ଭାଇରାଲ ଖବର :ଅଟୋ ଡ୍ରାଇଭର ଦେଖାଇଲେ ସଚ୍ଚୋଟ ପଣିଆ, ତାଙ୍କ କାର୍ଯ୍ୟ ଜାଣିଲେ ଆପଣ ନି କରିବେ ସଲାମ।

ଦୁନିଆରେ ପଇସା ତ କେହି ବି କମାଇ ପାରିବ କିନ୍ତୁ ସମ୍ମାନ କମାଇବା ପଇସା କମାଇବା ଠୁ ବହୁତ ବଡ଼ କଥା ଅଟେ। କିଛି ଲୋକ ନିଜ ସଚ୍ଚୋଟ ପଣିଆ ଦ୍ଵାରା ଏହି ପରି କିଛି କାମ କରିଦେଇଥାନ୍ତ ଯାହା ଦ୍ୱାରା ସେମାନଙ୍କ ସମ୍ମାନ ସବୁବେଳେ ମନେରଖାଯାଇଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଅଟୋ ଡ୍ରାଇଭରଙ୍କର ବହୁତ ଚର୍ଚ୍ଚା ହେଉଛି। ଏହି ଅଟୋ ଡ୍ରାଇଭର ଏହିପରି ସଚ୍ଚୋଟ ପଣିଆ ଦେଖାଇଛନ୍ତି ଯାହା ଦ୍ୱାରା କେହି ମଧ୍ୟ ତାଙ୍କ ପ୍ରଶଂସା ନ କରି ରହିପାରୁନାହାଁନ୍ତି।

Google
ଅଟୋ ଡ୍ରାଇଭର ଯାତ୍ରୀଙ୍କୁ ଫେରାଇଲେ ୨୦ ଲକ୍ଷ ଟଙ୍କାର ଭରପୁର ଗହଣା ବ୍ୟାଗ:

ଚେନ୍ନାଇର ସରବନ କୁମାର ଅଟୋ ଚଳାଇଥାନ୍ତି।ଦିନେ ତାଙ୍କର ଅଟୋରେ କୌଣସି ଯାତ୍ରୀଙ୍କ ବ୍ୟାଗ ରହିଯାଏ। ସେହି ବ୍ୟାଗରେ ୨୦ ଲକ୍ଷ ଟଙ୍କାର ଗହଣା ଥିଲା ଏତେ ଟଙ୍କାର ଜିନିଷ ଦେଖି ମଧ୍ୟ ତାଙ୍କ ମନରେ ଲୋଭ ହୋଇନଥିଲା ଓ ସେ ସେହି ବ୍ୟାଗକୁ ସେହି ଯାତ୍ରୀଙ୍କୁ ଫେରାଇ ଦେଇଦେଇଥିଲେ। ଅଟୋ ଡ୍ରାଇଭରଙ୍କର ଏହି କାମ ପାଇଁ ଚେନ୍ନାଇ ପୋଲିସ ତାଙ୍କୁ ସମ୍ମାନିତ କରିଛନ୍ତି। ଜାଣନ୍ତୁ ପୁରା ମାମଲା।

ବିବାହ କାଯ୍ୟକ୍ରମରୁ ଫେରୁଥିଲା ଯାତ୍ରୀ:

ଚେନ୍ନାଇର ପୋଲ ବ୍ରାଇଟ ନାମକ ଜଣେ ବ୍ୟକ୍ତି ନିଜର ଜଣେ ପରିଚିତଙ୍କ ବିବାହ କାଯ୍ୟକ୍ରମରୁ ଫେରୁଥିଲେ। ସେହି ସମୟରେ ପୋଲଙ୍କ ପାଖରେ ଗହଣା ବ୍ୟାଗ ଛଡା ଆଉ କିଛି ବ୍ୟାଗ ମଧ୍ୟ ଥିଲା। ପୋଲ ରାସ୍ତାରେ ଅଟୋରେ ଯିବା ସମୟରେ ଲଗାତର ଫୋନରେ କଥା ହେଉଥିଲେ ଯାହା ଦ୍ୱାରା ଅଟୋରୁ ଓହ୍ଲାଇବା ସମୟରେ ସେ ଗହଣା ବ୍ୟାଗ ଅଟୋରେ ଭୁଲି ଗଲେ। ପୋଲ ଯିବା ପରେ ଅଟୋ ଡ୍ରାଇଭର ସରବନ କୁମାରଙ୍କ ନଜର ସେହି ଗହଣା ବ୍ୟାଗ ଉପରେ ପଡ଼ିଲା।

Google
ଗହଣା ଭରା ବ୍ୟାଗ ନେଇ ପହଁଚିଲେ ପୋଲିସ ଷ୍ଟେସନ:

ଅଟୋରୁ ଓହ୍ଲାଇବାର କିଛି ସମୟ ପରେ ପୋଲ ବ୍ରାଇଟଙ୍କୁ ନିଜ ଗହଣା ବ୍ୟାଗ କଥା ମନେ ପଡ଼ିଲା। ଗହଣା ବ୍ୟାଗ ନପାଇ ପୋଲଙ୍କ ମୁଣ୍ଡ କାମ କରିବା ବନ୍ଦ ହୋଇଯାଏ। ସେ ସାଙ୍ଗେ ସାଙ୍ଗେ କ୍ରୋମପେଟ ପୋଲିସ ଷ୍ଟେସନ ପାଇଁ ଅଭିଯୋଗ କରନ୍ତି। ପୋଲିସ ମଧ୍ୟ ସାଙ୍ଗେ ସାଙ୍ଗେ ତଦନ୍ତ ଆରମ୍ଭ କରିଥାଏ ଓ ସିସିଟିଭି ଫୁଟେଜରୁ ଅଟୋର ଠିକଣା ବାହାର କରେ। ପୋଲିସ ଅଟୋ ଡ୍ରାଇଭର ପାଖକୁ ଯିବା ପୂର୍ବରୁ ସରବନ କୁମାର ଗହଣା ବ୍ୟାଗ ଧରି ପୋଲିସ ଷ୍ଟେସନ ପହଁଚି ଯାଆନ୍ତି। ଗହଣା ବ୍ୟାଗ ଦେଖି ପୋଲ ବ୍ରାଇଟ ବହୁତ ଖୁସି ହୋଇଯାଆନ୍ତି ଓ ସରବନ କୁମାରଙ୍କୁ ଧନ୍ୟବାଦ ଜଣାନ୍ତି।

ପୋଲିସ କରିଲେ ସମ୍ମାନିତ:

ଅଟୋ ଡ୍ରାଇଭରର କାମରେ ଖୁସି ହୋଇ ପୋଲିସ ଅଟୋ ଡ୍ରାଇଭରଙ୍କୁ ଫୁଲ ତୋଡା ଦେଇ ସଂମାନିତ କରନ୍ତି। ଏହି କଥା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ସରବନ କୁମାରଙ୍କର ପ୍ରଶଂସା କରିବା ଆରମ୍ଭ କରିଦିଅନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *