ହାଥରସ ମାମଲାରେ ବହୁତ ବଡ଼ ଖୁଲାସା ହେବାକୁ ଯାଉଛି,ପ୍ରବର୍ତ୍ତନ ନିଦେଶାଳୟ ଆରମ୍ଭର ରିପୋର୍ଟ ଅନୁସାରେ, ଏହି କେସର ବାହାନାରେ ଜାତୀୟ ଦଙ୍ଗା ପ୍ରଚାର କରିବା ପାଇଁ ପାପୁଲର ଫ୍ରେଣ୍ଟ ଆଁଫ ଇଣ୍ଡିଆ (ଫିଏଫଆଇ) କୁ ମୋରିଶସ ଠାରୁ ୫୦ କୋଟି ମିଳିଥିଲା । ଇଡି ଦାବି କରିଛନ୍ତି କି ପୂରା ଫଣ୍ଡିଙ୍ଗ ୧୦୦ କୋଟି ରୁ ଅଧିକ ଥିଲା । ପୁରା ମାମଲାର ତଲାସ କରାଯାଉଅଛି।
ସୂଚନା ଅନୁସାରେ ହାଥରସ ରେ ଦଙ୍ଗା କରିବାର ଷଡଯନ୍ତ୍ର ଅପରାଧରେ ମେରଠ ରୁ ୪ ଜଣଙ୍କୁ ଗିରଫ କରାଯାଇଅଛି। ୪ ଜଣଙ୍କ ର ଫିଏଫଆଇ ସହ ସଂପୃକ୍ତ ଥିବା କୁହାଯାଉଅଛି।ପୋଲିସ ତାଙ୍କ ପାଖରୁ ଉସେକେଇବା ଭଳି ତଥ୍ୟ ସଂଗ୍ରହ କରିଛନ୍ତି। ଏହା ପୂର୍ବରୁ ୟୁପି ପୋଲିସ ୱେବସାଇଟ୍ ଜରିଆରେ ଦଙ୍ଗା ହେବାର ଦାବି କରିଥିଲେ।

ହାଥରସ ପୀଡିତା କୁ ନ୍ୟାୟ ଦେବା ବାହାନାରେ ଏହି ୱେବସାଇଟ ରେ ବହୁତ ଆପତ୍ତିଜନକ କଥା କୁହାଯାଇଥିଲା। ହାଥରସରେ ହିଂସାର ଷଡଯନ୍ତ୍ର ପାଇଁ ଇଡି ରେ ମଧ୍ୟ କେଶ ଦଖଲ କରାଯାଇଅଛି। ଇଡିର ପ୍ରଥମ ପର୍ଯ୍ୟାୟର ଯାଞ୍ଚରେ ଖୁଲାସା ହୋଇଛି କି ୟୁପି ଜାତୀୟ ହିଂସା କୁ ଭଡକେଇବା ପାଇଁ ୧୦୦ କୋଟି ରୁ ଅଧିକ ଫଣ୍ଡିଙ୍ଗ ହୋଇଛି।
କଣ ଥିଲା ୟୁପି ସରକାରଙ୍କ ଦାବି:
ୟୁପି ସରକାରଙ୍କ ଅନୁସାରେ,ପ୍ରଦେଶ ୟୁପି ରେ ଜାତୀୟ ଦଙ୍ଗା ର ଷଡଯନ୍ତ୍ର କରି ଦୁନିଆରେ ପିଏମ ନରେନ୍ଦ୍ର ମୋଦି ଏବଂ ସିଏମ ଯୋଗୀ ଆଦିତ୍ୟନାଥ ଙ୍କ ଛବି ଖରାପ କରିବା ପାଇଁ ଜଷ୍ଟିସ ଫର ହାଥରସ ନାମ ରେ ରାତା ରାତି ୱେବସାଇଟ ତିଆରି ହେଲା।ୱେବସାଇଟ ରେ ନକଲି ଆଇଡ଼ ମାଧ୍ୟମରେ ହଜାର ଲୋକ ସଂପୃକ୍ତ ହୋଇଗଲେ।

ୟୁପି ସରକାର ଙ୍କ ଦାବି ଏହା କି ବିରୋଧ ପ୍ରଦର୍ଶନ ଆଢୁଆଳରେ ୱେବସାଇଟ ରେ ଦେଶ ଏବଂ ପ୍ରଦେଶ ରେ ଦଙ୍ଗା କରିବାକୁ ଏବଂ ଦଙ୍ଗା ପରେ ସେଥିରୁ ବଞ୍ଚିବା ପାଇଁ ଉପାୟ କୁହାଯାଇଥିଲା। ସାହାଯ୍ୟ କରିବା ବାହାନାରେ ଦଙ୍ଗା ପାଇଁ ଫଣ୍ଡିଙ୍ଗ ନିଆଯାଉଛି। ଫଣ୍ଡିଂ ବଦଳରେ ସୋସିଆଲ ମିଡିଆରେ ଭୁଲ ଖବର ପ୍ରସାର କରିବା ପାଇଁ ସୂଚନା ମିଳିଛି । ଯାଞ୍ଚ କାରୀମାନଙ୍କ ହାତରେ ୱେବସାଇଟ ର ତଥ୍ୟ ଏବଂ ସଠିକ ଖବର ମିଳିଛି।
ୟୁପି ସରକାଙ୍କର ଅନୁସାରେ,ୱେବସାଇଟ ରେ ମୁହଁରେ ମାସ୍କ ଲଗେଇକି ପୁଲିସ ଓ ପ୍ରଶାସନ ଅଧିକାରୀମାନଙ୍କ ବିରୋଧରେ ପ୍ରଦର୍ଶନ କରିବା ଆଡରେ ନିଶାନ କରିବାପାଇଁ ରଣନୀତି କରାଗଲା। ବହୁସଂଖ୍ୟାରେ ଘୃଣା ଭାବ ପ୍ରସାର କରିବାର ବିଭିନ୍ନ ଉପାୟ କୁହାଗଲା। ୱେବସାଇଟ ରେ ବହୁତ ଆପତ୍ତିଜନକ ତଥ୍ୟ ଦିଆଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।