ଯୁବରାଜ ସିଂ ଆଉ ହେଜେଲ କିଚ ୧୫ ନାଭେମ୍ବର ୨୦୧୫କୁ ନିର୍ବନ୍ଧ କରିଥିଲେ ଆଉ ତାର ଗୋଟେ ବର୍ଷ ପରେ ଅର୍ଥାତ ୩୦ ନାଭେମ୍ବର ୨୦୧୬ କୁ ସେମାନେ ବିବାହ କଲେ। ଯୁବରାଜ ଯେତେବେଳେ ୧୨ଜୁନ ୨୦୧୯ରେ ନିଜର ଅବସର କଥା ଘୋଷଣା କଲେ ସେତେବେଳେ ବି ହେଜେଲ ତାଙ୍କ ସହ ଥିଲେ। ତାଙ୍କ ଦୁଇ ଜଣଙ୍କ ଭିତରେ ଏପରି ବହୁତ କାହାଣୀ ଅଛି ଯାହା ସଭିଙ୍କୁ ଜଣା ଅଛି। ଏପରିକି ହେଜେଲ ଥରେ ଆମ ଭାରତୀୟ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ କହି ଦେଇଥିଲେ ଯାହା ଶୁଣି ଯୁବରାଜ ତାଙ୍କ ଚଟାଣ ଉପରେ ହି ପଡି ଯାଇଥିଲେ। ଏହା ବହୁତ କମ ଲୋକଙ୍କୁ ହିଁ ଜଣା ଅଛି।

ପ୍ରକୃତରେ ସ୍ପୋର୍ଟସ ଆଙ୍କର ଗୌରଭ କପୁର ଆକ୍ଟ୍ରି ସ୍ପୋର୍ଟସ ଚ୍ୟାନେଲ ପାଇଁ ଯୁବରାଜ ସିଂ ଙ୍କର ଇଣ୍ଟରଭିଉ ନେଇଥିଲେ। ଏହାର ଦ୍ୱିତୀୟ ଭାଗରେ ଯୁବରାଜଙ୍କ ସହ ହେଜେଲ କିଚ ବି ଥିଲେ। ଏଥର ସମସ୍ତ ପ୍ରଶ୍ନ ଏବଂ ତାର ଜବାବ ହେଜେଲ ଦେଉଥିଲେ। ଗୌରଭ ପଚାରିଲେ କି ଯୁବରାଜ ନିଜର ଫାଷ୍ଟ କ୍ଳାସ ଡେବ୍ୟୁ କାହା ବିପକ୍ଷରେ କରିଥିଲେ? ଏହାର ଜବାବ ହେଜେଲ ଦେଲେ କି ଓଡିଶା। ଏହା ଉପରେ ଯୁବରାଜ ବହୁତ ଆଶ୍ଚର୍ଯ୍ୟ ହେଇଗଲେ ଆଉ ଗୌରଭଙ୍କ ଉପରେ ବେଇମାନିର ଆରୋପ ଲଗେଇଲେ। ଏହାପରେ ଗୌରଭ ପଚାରିଲେ କି ଯେତେବେଳେ ଆପଣ ବିଶ୍ୱ କପ ଜିତିଲେ ତ ଆପଣଙ୍କୁ ମ୍ୟାନ ଅଫ ଦି ସିରିଜ ଆୱାର୍ଡ କିଏ ଦେଇଥିଲେ। ଯୁବରାଜ ଜବାବ ଦେଲେ କି ସାର କ୍ଳାଇଭ ଲୋଏଡ଼। ଏହା ଠିକ ଉତ୍ତର ଥିଲା।
ଗୌରଭ କହିଲେ କି ୨୦୧୧ ବିଶ୍ୱ କପ ସପ୍ତାହର କେଉଁ ଦିନରେ ଖେଳା ଯାଇଥିଲା। ଏହା ଉପରେ ଯୁବରାଜ କହିଲେ କି ରବିବାର ଦିନ ଯାହା କି ଭୁଲ ଉତ୍ତର ଥିଲା। ଏହାକୁ ଠିକ କରେଇକି ହେଜେଲ କହିଲେ କି ଶନିବାର। ତା ପରେ ଗୌରଭ ପଚାରିଲେ କି ଯୁବରାଜ ଯେବେ ଅଣ୍ଡର ୧୯ ବିଶ୍ୱ କପ ଜିତିଲେ ତ ଅଧିନାୟକ କିଏ ଥିଲେ। ହେଜେଲ କହିଲେ କି ମହମ୍ମଦ କୈଫ। ଏହା ଠିକ ଥିଲା। ତା ପରେ ଗୌରଭ କହିଲେ କି ଯୁବରାଜ ନିଜର ପ୍ରଥମ ଅର୍ଦ୍ଧଶତକ କାହା ବଲରେ ପୁରା କଲେ। ହେଜେଲ କହିଲେ ବ୍ରେଟ ଲି ମାତ୍ର ଏହା ଭୁଲ ଥିଲା। ଯୁବରାଜ ତାଙ୍କୁ ଠିକ କରେଇବାକୁ ଯାଇ ଗ୍ଲେନ ମଗ୍ରାଥଙ୍କର ନାମ ନେଲେ।
ଗୌରଭ ନିଜର ଅନ୍ୟ ପ୍ରଶ୍ନ ପଚାରିବାକୁ ଯାଇ କହିଲେ କି କେନିଆ ବିରୁଦ୍ଧରେ ଯେତେବେଳେ ଯୁବରାଜ ନିଜର ଡେବ୍ୟୁ କଲେ ତ ସେଠାରେ ମ୍ୟାନ ଅଫ ଦ ମ୍ୟାଚ କିଏ ଥିଲେ। ଏହା ଉପରେ ହେଜେଲ କହିଲେ କି ଅନୀଲ କୁମ୍ବଲେ। ତ ଯୁବରାଜ ଆଶ୍ଚର୍ଯ୍ୟ ହେଇକି ପଚାରିଲେ ” କଣ ସେ ମ୍ୟାଚ ଖେଳିଥିଲେ?” ତ ଗୌରଭ କହିଲେ କି ହଁ ଖେଳିଥିଲେ। ତା ପରେ ଗୌରଭ ପଚାରିଲେ କି ଯେତେବେଳେ ଯୁବରାଜଙ୍କୁ ଦିମିତ୍ରୀ ମ୍ୟାସ୍କାରେଂହାସ ୫ଟି ଛକା ମାରିଲେ ତ ନନ ଷ୍ଟ୍ରାଇକର ଏଣ୍ଡରେ କିଏ ଥିଲେ?
ଏହା ଶୁଣିକି ହେଜେଲ କୈଫଙ୍କର ନାମ ନେଲେ ଯାହା ଶୁଣି ଯୁବରାଜ ଚଟାଣ ଉପରେ ପଡିଗଲେ ଆଉ ହସିବାକୁ ଲାଗିଲେ। ଗୌରଭ କହିଲେ କି କୈଫ ଫିଲ୍ଡର ଥିଲେ ଆଉ ଯୁବରାଜ କହିଲେ କି ଭାରତ ଇତିହାସରେ ପ୍ରାଥମ ଥର ହେଇଚି କି କେହି ଭାରତୀୟ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ପାଇଁ ଖେଳିଲା। ଏହାପରେ ଦୁଇ ଜଣ ହସିବାକୁ ଆରମ୍ଭ କଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।