ବ୍ୟୁରୋ ରିପୋର୍ଟ: ଆପଣ ଜାଣିଥିବେ ଆଜିକାଲି ଲୋକ ନିଜ ଖାଇବା ପ୍ରତି ଯତ୍ନବାନ ନୁହନ୍ତି ଯାହାର ପରିଣାମ ମଧ୍ୟ ଲୋକ ଭୋଗୁଛନ୍ତି। ଯାହା ଦ୍ଵାରା ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଆଜିକାଲି ଅନେକ ଲୋକ ମୋଟାପଣ ନେଇ ଚିନ୍ତିତ ଅଟନ୍ତି ଏହାର ମୁଖ୍ୟ କାରଣ ହେଉଛି ଠିକ ପରିମାଣର ପାଣି ନପିଇବା, ସବୁଜ ପରିବା ଛାଡି ବାହାରର ତେଲଜାତିଆ ଖାଦ୍ୟ ଖାଇବା ଆଦି। ତେବେ ଆସନ୍ତୁ ଜାଣିବା କେଉଁ ପନିପରିବା ଖାଇବା ଦ୍ଵାରା ଆପଣ ଏହି ମୋଟା ପଣରୁ ମୁକ୍ତିପାଇପାରିବେ।

ବ୍ରୋକଲି: ବ୍ରୋକଲି ଏକ ଭଲ ସବୁଜ ପରିବା ଅଟେ ଯେଉଁଥିରେ ଭିଟାମିନ ସି,କ୍ୟାଲିସିୟମ ଆଦି ଥାଏ ଯାହା ମୋଟା ପଣ ବା ଶରୀରର ଫ୍ୟାଟ କମାଇବାରେ ବହୁତ ସହାୟକ ହୋଇଥାଏ। ମୁଖ୍ୟ କଥା ହେଉଛି ଏହା ଅଧିକ ଫାଇବର ଯୁକ୍ତ ପରିବା ହୋଇଥିବାରୁ ଏହା ମୋଟପଣ କମ ଲାରୀଥାଏ।
ଗାଜର: ଗାଜର ଏକ ଏପରି ପରିବା ଯାହାକୁ ସାଲାଟ ଆକାରରେ ଅଧିକ ବ୍ୟବହାର କରାଯାଇଥାଏ। ଏହା ପାଟିକୁ ଭଲ ଲାଗିବା ସହିତ କୋଲେଷ୍ଟଲ କରିଥାଏ ଓ ମୋଟପଣ ମଧ୍ୟ କମ କରିବାରେ ସହାୟକ ହୋଇଥାଏ। ଏହା ଖାଦ୍ୟକୁ ଭଲ ଭାବରେ ହଜମ କରାଇଥାଏ ଯାହା ଦ୍ୱାରା ଫ୍ୟାଟ ଆପଣଙ୍କ ଶରୀରରେ ଷ୍ଟୋର ହୋଇନଥାଏ ଓ ଆପଣଙ୍କ ମୋଟାପଣ କମ ହୋଇଥାଏ।

ନାଲି କ୍ୟାପ୍ସିକମ: ଲାଲ କ୍ୟାପ୍ସିକମ ସାଧାରଣତଃ ବିଭିନ୍ନ ଭଲ ସ୍ୱାଦିଡଷ୍ଟ ତଥା ଫାଷ୍ଟଫୁଡ଼ରେ ବ୍ୟବହାର ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଏଥିରେ ସୋଡିୟମ, କାର୍ବୋହାଇଟ୍ରେଟ, ଫାଇବର ଓ ପ୍ରୋଟିନ ଭଳି ପୋଷାକ ତତ୍ତ୍ୱ ଥାଏ ଯାହା ଆପଣଙ୍କ ଶରୀରର ଚର୍ବିଅଂଶ କମାଇଥାଏ।
ପାଳଙ୍ଗ ଶାଗ ପାଳଙ୍ଗ ଏକ ଏପରିଶାଗ ଅଟେ ଯାହାର ଅନେକ ଉପକାରୀତା ଅଛି। ଏଥିରୁ ଗୋଟେ ହେଲା ଶରୀରର ମୋଟପଣ କମ କରିବାରେ ବେଶ ଲାଭଦାୟକ। କାରଣ ଏଥିରେ ଭରପୁର ମାତ୍ରାରେ ଆଇରନ, ପୋଟାସିୟମ, ଭିଟାମିନ ସି, ଭିଟାମିନ କେ ଆଦି ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।