ଉପଯୁକ୍ତ ପରିମାଣର ନିଦ ଆମ ଶରୀର ପାଇଁ ବହୁତ ଲାଭଦାୟକ ହେଇଥାଏ। ଏଥିପାଇଁ କୁହାଯାଏ କି ଆମ ଶରୀର ପାଇଁ ଗୋଟେ ଦିନରେ ୮ ଘଣ୍ଟାର ନିଦ ବହୁତ ଆବଶ୍ୟକ ହେଇ ଥାଏ। ମାତ୍ର ଆପଣ ବୋଧେ ଜାଣି ନଥିବେ କି ନିଦ ସହ ଯୋଡ଼ା କିଛି ଏପରି ରୋଗ ଅଛି ଯାହା ବାବଦରେ ଦୁନିଆର ଅଧିକାଂଶ ଲୋକ ଅଜଣା ଅଛନ୍ତି। ଏହିପରି ଏକ ରୋଗ ହେଉଛି ହାଇପରଷୋମନିଆ ଯାହାକୁ ଅତି ନିଦ୍ରା ବି କୁହାଯାଏ। ଏହା ନିଦ ସହ ଯୋଡ଼ା ଏକ ବେମାରି ଅଟେ ଯାହା କାରଣରୁ ବ୍ୟକ୍ତି ଦିନରେ ଅଧିକାଂଶ ସମୟ ଶୋଇ ହିଁ ରହିଥାଏ। ବ୍ୟକ୍ତିକୁ ଅଧିକାଂଶ ସମୟ ନିଦ ଆସେ ଯେତେବେଳେ କି ବ୍ୟକ୍ତି ୮ ଘଣ୍ଟା ସୋଇ ସାରିଥାଏ। ତ ଆସନ୍ତୁ ଜାଣିବା ଏହି ଅତିନିଦ୍ରାର କାରଣ ବାବଦରେ।

ହାଇପରଶୋମିନିଆର କାରଣ:ସ୍ୱାସ୍ଥ୍ୟ ସମ୍ବନ୍ଧୀ ଖବର ପ୍ରଦାନ କରୁଥିବା ୱେବସାଇଟ ୱେବଏ ମଣ୍ଡି ମୁତାବିକ ହାଇପରଶୋମିନିଆର କାରଣ ଏହା ହେଇ ପାରେ।
୧: ନିଦ ସମ୍ବନ୍ଧୀ ବେକାର ନାରକୋଲେପ୍ସି ଆଉ ସ୍ଲିପଏପ୍ନିଆ ର କାରଣ ଅଟେ।
୨:ରାତିକୁ ଉଚିତ ପରିମାଣର ନିଦ ନ ନେବା କାରଣରୁ।
୩: ଓଜନ ଅଧିକ ହେବା କାରଣରୁ।
୪:ନିଶା ଦ୍ରବ୍ୟ ଅଧିକ ସେବନ କରିବାରୁ।
୫:ମୁଣ୍ଡ ଉପରେ ଅଧିକ ଆଘାତ ଲାଗିଥିବାରୁ ଅଥବା ପାର୍କିଂସନ ରୋଗ ପରି ନ୍ୟୁରୋଲୋଜିକାଲ ରୋଗ କାରଣରୁ।
୬:ଟେନ୍ସନ ପାଇଁ।

ହାଇପରଶୋମିନିଆର ଲକ୍ଷଣ:ମେଡ଼ିକାଲ ନ୍ୟୁଜ ଟୁଡେର ଏକ ରିପୋର୍ଟ ଅନୁସାରେ ହାଇପରଶୋମିନିଆର ପ୍ରାରମ୍ଭିକ ଲକ୍ଷଣ ଅତ୍ୟଧିକ ନିଦ ଆସିବା ଅଟେ। ମାତ୍ର ଏହାର ଆହୁରି ଅନେକ ଲକ୍ଷଣ ବି ଅଛି ଯାହା କି ଆମକୁ ଅଜଣା ଅଟେ।
୧:ଦିନରେ ଅନେକ ଥର ଶୋଇଯିବା।
୨: ୯ ଘଣ୍ଟାରୁ ବି ଅଧିକ ସମୟ ଶୋଇବା ତଥାପି ଆରାମ ଅନୁଭବ ନ କରିବା।
୩: ନିଦରୁ ଉଠିବାରେ କାଠିନ୍ୟ ହେବା।
୪:ନିଦରୁ ଉଠିବାର ଚେଷ୍ଟା କରୁଥିବା ସମୟରେ ଭ୍ରମିତ ଅନୁଭବ କରିବା।

ଆପଣଙ୍କର ଶୋଇବାର ଆଦତ ଆପଣଙ୍କୁ ଏହି ରୋଗରୁ ଚକିତ୍ସା ଦେଇ ପାରେ:ବ୍ରିଟେନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ମୁତାବିକ ଆପଣଙ୍କର ଶୋଇବାର ଆଦତ ଆପଣଙ୍କୁ ଏହି ରୋଗରୁ ମୁକ୍ତ ତ କରିପାରେନା ମାତ୍ର ଏହା ଆପଣଙ୍କୁ ଆରାମ ଅନୁଭବ କରେଇ ପାରିବ। ଏହା ପାଇଁ ଏହି କାମ କରିବା ଜରୁରୀ ଅଟେ।
୧:ସବୁ ରାତି ଗୋଟେ ହିଁ ସମୟରେ ବିଛଣାକୁ ଯାଆନ୍ତୁ।
୨:ମଦ୍ୟପ ତଥା ଡ୍ରଗ୍ସ ଇତ୍ୟାଦି ପାଖକୁ ଯାଆନ୍ତୁ ନାହିଁ।
୩:ଶାନ୍ତି ନିଦର ବାତାବରଣ ବନାନ୍ତୁ।
୪:ଯଦି ହୋଇପାରୁଛି ତେବେ ଔଷଧ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ।
୫:ଡେରି ରାତି ଯାଏ କାମ କରନ୍ତୁ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।