ପୁଣି ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଫଳରେ ରାଜ୍ୟରେ ଆସନ୍ତା ୨୦ ଓ ୨୧ ତାରିଖ ମଧ୍ୟରେ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପର ରୂପରେଖ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ବାସ କହିଛନ୍ତି, ୧୩ ତାରିଖ ଦିନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ତେଣୁ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପ ର ମାଧ୍ୟମ ଧାରଣାରେ ବର୍ଷ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା ୪ ରୁ ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ରହିବ । ପାଗ ଶୁଖିଲା ଓ ଖରାଟିଆ ରହିବ । ରାଜ୍ୟରେ ତାପମାତ୍ରା ପୂର୍ବ ତୁଳନାରେ ୨ ରୁ 3 ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪ ରୁ ୫ ଦିନ ଧରି ଏପରି ସ୍ଥିତି ଲାଗି ରହିବା ପରେ ୧୯ ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ଆସିବ । ୨୦ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେଲାପରେ ରାଜ୍ୟରେ ବର୍ଷା କରାଇବ ।

ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଏବଂ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ଝଡ଼ତୋଫାନ ସହିତ ବର୍ଷା ମଧ୍ୟ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୭୧.୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲାରେ ୪୨.୬ମିମି, ଗଞ୍ଜାମ ଜିଲ୍ଲାରେ ୩୫.୪ମିମି, କନ୍ଧମାଳ ଜିଲ୍ଲାରେ ୫୨.୦ମିମି ଓ କଳାହାଣ୍ଡି ଜିଲ୍ଲାରେ ୩୧.୪ମିମି ଲେଖାଏଁ ବର୍ଷା ହୋଇଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।