ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ, ୧୦ ଦିନରେ ୩ ଲକ୍ଷ ଟଙ୍କାର ବିକାଶ କରି ଦେବାକୁ ହେବ ହିସାବ

ବର୍ତ୍ତମାନ ଦେଶରେ କ-ରୋ-ନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ପ୍ରଥମ ଲହରୀ ଅପେକ୍ଷା ଅଧିକ ପ୍ରଭାବ ପକାଉଛି କାରଣ ଏଥିରେ ଅଧିକ ଲୋକ ସଂ-କ୍ର-ମ-ଣ ହେବା ସହ ଅଧିକ ଲୋକ ପ୍ରା-ଣ ହରାଉଛନ୍ତି। ଆପଣ ଜାଣିଥିବେ ଏବେ ଏହି ମ-ହା-ମା-ରୀ ପାଇଁ ସ୍କୁଲ ଓ କଲେଜ ଅନେକ ଦିନ ହେବ ବନ୍ଦ ଅଛି ଆହେ ମଧ୍ୟରେ ଏବେ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଆସି ପହଁଚିଛି ଜଣାଇଦେବୁକୁ ଜିଲ୍ଲାର ଶିକ୍ଷା ଅଧିକାରୀ ଗତ ୧୭ ତାରିଖ ଦିନ ସମସ୍ତ ସ୍କୁଲକୁ ଏକ ଚିଠି ଲେଖିଥିଲେ ଯାହା ପାଇବା ପରେ ଏବେ ହାଇସ୍କୁଲ ପ୍ରଧାନଶିକ୍ଷକ ଚିନ୍ତାରେ।

କାରଣ ସେହି ଚିଠିରେ ଉଲ୍ଲେଖ ଅଛିକି ସମସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ୨୬ ତାରିଖ ମଧ୍ୟରେ ମିଳିଥିବା ୩ ଲକ୍ଷ ଟଙ୍କାରେ କୌଣସି ଉନ୍ନତି ମୂଳକ କାମ କରି ତାର ପ୍ରମାଣ ପତ୍ର ଦେବାକୁ ହେବ ନଚେତ ସେହି ପଇସାକୁ ଡିଡି କରି ଜଲ୍ଦି ଫେରାଇବାକୁ ପଡିବ। ଏବେ ସବୁ ହାଇସ୍କୁଲ ପ୍ରଧାନଶିକ୍ଷକ ଏତେ କମ ସମୟରେ ଓ ଏହି ମହାମାରି ସମୟରେ କେଉଁ କାର୍ଯ୍ୟ କରିବେ ତାହା ନେଇ ବଡ଼ ଚିନ୍ତାରେ। ଆପଣଙ୍କୁ କହିରଖିବୁ କଟକର ପ୍ରାୟ ୩୧୦ ହାଇସ୍କୁଲର ଅବସ୍ଥା ଏପରି କି କୌଣସି କାମ ଏବେ ପର୍ଯ୍ୟନ୍ତ ହୋଇନଥିବାରୁ ୯ କୋଟି ଟଙ୍କା ଫେରିଯିବାର ସମ୍ଭାବନା ବଢିଯାଇଛି।

Google

ଏପରି ଏହି ପଇସା ଖର୍ଚ୍ଚ ନହେବାର କାରଣ ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷ ପୁରା ବନ୍ଦ ଥିବା ଓ ୨୦୨୦-୨୧ ଶିକ୍ଷା ବର୍ଷ ଏବେ ପର୍ଯ୍ୟନ୍ତ ବନ୍ଦ କାରଣରୁ ସ୍କୁଲରେ କୌଣସି ବୈଠକ ହୋଇପାରୁନି ଏହା ସହ ଏହି ମ-ହା-ମା-ରୀ ସମୟରେ କୌଣସି କାର୍ଯ୍ୟ ମଧ୍ୟ କରିହେଉନି ତାହା ପୁଣି ଏତେ ଟଙ୍କାର ସେଥିପାଇଁ ହାଇସ୍କୁଲ ପ୍ରଧାନଶିକ୍ଷକ କଣ କରିବେ ଜାଣିପାରୁନାହାନ୍ତି। ପଇସା ଫେରାଇବା ପାଇଁ ମଧ୍ୟ ବୈଠକ ଆବଶ୍ୟକ ଯାହା ମଧ୍ୟ ହେଇପାରୁନି ତେଣୁ ଏବେ କଣ ହେବ ତାହା କହିବା ଅସମ୍ଭବ ହୋଇପଡିଛି।

ଆପଣଙ୍କୁ ଏହା ମଧ୍ୟ କହିରଖିବୁକି ଉନ୍ନତି ମୂଳକ କାମ ପାଇଁ ପ୍ରତି ହାଇସ୍କୁଲ ପ୍ରତ୍ୟେକ ବର୍ଷ ୧ଲକ୍ଷ ୫୨ ହଜାର ଟଙ୍କା ପାଇଥାନ୍ତି। ଦୁଇ ବର୍ଷର ମୋଟ ୩ ଲକ୍ଷ ଟଙ୍କା ଆସିଥିବାରୁ ୩୧୦ ହାଇସ୍କୁଲ ପାଇଁ ୯ କୋଟି ଟଙ୍କା ଆସିଛି। କେବଳ ପ୍ରଧାନଶିକ୍ଷକ ମଧ୍ୟ ଚାହିଁଲେ କିଛି କରିପାରିବେ ନାହିଁ କାରଣ ପରିଚାଳନା ସମିତିର ସଭାପତିଙ୍କ ଅନୁମତି ମଧ୍ୟ ଜରୁରୀ।କିନ୍ତୁ ଏବେ ବୈଠକ ହୋଇପାରୁନାହିଁକି କଣ କରାଯିବ।ତେଣୁ ଏବେ ଜୁନ ଶେଷ ସୁଧା କାର୍ଯ୍ୟ ନହେଲେ ପଇସା ଡିଡି କରି ଫେରାଇବାକୁ ପଡିବ। ଏଥିପାଇଁ ମଧ୍ୟ ବୈଠକ କରିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *