ହୃତିକ ଆଉ ଦୀପିକାଙ୍କର ଏହି ଫିଲ୍ମ ହେବ ବଲିଉଡର ସବୁଠୁ ମହଙ୍ଗା ଫିଲ୍ମ। ବଜେଟ ଜାଣିଲେ ଉଡିଯିବ ହୋସ।

ଦୀପିକା ପାଦୁକୋନ ଆଉ ହୃତିକ ରୋଷନ ଙ୍କର ଯୋଡି ପ୍ରଥମ ଥର ପାଇଁ ସିଲଭର ପରଦା ଉପରେ ଧୂମ ମଚେଇବାକୁ ଯାଉଛି। ଏବେ ଏବେ ହିଁ ହୃତିକ ନିଜର ଆଗକୁ ଆସିଥିବା ଫିଲ୍ମ ଫାଇଟରର ଏକ ପୋଷ୍ଟର ସେୟାର କରିଛନ୍ତି ଯାହା ଭିତରେ ସେ ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ନଜର ଆସୁଛନ୍ତି। ଦୁଇ ଜଣ ହିଁ ଷ୍ଟାର ନିଜ ସହ ସ୍କ୍ରିନ ଷେୟାର କରିବା ପାଇଁ ବହୁତ ଇଛୁକ ଅଛନ୍ତି। ଏହି ଫିଲ୍ମକୁ ନେଇକି କିଛି ଇଂସାଇଡ଼ ଡିଟେଲ ସାମ୍ନାକୁ ଆସୁଛି। କୁହା ଯାଉଛି କି ଏହି ଫିଲ୍ମ ବଲିଉଡର ସବୁଠୁଁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି।

Google
୨୫୦ କୋଟିର ବଜେଟ ଅଛି:

ଦୀପିକା ଆଉ ହୃତିକ ଷ୍ଟାରର ଫିଲ୍ମ ଫାଇଟର ହାଇ କ୍ବାଲିଟି ଡ୍ରାମା ବିଶିଷ୍ଟ ଫିଲ୍ମ ହେବ। ଏଥିରେ ଦେଶ ଭକ୍ତି ଠାରୁ ଆରମ୍ଭ କରିକି ରୋମାନ୍ସର ତଡ୍କା ଅଛି। ଆଉ ଯାହା ଶୁଣା ଯାଉଛି କି ଏହା ବି ଟାଉନ ଅଥବା ବଲିଉଡର ସବୁଠାରୁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି। ସିଦ୍ଧାର୍ଥ ଆନନ୍ଦ ଙ୍କର ଏହି ଫିଲ୍ମର ବଜେଟ ପାଖାପାଖି ୨୫୦କୋଟି ରହିଛି। ଆଜି ଯାଏ ବଲିଉଡ଼ରେ ଏତେ ମହଙ୍ଗା ବଜେଟର କିଛି ଫିଲ୍ମ ହେଇ ହିଁ ନାହିଁ। ଏହା ଆଗରୁ ୧୭୫ କୋଟି ଟଙ୍କାର ପ୍ରେମ ରତନ ଧନ ପାୟୋ ଆଉ ଧୂମ-୩ ବଲିଉଡର ସବୁଠୁ ମହଙ୍ଗା ଫିଲ୍ମ ଥିଲା। ମାତ୍ର ଏହାର ବଜେଟ ୨୫୦କୋଟି ହେବାକୁ ଯାଉଛି।

ଲଢାକୁ ବିମାନ ଉଡେଇବେ ହୃତିକ:

ଫାଇଟରର ୧୫ ସେକେଣ୍ଡର ଟିଜର ଏହା ସାବ୍ୟସ୍ତ କରୁଛି କି ହୃତିକ ରୋଷନ ଗୋଟେ ଲଢୁଆ ବୀମାନ ଉଡେଇବାକୁ ଯାଉଛନ୍ତି। ଏହି ଫିଲ୍ମ ହୃଦୟ ସ୍ପନ୍ଦନ ଦ୍ରୁତ କରିଲା ଭଳିଆ ଆକ୍ସନ ଦେବାକୁ ଯାଉଛି। ଏହି ଫିଲ୍ମରେ ହୃତିକ ଏକ ଏୟାରଫୋର୍ସ ଅଫିସରର ଭୂମିକା ନିଭେଇବାକୁ ଯାଉଛନ୍ତି। ଏଥିରେ ସେ ଗୋଟେ ଫାଇଟର ଜେଟ ଉଡେଇବାରେ ଦେଖାଯିବେ। ଏହା ଆଗରୁ ହୃତିକ ଫ୍ରହାଁନ ଅଖତରଙ୍କର ଦେଶ ଭକ୍ତି ଯୋଡ଼ା ଫିଲ୍ମ “ଲଖ୍ୟ” ରେ ନଜର ଆସିଥିଲେ। “ଲକ୍ଷ” ରେ ସେ ଆର୍ମି ଅଫିସର ରୋଲରେ ନଜର ଆସିଥିଲେ ଯେତେବେଳେ କି ଫାଇଟରରେ ଏୟାରଫୋର୍ସ ଅଫିସରର ରୋଲରେ ନଜର ଆସିବେ।

Google
ଜାଣନ୍ତୁ କେବେ ରିଲିଜ ହେବ ଫାଇଟର:

ଫିଲ୍ମରେ ଦୀପିକା ହୃତିକ ରୋଷନଙ୍କ ସହ ପ୍ରଥମ ଥର ନଜର ଆସିବେ ଯେତେବେଳେ କି ଡ଼ାଇରେକ୍ଟର ସିଦ୍ଧାର୍ଥ ଆନନ୍ଦଙ୍କ ସହ ସେ ତୃତୀୟ ଥର ନଜର ଆସିବେ। ଏହା ଆଗରୁ ହୃତିକ ସିଦ୍ଧାର୍ଥ ଆନନ୍ଦଙ୍କର ଫିଲ୍ମ ବ୍ୟଙ୍ଗ ବ୍ୟାଙ୍ଗ ଆଉ ୱାର ରେ ନଜର ଆସିଛନ୍ତି। ଫାଇଟରରେ ବି ସେ ଦୀପିକାଙ୍କ ସହ ପ୍ରଥମ ଥର କାମ କରିବେ। ଫିଲ୍ମର ସୁଟିଂ ଡିସେମ୍ବର ୨୦୨୧ରେ ଆରମ୍ଭ ହେବ ଆଉ ଫିଲ୍ମ ୩୦ ସେପ୍ଟେମ୍ବର ୨୦୨୨କୁ ରିଲିଜ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *