ସ୍ଥିତି ବହୁତ ଖରାପ ହେବାଦ୍ଵାରା ବ୍ଲଡ଼ ପ୍ରେସର ମାମଲା ସାମ୍ନାକୁ ଆସିଥାଏ।
●ଆପଣଙ୍କୁ ହାଇ ବ୍ଲଡ଼ ପ୍ରେସରରୁ ରକ୍ଷା ପାଇବା ପାଇଁ କିଛି କଥାର ଧ୍ୟାନ ରଖିବାକୁ ପଡିବ।

ହାଇ ବ୍ଲଡ଼ପ୍ରେସରର ଅର୍ଥ ହେଲା ଉଚ୍ଚ ରକ୍ତଚାପ(ଆର୍ଟରିଜ) ଏହି ଚାପ ସେବେ ପଡିଥାଏ ଯେବେ ଧମନି ମଉଳିକି ଛୋଟ ହୋଇଯାଏ ଓ ଶରୀରରେ ରକ୍ତ ଅଧିକ ହୋଇଯାଏ। ଧମନି ରକ୍ତକୁ ଫୁସଫୁସରୁ ନେଇ ସବୁ ଅଙ୍ଗରେ ପହଞ୍ଚାଇଥାଏ।ଟିପ୍ସ:ହାଇ ବ୍ଲଡ଼ ପ୍ରେସରକୁ ହାଇପରଷ୍ଟେସନ ବି କୁହାଯାଇଥାଏ।
ହାଇ ବ୍ଲଡ଼ ପ୍ରେସର ବଢିବା ସମୟରେ ଫୁସଫୁସ ପର୍ଯ୍ୟନ୍ତ ରକ୍ତ ପମ୍ପ କରିବା ପାଇଁ ଆବଶ୍ୟକତା ଠୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଏହା ଛଡା ଖରାପ ଜୀବନ ଶୈଳୀ ,କମ ବାୟାମ ଓ ମାନସିକ ସମସ୍ୟା ସହିତ ଧୂମପାନ ଦ୍ଵାରା ଏହି ସମସ୍ୟା ହୋଇଥାଏ। ହାଇ ବ୍ଲଡ଼ ପ୍ରେସରରେ ରକ୍ତ ବାହିକାକୁ କ୍ଷତି ହୋଇଥାଏ।
ହାଇ ବ୍ଲଡ଼ ପ୍ରେସରର କଣ ଅଟେ ଲକ୍ଷଣ:-
ବହୁତ ଜୋରେ ମୁଣ୍ଡ ବୁଲାଇବା, ଚାରିଆଡ଼ ବୁଲୁଥିବା ଅନୁଭବ ହେବା, ଅଧିକ ଚିଡି ଚିଡି ଲାଗିବା, ବହୁତ ଜୋରେ ରାଗ ଆସିବା, ନିଶ୍ୱାସ ନେବାରେ ଅଶୁବିଧା,ହୃଦସ୍ପନ୍ଦନରେ ଅନିୟମିତତା ଏହା ର ପ୍ରମୁଖ ଲକ୍ଷଣ ଅଟେ। ଏହା ସହିତ ଶରୀରରେ ଦରଜ ଓ ବିନ୍ଧା ଅଜୁଭଵ ହେବା।
ହାଇ ବ୍ଲଡ଼ ପ୍ରେସର ସହ କିପରି ଲଢ଼ିବା:-
ଖାଇବା ସମୟରେ କମ କମ ଖାଆନ୍ତୁ, ଖାସ କରି ମାଂସ , ରୁଟି, ଭାତ, ଅଧା ଖାଆନ୍ତୁ ଓ ଜଳଖିଆ ମଧ୍ୟ କମ କମ ଖାଆନ୍ତୁ। ଏହା ଛଡା ଅଧିକ କ୍ୟାଲୋରୀ ଫଳ ଦ୍ଵାରା ହିଁ ପୁରଣ କରନ୍ତୁ। କୁହାଯାଇଛିକି ଓଜନ କମ କରିବା ଦ୍ୱାରା ହିଁ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ହୋଇଥାଏ।

ଖାଇବା ସମୟରେ ଏହା ଧ୍ୟାନ ରଖନ୍ତୁ କି ଯେପରି ଆପଣଙ୍କ ଅଧା ପ୍ଲେଟ ପରିବାର ଭରିରହୁ। ସବୁଜ ପରିବା ମାନେ ମିନରାଲର ମୁଖ୍ୟ ସ୍ରୋତ ଅଟେ ଖାସ କରି ମ୍ୟାଗ୍ନେସିୟମ।ପ୍ରୋସସ ଫୁଡ଼ ଯେପରି ବିସ୍କୁଟ, ଚିପ୍ସରେ ପୋଷଣ ନଥାଇ କେବଳ ଚିନି ଓ ଲୁଣ ରହିଥାଏ। ଏହା ଛଡା ତାଜା ଫଳ ପନିପରିବା ବ୍ଲଡ଼ପ୍ରେସର କମ କରିବାରେ ସାହାଯ୍ୟ କରିଥାଏ।
ପ୍ରତିଦିନ ୧୦-୧୫ ମିନିଟ ଗଭୀର ନିଶ୍ୱାସ ନେବାପାଇଁ ଚେଷ୍ଟା କରନ୍ତୁ । ଏହି ବ୍ୟାୟାମ ଆପଣ ଘରେ ମଧ୍ୟ କରିପାରିବେ।ସପ୍ତାହକୁ ୨୦ ମିନିଟ ହାଲକା ବ୍ୟାୟାମ ବା ମଧ୍ୟମ ଧରଣର ବ୍ୟାୟାମ ବ୍ଲଡ଼ପ୍ରେସର କମ କରିବାରେ ସାହାଯ୍ୟ କରିଥାଏ।ରୋଗୀଙ୍କ ଉପରେ କରାଯାଇଥିବା ପରୀକ୍ଷାରେ ଦେଖାଯାଇଛି ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣରେ ରଖିବା ପାଇଁ ବ୍ୟାୟାମ ସବୁଠୁ ଭଲ ଉପାୟ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।