ହାଇଦ୍ରାବାଦର ଇଂଫ୍ରାଷ୍ଟ୍ରକ୍ଚର କମ୍ପାନୀ ଆଇଜେଏମ ଇଣ୍ଡିଆ ଶନିବାରକୁ କହିଲା କି କମ୍ପାନୀ ୨୫.୫୪ ଲେନ କିମିର ସଡକ ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ପୁରା କରିଛି। ୨୫.୫୪ କିମି ସଡକ ବାସ୍ତବରେ ୧୨.୭୭ କିମି ହେଇଥାଏ। ସଡକ ନିର୍ମାଣର ଏହି କାମ ନେସ୍ନାଲ ହାଇ ୱେ ୧୩ ରେ ସୋଲାପୁର, ବିଜାପୁର ସେକ୍ସନରେ ହେଇଚି ଯାହା କି ଲେନର ରାଜମାର୍ଗ ଅଟେ। ଆଇଜେଏମ ଇଣ୍ଡିଆ ମ୍ୟାଲେସିଆର ଆଇଜେମ କଂସ୍ତ୍ରକ୍ସନ କମ୍ପାନୀର ସବ୍ସିଡି କମ୍ପାନୀ ଅଟେ। ପ୍ରାୟ ୧୮ ଘଣ୍ଟାରେ ୧୨କିମିରୁ ଅଧିକ ଲମ୍ବା ସଡକ ନିର୍ମାଣ କରିବା ପରେ କମ୍ପାନୀର କହିବା କଥା କି ତାଙ୍କର ଏହି କାମ ଲିଂକା ବୁକ ଅଫ ରେକର୍ଡ୍ସ ରେ ସାମିଲ ହେଇଯିବ। କମ୍ପାନୀର କହିବା କଥା କି ଦେଶରେ ରାଷ୍ଟ୍ରୀୟ ରାଜମାର୍ଗ ନିର୍ମାଣରେ ଏହା ତାଙ୍କର ଉପଲବ୍ଧି ଅଟେ।

ଆଇଜେଏମ କମ୍ପାନୀର ଏହି କାମ ପରେ ତାଙ୍କୁ ପରିବହନ ମନ୍ତ୍ରୀ ନିତିନ ଗଡକାରୀ ବି ପ୍ରଶଂସା କରିଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀ ଟ୍ୱିଟ କରି କହିଲେ, ” ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକାରଣ ଏବେ ଏବେ ହି ଏକ ଲେନର ୨୫.୫୪ କିମିର ସଡକ ସୋଲାପୁର-ବିଜାପୁର ରାଜମାର୍ଗରେ ୧୮ ଘଣ୍ଟା ଭିତରେ ପୁରା କରିଛି। ରହି କାମ ପରେ ତାଙ୍କୁ ଲିଂକା ବୁକ ଅଫ ରେକର୍ଡ୍ସରେ ସାମିଲ କରାଯିବ। ଏହି କାମ ପାଇଁ କମ୍ପାନୀ ନିଜର ୫୦୦ ଜଣ କର୍ମୀ ଙ୍କୁ କାମରେ ଲଗାଇଥିଲା। ମୁଁ ସେହି କର୍ମୀ ମାନଙ୍କ ସହିତ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକାରଣ ତଥା ପରିଯୋଜଣାର ନିର୍ଦ୍ଧେଶକ , ଅଧିକାରୀ ତଥା ଠେକାଦାରଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି।”
ଆଇଜେଏମ ଆଇ ର ପ୍ରୋଜେକ୍ଟ ଲିଡର ଏମ ଭେଙ୍କଟେଶ୍ୱର ରାଓ କହିଲେ କି ଏତେ କମ ସମୟ ଭିତରେ ଏତେ ବଡ ରାସ୍ତା ନିର୍ମାଣ କରିବା ଉଭୟ ଲଜିଷ୍ଟ୍ରିକାଲ ତଥା ଟେକନିକାଲ ଚ୍ୟାଲେଞ୍ଜ ଥିଲା। ମାତ୍ର ଏହି ଚ୍ୟାଲେଞ୍ଜକୁ ଭଲ ଭାବେ ହରେଇ ହରେଇ ଆମେ ନିର୍ମାଣରେ ସଫଳ ହେଲୁ। ସେ କହିଲେ କି ସମସ୍ତ ବାହାନ ଙ୍କୁ ୧୮ ଘଣ୍ଟା ଭିତରେ ଗୋଟେ ଜାଗାରେ ଏକାଠି କରିବା ପାଇଁ ଗୋଟେ ଆଡୁ ୧୮୭୦୧ କିମିର ଯାତ୍ରା କରାଗଲା ଯାହା କି ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା।

ସେ କହିଲେ କି ୧୮୭୦୧ କିମି ଦୂରତା ଗୋଟେ ଆଡୁ ୫ ଥର ଲଦାଖରୁ କନ୍ୟାକୁମାରି ଯିବା ସହ ସମାନ ଅଟେ। ନ୍ୟାସନାଲ ହାଇବେ ୧୩ରେ ସୋଲାପୁର ବିଜାପୁର ସେକ୍ସନ ର ୧୧୦ କିମି ରାସ୍ତାରେ କମ୍ପାନୀ ୨୫.୫୪ ଲେନ କିମି ଦୂରତା ଠିବା ରାସ୍ତାକୁ ୧୮ ଘଣ୍ଟା ଭିତରେ ପୁରା କଲା। ଯାହା ୧୨.୭୭ କିମି ଦୁଇ ଲେନ ଅଟେ।
ଭାରତ ସରକାର ସଡକ ଦୂରତା ମାପିବା ପାଇଁ ୨୦୧୮ରେ ଲେନ କିମି ମାପ ଆପଣେଇ ଥିଲା। ପୁରାତନ ମାପ ଅନୁସାରେ ସଡକ ଦୁଇ ଲେନକୁ ମପା ଯାଉଥିଲା ଏକାଥରେ ମାତ୍ର ନୂତନ ନିୟମ ଅନୁସାରେ ଏବେ ଦୁଇଟି ଲେନର ଦୂରତା ଗୋଟେ ଗୋଟେ କରି ମପା ଯାଉଛି।

ମହାରାଷ୍ଟ୍ରର ସୋଲାପୁର ବିଜାପୁର ରୋଡ଼ ସେକ୍ସନ ର ୧୧୦ କିମି ରୋଡ଼ ଏବେ କାମ ଚାଲୁଅଛି ଯାହା କି ଅକ୍ଟୋବର ୨୦୨୧ କୁ ପୁରାହେଇଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।