ଏହା ସତ ଅଟେ କି ପରିସ୍ଥିତି କିପରି ହେଉନା କାହିଁକି ଏକ ମା ନିଜ ପିଲାଙ୍କୁ କେବେ ଅଶୁଵିଧା ହେବାକୁ ଦେଇନଥାଏ।ସେ ନିଜ ପିଲାଙ୍କ ପାଇଁ ଜୀବନ ନେଇପାରେ ଓ ଖୁସି ଖୁସି ନିଜ ଜୀବନ ଦେଇପାରେ। ମା ର ଯୋଗଦାନକୁ କେବେବି କମ ହୋଇପାରେନା। କେବଳ ମଣିଷ ନୁହେଁ ଯିବ ଜନ୍ତୁ ମାନଙ୍କ ପାଖରେ ବି ଏପରି ଦେଖାଯାଇଛି।ଏକ ପକ୍ଷୀ ଅନେକ ଜାଗା ଉଡିଥାଏ ନିଜ ବସାରେ ଥିବା ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା ପାଇଁ। ସେହିପରି ଗୋଟେ ମା ସିଂହ ନିଜ ପିଲାଙ୍କ ପାଇଁ ଶିକାର କରିଥାଏ ଯେପରି ସେ ତାଙ୍କ ପେଟ ପୁରା କରିପାରିବ।

ମା ର ମମତା ସହିତ ଜଡିତ ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ଭିଡ଼ିଓରେ ଜୋରେ ବର୍ଷାରେ ଏକ କୁକୁଡ଼ା ଦେଖାଯାଉଛି ଯିଏକି ପର ମେଲାଇ ଠିଆ ହୋଇଛି ଓ ତାର ତଳେ ଅନେକ ଗୋଡ଼ ଦେଖାଯାଉଛି। ପ୍ରଥମ ଥର ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଭଲସେ ଦେଖିଲେ ଆପଣ ଜାଣିପାରିବେ କି ସେଇ କୁକୁଡ଼ା ଟି କାଳେ ତାର ପିଲାଙ୍କୁ କୌଣସି ଅଶୁଵିଧା ହେବ ସେଥିପାଇଁ ତାର ପିଲାଙ୍କୁ ବର୍ଷାରୁ ସୁରକ୍ଷା ଦେବାପାଇଁ ନିଜ ପର ମେଲାଇ ସେମାନଙ୍କୁ ରଖିଛି। ସେ କୁକୁଡ଼ାଟି ନିଜେ ପୁରା ଭିଜୁଛୁ କିନ୍ତୁ ନିଜ ଚିନ୍ତା କରୁନାହିଁ। ସେ ପୁରା ସ୍ଥିର ରହି ନିଜ ପିଲାଙ୍କ ପାଇଁ ଛାଇର କାମ କରୁଛି। ଯେପରି ତା ପିଲା ବର୍ଷାରେ ନ ଭିଜନ୍ତୁ।
Because she is a mother! pic.twitter.com/y5WhwihmFG
— Sudha Ramen IFS ?? (@SudhaRamenIFS) January 20, 2021
ଟ୍ୱିଟରରେ ଏହି ଭିଡ଼ିଓକୁ ଆଇଏଫଏସ ସୁଧା ରମନ ପୋଷ୍ଟ କରିଛନ୍ତି ବୋଲି ଜଣା ଯାଇଛି। ସୁଧାନ ନିଜ କ୍ୟାପ୍ସନରେ ଲେଖିଛନ୍ତି ,”କାରଣ ସେ ମା ଅଟେ”ସୁଧାଙ୍କର ଏହି କଥା ପୁରା ସତ ଅଟେ। କୁକୁଡ଼ାଟି ମଣିଷ ନୁହେଁ ସତ କିନ୍ତୁ ସେ ନିଜ ପିଲାଙ୍କୁ ବହୁତ ଭଲ ପାଉଛି। ଯାହା ଏହି ଭିଡ଼ିଓରେ ସଫା ଦେଖାଯାଉଛି।ସୁଧାଙ୍କ ଏହି ଭିଡ଼ିଓରେ ଟ୍ୱିଟରରେ ୪ ହଜାରରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି। ଯେବେକି ୩୨ ହଜାରରୁ ଅଧିକ ଲୋକ ଏହାକି ଲାଇକ କରିଛନ୍ତି। ସମସ୍ତେ ଏହାକୁ ପ୍ରସଂସା କରୁଛନ୍ତି ଓ କମେଣ୍ଟ ସେକ୍ସନରେ ନିଜ ମତ ସେୟାର କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।