରା ବୋଲିଙ୍ଗ କରୁଥିଲେ ସେବେ ତାଙ୍କ ଚତ୍ରୁର୍ଥ ବଲରେ ସେଫାଳି କଟ ଶର୍ଟ ମାରିଥିଲେ, କିନ୍ତୁ ହରମନପ୍ରୀତ ଡେଇଁକୁ ସୁନ୍ଦର ଭାବେ କ୍ୟାଚକୁ ଧରିପକାଇଥିଲେ। ହରମନଙ୍କ ବାମହାତରେ କ୍ୟାଚ ପଡିଯାଇଥିଲା ଓ ଏହା ଏକ ସୁନ୍ଦର କ୍ୟାଚ ହୋଇଗଲା।
What a catch by Harmanpreet Kaur 🥵💥#WomensT20Challenge #HarmanpreetKaur pic.twitter.com/LvV7Ipn0CR
— 𝗧𝗢𝗠𝗠𝗬ᵐˢᵈ💛 (@Tommy__MSD) May 24, 2022
ଏହି ମ୍ୟାଚର କଥା କହିବା ତ ସୁପରନୋଭା ପ୍ରଥମେ ବ୍ୟାଟିଙ୍ଗ କରି ୧୫୦ ରନ କରିଥିଲା। ବ୍ୟାଟିଙ୍ଗରେ ମଧ୍ୟ ହରମନପ୍ରୀତ କୌରଙ୍କ କମାଲ ଦେଖିବାକୁ ମିଳିଥିଲା। ସେ ୫୧ବଲରେ ୭ ଟି ଚୌକା ଓ ୩ ଟି ଛକା ଦ୍ଵାରା ୭୧ ରନର ପାରି ଖେଳିଥିଲେ।
କିନ୍ତୁ ଭେଲୋସିଟି ଟିମ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ସେଫାଳି ବର୍ମା ୩୩ ବଲରେ ୫୧ ରନନ ଆକ୍ରାମକ ପାରି ଖେଳିଥିଲେ। ସେଥିରେ ୯ ଟି ଚୌକା ଓ ଗୋଟେ ଛକା ସାମିଲ ଥିଲା। ତାଙ୍କ ଛଡା ଲୌରା ବୋଲବାଡ଼ର୍ଟ ମଧ୍ୟ ୩୫ ବଲରେ ୫୧ ରନ କରିଥିଲେ। ଯେଉଁଥିରେ ୫ ଟି ଚୌକା ଓ ଗୋଟେ ଛକା ସାମିଲ ଥିଲା।
OUTRAGEOUS FROM HARMANPREET KAUR
🔥 What a catch 🔥#WT20Challenge #SNOvVEL LIVE ▶️ https://t.co/RbIyath5BE
— ESPNcricinfo (@ESPNcricinfo) May 24, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।