ବ୍ୟୁରୋ ରିପୋର୍ଟ: ଭାରତକୁ ବଡ଼ ସଫଳତା। ଜାପାନକୁ ହରାଇ ଭାରତ ଜିତିଲା କାଂସ୍ୟ ପଦକ। ଏହି ସଫଳତା ଜାପାନକୁ ୧-୦ ରେ ହରାଇ ଭାରତ ହାସଲ କରିଛି। ରାଜ କୁମାର ପାଲ ଏହି ଗୋଲ କରିଥିଲେ।
ତେବେ ଏହି ମ୍ୟାଚର ଖାସ୍ କଥା ଏହାକି ସାତୋଟି ପେନାଲଟି କର୍ଣ୍ଣର ମିଳିଥିଲା ଜାପାନକୁ ମାତ୍ର ହିନ୍ଦୁସ୍ଥାନର ଖେଳାଳି ମାନେ ଗୋଲ କରିବାକୁ ତାଙ୍କୁ ଦେଇନଥିଲେ। ବିରେନ୍ଦ୍ର ଲାରକାଙ୍କ ଟିମ କରିଥିଲା ସୁନ୍ଦର ପ୍ରଦର୍ଶନ। ଶେଷ ମିନିଟରେ ଭାରତ ୧୦ ଜଣ ଖେଳାଳିଙ୍କୁ ଖେଳିଥିଲେ। ହେଲେ ଜାପାନ ଗୋଲ କରିବାରେ ବିଫଳ ରହିଥିଲା। ପ୍ରଥମ କ୍ବାଟରରୁ ହିଁ ଭାରତ ଆଗୁଆ ଥିଲା। ଭାରତର ଏସିଆ କପରେ ଏହା ଦ୍ୱିତୀୟ କାଂସ୍ୟ ପଦକ ଅଟେ।
A magnificent game of Hockey concludes with the #MenInBlue defeating Japan and winning the 🥉 in the Hero Asia Cup 2022. 🤩#IndiaKaGame #HockeyIndia #HeroAsiaCup #MatchDay #INDvsJPN @CMO_Odisha @sports_odisha @IndiaSports @Media_SAI pic.twitter.com/0pPs7s8gWy
— Hockey India (@TheHockeyIndia) June 1, 2022
ଫାଇନାଲରେ ଜାଗା ବନାଇବାକୁ ବିଫଳ ହୋଇଥିଲା ଭାରତୀୟ ଦଳ। ଅନ୍ତିମ ସୁପର ୪ ମ୍ୟାଚରେ ୪-୪ ରେ ଦକ୍ଷିଣ କୋରିଆ ବିରୁଦ୍ଧରେ ଡ୍ର ରହିଥିଲା ମ୍ୟାଚ। ଜାପାନକୁ ଭାରତ ଏହା ପୂର୍ବରୁ ସୁପର-୪ ରେ ୨-୧ ରେ ହରାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।