ଆନ୍ତର୍ଜାତିକ କ୍ରିକେଟ ସମିତି (ଆଇସିସି) ର ନୂଆ ଚେୟାରମ୍ୟାନ ଜୋନ ବାରକ୍ଲେ ସୋମବାର ଦିନ କହିଲେ ଆଇସିସି ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନକୁ ଏକା ସହିତ ଦ୍ଵି-ପାକ୍ଷିକ ସିରିଜ ଖେଳିବା ପାଇଁ ଦେଖିବାକୁ ଚାହୁଁଛି। ସେ ଏହା ବି କହିଲେ ଯେ ତାଙ୍କ ପାଖେ କୌଣସି ସୁନିଶ୍ଚିତ କରିବା ଭଳି ଖବର ନାହିଁ ଯେ ବାସ୍ତବରେ ଏହା ଅଟେ।

ରାଜନୈତିକ ଏବଂ କୂଟନୀତିକ କାରଣ ଯୋଗୁଁ କିଛି ବର୍ଷ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ଵି-ପାକ୍ଷିକ ସିରିଜ ହୁଏନି। ୨୦୦୭ ମସିହାରେ ପାକିସ୍ତାନ ଶେଷ ଥର ପାଇଁ ୩ଟି ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଆସିଥିଲା। ହେଲେ ଭାରତ ୧୪ ବର୍ଷ ପୂର୍ବରୁ ପାକିସ୍ତାନ ଖେଳିବା ପାଇଁ ଯାଇଥିଲା।
ଏହା ପରେ ପାକିସ୍ତାନ ଦଳ ଦିନିକିଆ ଏବଂ ଟି-୨୦ ପାଇଁ ୨୦୧୨ ରେ ଶେଷ ଥର ପାଇଁ ଭାରତ ଆସିଥିଲା। ଏହା ଛଡା ୨୦୧୬ ରେ ଭାରତରେ ହୋଇଥିବା ଟି-୨୦ ବିଶ୍ୱକପରେ ଭାଗ ନେବା ପାଇଁ ଭାରତ ଆସିଥିଲା।
ବାରକ୍ଲେ ମିଡିଆକୁ କହିଲେ, ” ମୁଁ ଭାରତ ଏବଂ ପାକିସ୍ତାନ ଦ୍ବି ପାକ୍ଷିକ ସିରିଜରେ ଅଧିକା କିଛି ପସନ୍ଦ କରିବିନି ସେ ପୂର୍ବ ପରି କ୍ରିକେଟ ସମ୍ବନ୍ଧକୁ ଜାରି ରଖିବାରେ ସକ୍ଷମ ହେବେ। ମୁଁ ଏହା ମଧ୍ୟ ବୁଝୁଛି ଦ୍ଵି ପାକ୍ଷିକ ସିରିଜ ଖେଳିବାରେ ରାଜନୈତିକ ପ୍ରସଙ୍ଗ ଅଛି,ଯାହା ମୋର ଅଧିକାର ବାହାରେ ଅଟେ”।

ସେ କହିଲେ, ” ମୋତେ ଲାଗୁଛି ଆମେ ସମସ୍ତେ ଆଇସିସି କୁ ସାହାଯ୍ୟ କରିବା ଜାରି ରଖି ପାରିବା ଏବଂ ଏହା ସହିତ ଆମେ କୌଣସି ପ୍ରକାର ସହାୟତା କରିବା ଦରକାର ଯାହାର ପରିଣାମ ଭାରତ ଏବଂ ପାକିସ୍ତାନକୁ ଏମିତି ସ୍ଥିତିକୁ ଆଣିପାରିବା ଯାହା ଫଳରେ ସେମାନେ ଜଣେ ଅନ୍ୟ ଜଣଙ୍କ ସହ ନିଜ ଦେଶରେ କ୍ରିକେଟ ଖେଳିପାରିବେ।
ଏହା ପରେ ନୂଆ ଚେୟାରମ୍ୟାନ କହିଲେ ଯେ,” ଏହା ଛଡା ,ମୋତେ ଲାଗୁଛି ମୋ ପାଖରେ ଏକ ସନ୍ଦେଶ ଅଛି, ଯାହାର ଅଧିକ ପରିଣାମ ପ୍ରଭାବିତ କରିବାର କ୍ଷମତା ଅଛି। ଏହା ପ୍ରକୃତରେ ଏକ ସ୍ତରରେ କରାଯାଉଛି,ଯେଉଁଠି ଆମେ କାର୍ଯ୍ୟରତ”। ବାରକ୍ଲେ କହିଲେ ଯଦି ଭାରତ ଏବଂ ପାକିସ୍ତାନର ସରକାର ଶେଷ ପରିଣାମରେ ପହଁଚିବେ ତେବେ ଆଇସିସି ଏଠାରେ ସୂତ୍ର ଧାରର ଭୂମିକା ଗ୍ରହଣ କରିବେ।
ସେ କହିଲେ,”ଆଶ୍ୱାସନା ଛଡା କ୍ରିକେଟ ଦୃଷ୍ଟିରୁ ନିୟମିତ ରୂପରେ ଏମାନଙ୍କ ମଧ୍ୟରେ କ୍ରିକେଟ ଖେଳିବା ସେ ପସନ୍ଦ କରିବେ। ଆଇସିସି ଏହା କରିବାରେ ସାହାଯ୍ୟ କରିବ।

ପାକିସ୍ତାନକୁ ଆଗ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏବଂ ୨୦୨୩ ରେ ହେବାକୁ ଥିବା ୫୦ ଓଭର କ୍ରିକେଟ ବିଶ୍ୱକପ ପାଇଁ ଭାରତ ଆସିବାକୁ ହେବ। ତେବେ ପୁଣି ଥରେ ପାକିସ୍ତାନ ଭାରତ ମାମଲା ଆସିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।