ଦୀପାବଳି ୨୦୨୦: ପେଟ୍ରୋଲ ଖର୍ଚ୍ଚରୁ ବଞ୍ଚିବା ପାଇଁ ହିରୋ ଆଣିଲା ଏକ୍ସଚେଞ୍ଜ ଅଫର, ଜାଣନ୍ତୁ ପୂରା ତଥ୍ୟ ।

ଦୀପାବଳିରେ ଯଦି ଆପଣ ନିଜ ଦୁଇ ଚକିଆ ଯାନବାହନକୁ ବଦଳି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ହିରୋ ଇଲେଟ୍ରିକ୍ ଭଲ ଅଫର ଆଣିଛି। ପୁରୁଣା ଦୁଇ ଚକିଆ ବାହନ ବିକ୍ରିର ଅନଲାଇନ ମଞ୍ଚ କ୍ରେଡ଼ଆର ହିରୋ ଇଲେଟ୍ରିକ୍ ସହ ମିଶି ‘ପେଟ୍ରୋଲର ଦୁଇ ଚକିଆ ବାହାନ’କୁ ଇ-ସ୍କୁଟର ବା ଇ-ବାଇକ୍ ସହ ବଦଳି କରିବାର ଅଫର ଦେଇଛନ୍ତି।

Google

ଦୁଇ କମ୍ପାନୀ ଏକ ସଂଯୁକ୍ତ ଘୋଷଣା ଜାରି କରି ଏହି ଭାଗିଦାରୀର ଘୋଷଣା କରିଥିଲେ। ଏହାର ଅନ୍ତର୍ଗତ ଗ୍ରାହକମାନଙ୍କୁ ନିଜର ପୁରୁଣା ପେଟ୍ରୋଲ ଦୁଇ ଚକିଆ ବାହନକୁ ଇଲେଟ୍ରିକ୍ ସ୍କୁଟରରେ ସହ ସହଜରେ ବଦଳି କରିବାର ସୁବିଧା ମିଳିବ। ଏହା ବଦଳରେ ତାଙ୍କୁ ନୂଆ ବାହାନର ବିତରଣ କିଛି ଦିନ ମଧ୍ୟରେ କରିଦିଆଯିବ।

ଘୋଷଣାର ଅନୁସାରେ କ୍ରେଡ଼ଆର ଗ୍ରାହକଙ୍କ ପୁରୁଣା ବାହନର ମୂଲ୍ୟ କହିବ ଓ ଏହି ମୂଲ୍ୟକୁ ହିରୋ ଇଲେଟ୍ରିକ୍ ସ୍କୁଟରର ମୂଲ୍ୟରେ ଅଗ୍ରୀମ ଭାବରେ କାଟିଦିଆଯିବ।

ଏଥିପାଇଁ ଗ୍ରାହକଙ୍କୁ ନିଜ ପେଟ୍ରୋଲ ଦୁଇ ଚକିଆ ବାହନଗୁଡିକୁ ହିରୋ ଇଲେଟ୍ରିକ୍ ଶୋ ରୁମକୁ ନେଇଯିବାକୁ ପଡିବ। ସେଠାରେ ପୁରୁଣା ବାହନର ପରୀକ୍ଷା କରି କ୍ରେଡ଼ଆରର ଏକ ବିଶେଷ ଆପ ସହ ଏହାର ବିକ୍ରୟ ମୂଲ୍ୟ କୁହାଯିବ।

କ୍ରେଡ଼ଆର ପୁରୁଣା ପେଟ୍ରୋଲ ବାହାନର ଅବସ୍ଥା ଓ ଦସ୍ତାବିଜକୁ ପ୍ରତିପାଦନ କରିବ ଓ ପୁରୁଣା ବାହନର ମୂଲ୍ୟକୁ ନୂଆ ହିରୋ ଇଲେଟ୍ରିକ୍ ବାହନର ଶେଷ ମୂଲ୍ୟରୁ କମ କରିଦିଆଯିବ। ଏବେ ଏହି ଅଫର ଦିଲ୍ଲୀ-ଏନସିଆର,ହାଇଦ୍ରାବାଦ, ଜୟପୁର, ବାଙ୍ଗାଲୋର ଓ ପୁନେରେ ଉପଲବ୍ଧ ଅଛି।ପରେ ଏହାକୁ ସାରା ଭାରତରେ ଆରମ୍ଭ କରାଯିବ।

Google

କ୍ରେଡ଼ଆରର ସିଏସଓ ଶଶିଧର ନନ୍ଦିଗମ କହିଛନ୍ତି କି ଦୁଇ ଚକିଆ ବାହନ ଶ୍ରେଣୀରେ ଏବେ ଇଲେଟ୍ରିକ ବାହନର ଭାଗିଦାରୀ ଏକ ପ୍ରତିଶତରୁ ବି କମ ଅଛି। ଏଥି ମଧ୍ୟରେ ଏହି କ୍ଷେତ୍ରର ପ୍ରମୁଖ କମ୍ପାନୀ ହିରୋ ଇଲେଟ୍ରିକ ସହ ଭାଗିଦାରୀ କରି ଆମେ ରୋମାଞ୍ଚିତ ଅଛୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *