କ୍ୟାନ୍ସର ପରେ HIV ର ମିଳିଲା ଚିକିତ୍ସା! ଭ୍ୟାକ୍ସିନର ଗୋଟେ ଡୋଜରେ ଶେଷ ହୋଇପାରେ ରୋଗ!

ବ୍ୟୁରୋ ରିପୋର୍ଟ: କ୍ୟାନ୍ସର ପରେ ଏବେ ଏଚଆଇଭି ଏର୍ଡସର ଚିକିତ୍ସା ଏବେ ବୈଜ୍ଞାନିକ ବାହାର କରିଛନ୍ତି। ଏବେ ଏକ ଏପରି ଭାକ୍ସିନ ପ୍ରସ୍ତୁତ କରାଯାଇଛି ଯାହାର ଗୋଟେ ଡୋଜରେ ଭାଇରସଟି ପୁରା ଶେଷ ହୋଇଯିବ। ଇଜରାୟଲର ତେଲ ଅବିବ ୟୁନିଭର୍ସିଟି ଦ୍ଵାରା ପ୍ରସ୍ତୁତ ଏହି ଭ୍ୟାକ୍ସିନର ଲ୍ୟାବ ରେଜଲ୍ଟ ବହୁତ ଭଲ ଆସିଛି। ବୈଜ୍ଞାନିକ ଶରୀରରେ ଥିବା ଟାଇପ ବି ବାଇଟ ବ୍ଲଡ଼ ସେଲ୍ସ ଜିନରେ କିଛି ପରିବର୍ତ୍ତନ କରିଛନ୍ତି। ଯାହାକି ଏଚଆଇଭି ଭାଇରସକୁ ମାରି ଦେଇଛି। ଏହି ସଫଳତା ପରେ ଆଶା କରା ଯାଇଛି ଏଡ଼ସ ଚିକିତ୍ସା ଆଉଦୂର ନୁହେଁ।

Google

ଏହି ଭାଇରସର କୌଣସି ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରିନାହିଁ। ଔଷଧ ଦ୍ଵାରା ଏହାକୁ ଚପାଇ ରଖାଯାଇପାରେ ଯାହା ଦ୍ୱାରା ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ ବଂଚିରହିପାରିବ। ଏହା ଶରୀରର ଇମ୍ୟୁନିଟି ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ। ଏକ ରିପୋର୍ଟ ଅନୁସାରେ ୨୦୨୦ରେ ଦୁନିଆର ୩.୭ କୋଟି ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ। ଏହା ସାଧାରଣତଃ ଅସୁରକ୍ଷିତ ଯୌନ ସମ୍ୱନ୍ଧ ,ସଂକ୍ରମିତ ସିରିଜ ବ୍ୟବହାର, ଖରାପ ରକ୍ତ ବଢିବା ଓ ସଂକ୍ରମଣ ହୋଇଥିବା ମା ଠୁ ପିଲାକୁ ବ୍ୟାପିଥାଏ।

ଏପରି ମିଳିଲା ଏଚଆଇଭି ଭାଇରସ ଉପରେ ବିଜୟ:

ଏହି ରୋଗର ଚିକିତ୍ସା ପାଇଁ ଡାକ୍ତର ଆଦି ବାର୍ଜିଲଙ୍କ ଅଧ୍ୟକ୍ଷତାରେରେ ବୈଜ୍ଞାନିକ ଟିମ ବି ସେଲ୍ସର ବ୍ୟବହାର କଲେ। ଏହି ସେଲ୍ସ ଆମ ଶରୀରରେ ଭାଇରସ ସହ ଲଢ଼ିବା ପାଇଁ ଏଣ୍ଟିବଡି ତିଆରି କରିଥାଏ। ଏହାକୁ ଏଚଆଇଭି ଭାଇରସର କୌଣସି ନିର୍ଦ୍ଦିଷ୍ଟ ଜାଗାରେ ଛଡା ଗଲା ଯାହା ଦ୍ୱାରା ଏଥିରେ ଭାଇରସର କିଛି ପରିମାଣ ଭାଙ୍ଗିବାର ଭାଙ୍ଗିବାର ସଫଳତା ଦେଖାଗଲା।

Google
କେବଳ ଏଚ ଆଇଭି ନୁହେଁ କ୍ୟାନ୍ସର ଉପରେ ମଧ୍ୟ ସଫଳତା:

ଏହି ପରୀକ୍ଷା କରିଥିବା ବୈଜ୍ଞାନିକଙ୍କ ଟିମ କହିଛନ୍ତି ଏହା ଶରୀରରେ ବହୁତ ମାତ୍ରାରେ ଏଣ୍ଟିବଡି ତିଆରି କରିଥାଏ ଯାହା ଏଚଆଇଭି ସହ ଅନ୍ୟ ବଡ଼ ବଡ଼ ରୋଗ ପାଇଁ ମଧ୍ୟ ଚିକିତ୍ସା ପାଇଁ ବେସ୍ ଫାଇଦା ଦେବ।

କ୍ୟାନ୍ସର ଯାଦୁ ଔଷଧରେ ଠିକ ହେଲେ ରୋଗୀ:

ଏଚଆଇଭି ବିରୁଦ୍ଧରେ ସଫଳତା ମଧ୍ୟ ସେହି ସମୟରେ ମିଳିଛି ଯେଉଁ ସମୟରେ ଡାକ୍ତର ମାନଙ୍କୁ କ୍ୟାନ୍ସର ଭଳି ରୋଗରେ ଚିକିତ୍ସାରେ ସଫଳତା ମିଳିଛି। ଆମେରିକାରେ ଡୋଷ୍ଟରଲିମୈବ ନାମକ ଔଷଧକୁ ୧୨ ରୋଗୀଙ୍କୁ ପ୍ରତି ୩ ସପ୍ତାହ ମଧ୍ୟରେ ୬ ମାସ ଦିଆଗଲା ଓ ଦାବି କରାଯାଇଛି ଏଥିରେ ସେମାନେ ପୁରା ଠିକ ହେଲେ ଓ କୌଣସି ସାଇଡଇଫେକଟ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *