ସର୍ଦ୍ଦିରେ ରାମ ବାଣ ଠାରୁ କମ ନୁହେଁ ଏ ଶାଗ, ବହୁତ ରୋଗକୁ କରେ ଦୂର । ଜାଣନ୍ତୁ କେଉଁ ଶାଗ ଦେବ କଣ ଉପକାରିତା ।

ଶୀତ ଦିନ ଆରମ୍ଭ ହୋଇଗଲାଣି। ବର୍ତ୍ତମାନର ସମୟରେ ପୁରା ଦେଶରେ ବହୁତ ଥଣ୍ଡା ପଡୁଛି। ଏଥିରୁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଉପାୟର ଅନ୍ୱେଷଣ କରୁଛନ୍ତି। ଏହା ସହ ନିଜକୁ ହେଲଦୀ ରଖିବା ପାଇଁ ସବୁଜ ପନିପରିବା ମଧ୍ୟ ଖାଉଛନ୍ତି। ଶୀତ ସମୟରେ ସବୁଜ ପନିପରିବା ଅଧିକ ଖିଆଯାଏ କାହିଁକିନା ଏହା ଶରୀର ପାଇଁ ଅଧିକ ହିତକର ହୋଇଥାଏ।

Google

ସବୁଜ ପନିପରିବା ଖାଲି ଶରୀର ପାଇଁ ଭଲ ନୁହେଁ ଏହା ସୁନ୍ଦରତା ମଧ୍ୟ ବଢ଼େଇଥାଏ। କହିରଖୁଛୁ କି ଏଥିରେ ଭିଟାମିନ,ମିନେରାଲସ,ଫାଇବର,ଆଣ୍ଟି ଆକ୍ସିଡେଣ୍ଟସ ଓ ଇଟୋ ନ୍ୟୁଟ୍ରିଏନ୍ସ ପ୍ରଚୁର ଭାବେ ଥାଏ। ଯାହା ଦ୍ୱାରା ଓଜନ କଣ୍ଟ୍ରୋଲ ହେବା ସହ ମୁହଁର ଝୁରିୟା ମଧ୍ୟ ହ୍ରାସ ପାଇଥାଏ।ଆଜି ଆମେ ଏହି ଆର୍ଟିକିଲ ଜରିଆରେ ୬ ଅଲଗା ଅଲଗା ପ୍ରକାର ଶାଗର ଫାଇଦା ବିଷୟରେ କହିବୁ।

୧.ଆଣ୍ଠୁ ଗଣ୍ଠି ଦରଜ ଦୂର କରିଥାଏ ସୋରିଷର ଶାଗ:

ସୋରିଷର ଶାଗ ଶରୀର ପାଇଁ ବହୁତ ହିତକର ହୋଇଥାଏ। ଏଥିରେ ଫ୍ୟାଟ ଓ କ୍ୟାଲୋରୀ ଜମା ନ ଥାଏ। ହେଲେ କାର୍ବୋହାଇଡ୍ରେଟ,ପୋଟାସିୟମ,ଫାଇବାର,ଭିଟାମିନ ଏ,ସି,ଡି,ବି-୧୨,ମ୍ୟାଗନେସିୟମ,ଆଇରନ ଓ କ୍ୟାଲସିୟମ ଭରପୁର ଥାଏ। ଏହି ସବୁ ତତ୍ୱ ବଡିକୁ ଡାଇଜେଷ୍ଟ କରିବାରେ ସାହାଯ୍ୟ କରେ। ସୋରିଷ ଶାଗରେ ମିଳୁଥିବା ପୋଟାସିୟମ ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ।

ଯଦି ଆପଣଙ୍କୁ ଗାଠିଆ ବା ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଛି ତେବେ ସୋରିଷର ଶାଗ ନିଶ୍ଚିତ ଖାଆନ୍ତୁ। ଏହା ଆପଣଙ୍କୁ ବହୁତ ଫାଇଦା ଦେବ। ଯେଉଁ ଲୋକ ଓଜନ ବଢିବା ନେଇ ଚିନ୍ତାରେ ଅଛନ୍ତି ସେ ସୋରିଷ ଶାଗକୁ ନିଜ ଡାଇଟରେ ବ୍ୟବହାର କରିପାରିବେ।

Google
୨.ସୁଗାର କଣ୍ଟ୍ରୋଲ ପାଇଁ ଖାଆନ୍ତୁ ମେଥିର ଶାଗ:

ମେଥି ଏକ ଗୁଣକାରୀ ପରିବା ଅଟେ।ଏହାକୁ ସବୁଦିନ ଖାଇଲେ ବ୍ଲଡ଼ରେ ସୁଗାର ଓ କୋଳେଷ୍ଟ୍ରଲ ଲେବୁଲ କଣ୍ଟ୍ରୋଲ ହୋଇ ରହିଥାଏ। ଏହାର କାରଣ ଏହିକି ଯେ ଏଥିରେ ଫାଲିକ ଏସିଡ,ଭିଟାମିନ ଏ,ସି ,ବି ୧୨,ପୋଟାସିୟମ,ଆଇରନ,କ୍ୟାଲସିୟମ ଓ ଫସଫରସ ବହୁତ ମାତ୍ରାରେ ଥାଏ।

ମେଥି ଶାଗ ଆଣ୍ଠୁ ଦରଜ ଓ ଗାଠିଏ ରୋଗୀଙ୍କ ପାଇଁ ବହୁତ ଫାଇଦା ଦେଇଥାଏ। ଏହି ଶାଗ ଖାଇବା ଦ୍ବାରା ବ୍ଲଡ଼ କ୍ଳଟିଂ ସମସ୍ୟା ମଧ୍ୟ କମ ହୋଇଥାଏ।

୩.ହେଲଦୀ ହାର୍ଟ ପାଇଁ ଖାଆନ୍ତୁ ପାଳକ ଶାଗ:

ପାଳକ ଖାଇବାର ବହୁତ ଫାଇଦା ଅଛି,ଏମିତି ସର୍ଦ୍ଦିରେ ଏହାକୁ ଖାଇବା ଜରୁରୀ ଅଟେ। ଏଥିରେ ଆଇରନ,ଫୋଲେଟ,ପ୍ରୋଟିନ,ଫାଇବର,ଭିଟାମିନ ବି,କାର୍ବହାଇଡ଼ରେଟ,ଓମେଗା ୩ ଓ ୬ ବହୁତ ମାତ୍ରାରେ ଥାଏ। ଏହାକୁ ସେବନ କଲେ ହାର୍ଟ ସମ୍ୱନ୍ଧୀୟ ରୋଗ ହୁଏ ନାହିଁ। ଏହା ସହ ଏହା ଚୁଟି ଓ ତ୍ୱଚା ପାଇଁ ବହୁତ ଭଲ।କେବଳ ଏତିକି ନୁହେଁ ପାଳକ ଖାଇବା ଦ୍ୱାରା ରକ୍ତର ଅଭାଵ ମଧ୍ୟ ରହେ ନାହିଁ। ଏହା କ୍ୟାନ୍ସର ଭଳି ବଡ ରୋଗ ପାଇଁ ସୁରକ୍ଷା କବଚ ସଦୃଶ।

Google
୪.ପଥରି ଠୁ ଲାଭ ପାଇବା ପାଇଁ ଖାଆନ୍ତୁ ବଥୁଆ ଶାଗ:

ବଥୁଆ ଶାଗକୁ ସୋରିଷ ଶାଗ ସହ ମିଶାଇ,ତରକାରୀ କରି,ସନ୍ତୁଳି ବା ପରଟା କରି ଏହାର ସେବନ କରିବା ଉଚିତ। ବଥୁଆ ଔଷଧୀୟ ଗୁଣରେ ଭରା ଅଟେ।ଏଥିରେ ପଟାସିୟମ,ଭିଟାମିନ ଏ,କ୍ୟାଲସିୟମ,ଫସଫରସ ଭଳି ବହୁତ ତତ୍ୱ ଥାଏ ଯାହା ଶରୀର ପାଇଁ ବହୁତ ହିତକର ହୋଇଥାଏ।

ଯାହାକୁ କିଡ୍ନୀ ବା ପଥରି ସମସ୍ୟା ରହିଛି ତାଙ୍କ ପାଇଁ ଏହି ଶାଗ ବରଦାନ ସଦୃଶ। ଖାସ କରି ପଥରି ରୋଗୀ ନିଜ ଡାଇଟରେ ଏହି ଶାଗର ବ୍ୟବହାର କରିଥାନ୍ତି। ଏହି ଶାଗ ଖାଇବା ଦ୍ୱାରା ଗ୍ୟାସ ଓ କବ୍ଜ ଭଳି ରୋଗରୁ ମୁକ୍ତି ମିଳେ।

୫.ଜାଣନ୍ତୁ ସଲଗମ ଶାଗର ଫାଇଦା:

ସର୍ଦ୍ଦିରେ କାଶ ଓ ଜ୍ୱର ହେବା ସାଧାରଣ କଥା। ବହୁତ ଲୋକ ଏହାର ଶିକାର ଜଲ୍ଦି ହୋଇଥାନ୍ତି। ଏହି ଲୋକଙ୍କୁ ସଲଗମ ନିଶ୍ଚିତ ଖାଇବା ଉଚିତ। ସଲଗମ ଶାଗ ବବାସୀର ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଭିଟାମିନ ଏ,ସି,କେ,ବିଟା କେରାଟିନ ଓ ପଟାସିୟମ ପ୍ରଚୁର ପରିମାଣରେ ମହାଦୁଜ ରହିଥାଏ।

ସଲଗମ ଶାଗ ସୁଗାର ରୋଗୀଙ୍କ ପାଇଁ ଲାଭଦାୟକ।ଏହାଛଡା ଯେଉଁ ଲୋକଙ୍କ ଆଖି ପ୍ରଖର ନୁହଁ ଚଷମା ଲଗାନ୍ତି ସେ ଏହି ଶାଗକୁ ଖାଇବା ନିହାତି ଜରୁରୀ।

Google
୬.ଝୁରିୟା ଦୂର କରେ ଚୋୖଲାଇ ଶାଗ:

ଏଥିରେ ଲାଇସନ ନାମକ ଆମିନୋ ଏସିଡ ଥାଏ,ଯାହା ବୟସ ବଢିବା ସହ ସ୍କିନ ଏଜିଙ୍ଗ ସାଇନକୁ ବଢ଼ିବାରେ ଅଟକାଇଥାଏ। ଏହି ଶାଗରେ ଫାଇଟୋ ନ୍ୟୁଟ୍ରିଏନ୍ସ,ଆଣ୍ଟି ଅକ୍ସିଡେଣ୍ଟ,ମିନେରାଲସ ଓ କେତେକ ପ୍ରକାରର ଭିଟାମିନ ମିଳିଥାଏ। ସର୍ଦ୍ଦି ସମୟରେ ବହୁତ ଇଂଫେକ୍ସନ ହୋଇଥାଏ ଏହି ଶାଗକୁ ଖାଇବା ଦ୍ୱାରା ଇଂଫେକସନ ହୁଏ ନାହିଁ।

ଶାଗ ସିଜେଇବା ପୂର୍ବରୁ ଏହି କଥାକୁ ଧ୍ୟାନରେ ରଖନ୍ତୁ:

ଏହି ଶାଗକୁ କରିବା ସମୟରେ ମନେ ରଖିବା ଉଚିତ ଯେ ଏହାକୁ କୌଣସି ତମ୍ବା ପାତ୍ରରେ କରିବେ ନାହିଁ। କାହିଁକିନା ଏଥିରେ ସବୁ ପ୍ରକାରର ପୁଷ୍ଟିକ ତତ୍ୱ ନଷ୍ଟ ହୋଇଯିବ। ଶାଗକୁ ଆପଣ ଆଲୁମିନିୟମ ବା ଷ୍ଟିଲ ପାତ୍ରରେ ରୋଷେଇ କରିପାରିବେ।

ଶାଗକୁ ପ୍ରଥମେ ଲୁଣ ପଡିଥିବା ଗରମ ପାଣିରେ ଧୋଇଦେବେ ଯାହାଦ୍ୱାରା ଏଥିରେ ମାଟି ଧୂଳି ସହ ସୂକ୍ଷ୍ମ ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ ହୋଇଯିବ।

ଯେଉଁ ଶାଗ ବିଷୟରେ ଆମେ କହିଲୁ ତାହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କର ପରାମର୍ଶ ନିଶ୍ଚିତ ନିଅନ୍ତୁ,ଡାକ୍ତରଙ୍କର ପରାମର୍ଶ ନେଇ ଏହାକୁ ସେବନ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *