ରାଜ୍ୟରେ ଆଜି ନୂଆ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଡବଲ ସେଞ୍ଚୁରୀ ମାରିଲା କରୋନା ।

ରାଜ୍ୟରେ ଆଜି ନୂଆ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଡବଲ ସେଞ୍ଚୁରୀ ମାରିଲା କରୋନା ।, 225 corona positive found in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଜି ନୂଆ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଡବଲ ସେଞ୍ଚୁରୀ ମାରିଲା କରୋନା । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

୨୨୫ କରୋନା ପଜିଟିଭ ମଧ୍ୟରୁ ୧୯୬ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୨୯ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଜି ନୂଆ ୨୨୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୨୩୬, ସୁସ୍ଥ ହୋଇଛନ୍ତି ୨,୪୭୪ ଓ ମୃତ ସଂଖ୍ୟା ୧୦ । ୧୬ ଜିଲ୍ଲାରୁ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଆଜି ୧୧୨ ନୂଆ କରନା ଚିହ୍ନଟ ମଧ୍ୟରୁ ODRAF/NDRF/FIRE ର ଆଉ ୨୧ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅମ୍ପନ ପୁନରୁଦ୍ଧାର ପାଇଁ ବେଙ୍ଗଲ ଯାଇ ଫେରିଥିବା ଯବାନ ଆକ୍ରାନ୍ତ । ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

କଟକ ଜିଲ୍ଲାରୁ ସର୍ବାଧିକ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ ଓ କନ୍ଧମାଳ ଜିଲ୍ଲାରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ । ପୁରୀ ଜିଲ୍ଲାରୁ ୧୫ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୧୨ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ଆଜି ନୂଆ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଡବଲ ସେଞ୍ଚୁରୀ ମାରିଲା କରୋନା ।, 225 corona positive found in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଜି ନୂଆ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ୦୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ଜିଲ୍ଲାରୁ ୦୫, କେନ୍ଦ୍ରାପଡା ଜିଲ୍ଲାରୁ ୦୪ ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୦୨ ଜଣ, ଅନୁଗୁଳ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଦେଶର କରୋନା ଖବର:

୨୪ ଘଣ୍ଟାରେ ଦେଶରେ ୩୮୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ୧,୪୫,୭୭୯ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧,୪୫,୩୩୦ ଜଣ ଭଲ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨,୮୭,୧୫୭ କୁ ବୃଦ୍ଧି ହେଇଛି ବେଳେ ୮,୮୪୮ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *