ଭାରତର ରୋମାଂଚକର ଜିତ ହାସଲ! ଇଣ୍ଡୋନେସିକାକୁ ୧୬-୦ ରେ ହରାଇଲା ଦଳ ! ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାର

ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ ରେ ଭାରତୀୟ ଦଳ ଇଣ୍ଡୋନେସିଆ ବିରୁଦ୍ଧରେ ଜବରଦସ୍ତ ବିଜୟ ହାସଲ କରିବାରେ ସକ୍ଷମ ରହିଛି। ସୁପର ୪ ରେ ପ୍ରବେଶ କରିଛି ଭାରତ। ଭାରତୀୟ ଦଳ ଏହି ମ୍ୟାଚରେ ରେକର୍ଡ ସ୍ଥାପନ କରି ଆଗ ମ୍ୟାଚ ପାଇଁ କ୍ବାଲିଫାଏ କରିଛି।

ଏହି ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ ଦ୍ୱିତୀୟ କ୍ଵାଟର ପର୍ଯ୍ୟନ୍ତ ୬-୦ ରେ ଆଗରେ ଥିଲା। ତେବେ ଭାରତ ଏହା ପରେ ୩ୟ ଏବଂ ୪ କ୍ଵାଟରରେ ଚମତ୍କାର ପ୍ରଦର୍ଶନ କରି ୧୬-୦ ରେ ମ୍ୟାଚ ନିଜ ନାମରେ କରିଦେଇଥିଲା। ତେବେ ଟିମ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ସୋପାନରେ ପଂହଁଚିବା ନିମନ୍ତେ ଇଣ୍ଡୋନେସିଆକୁ ୧୫-୦ କିମ୍ବା ଏହାଠୁ ଅଧିକ ବ୍ୟବଧାନରେ ମ୍ୟାଚରେ ବିଜୟ ହାସଲ କରିବାର ଥିଲା। ଯାହା ଟିମ ଇଣ୍ଡିଆ କରି ଦେଖାଇଛି।

ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମ୍ୟାଚ ଡ୍ର ରହିଥିଲା। ଦ୍ୱିତୀୟ ମ୍ୟାଚରେ ଜାପାନ ଠୁ ଭାରତୀୟ ଦଳ ୨-୫ ରେ ହାରିଥିଲା। ଇଣ୍ଡୋନେସିଆ ବିପକ୍ଷ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ ପବନ ରାଜଭର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *