ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ ଭାରତ ବିପକ୍ଷ ସିଡ୍ନୀ ଟେଷ୍ଟ ମ୍ୟାଚର ତୃତୀୟ ଦିନର ତୃତୀୟ ସେସନରେ ଅମ୍ପାୟାରଙ୍କର ନିଷ୍ପତ୍ତିରେ ରାଗ ସ୍ଵଭାବ ଦେଖେଇ ଥିବାରୁ ତାଙ୍କର ଏହି ବ୍ୟବହାର ପାଇଁ ତାଙ୍କର ମ୍ୟାଚ ଦରମାର ୧୫% କଟା ଯାଇଛି। ପେନଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ର ଆଚାର ସଂହିତାର ଖେଳାଲୀ ତଥା ଖେଳାଳି ଙ୍କର କୋଚ ସହ ଯୋଡ଼ା ଅନୁଛେଦ ୨.୮ କୁ ଉଲ୍ଲଂଘନ ପାଇଁ ଦୋଷୀ ମନାଯାଇଛି।
ଆଇସିସି ଏହା ବ୍ୟତୀତ ନିଜର ଏକ ଇଣ୍ଟରଭିଉରେ ରବିବାର ଦିନ କହିଲା ” ଏହା ସହ ପେନଙ୍କର ଅନୁଶାସନାତ୍ମକ ଜୀବନରେ ଏକ ରେଡ଼ ସିଗ୍ନାଲ ଦିଆଯାଇଛି। ପଛ ୨୪ ମାସ ଭିତରେ ଏହା ପେନଙ୍କର ପ୍ରଥମ ଭୁଲ ଅଟେ। ଏହା ଭାରତ ବିପକ୍ଷରେ ୫୬ ଓଭରରେ ହେଲା ଯେବେ ଚେତେଶ୍ୱର ପୂଜାରାଙ୍କର ନିଷ୍ପତ୍ତି ଉପରେ ପେନ ତୃତୀୟ ଅମ୍ପାୟାର ଙ୍କର ନିଷ୍ପତ୍ତିକୁ ଖାରଜ କଲେ। ତା ଉପରେ ପ୍ରଶ୍ନ ଉଠେଇଲେ। ପେନ ନିଜର ଜୋରିମାନା ସ୍ୱୀକାର କରି ନେଇଛନ୍ତି ଆଉ ଏହା ବିପକ୍ଷରେ କିଛି ଔପଚାରିକ ଆଲୋଚନା ହେବ ନାହିଁ।
ପେନ ହୃଦୟ ଜିତିଲେ:
ଆପଣଙ୍କୁ କହି ରଖୁଛୁ କି ଭାରତ ବିପକ୍ଷ ସେହି ମ୍ୟାଚ ଭିତରେ ଭାରତୀୟ ବୋଲର ମହମ୍ମଦ ସିରାଜ ବିପକ୍ଷରେ କିଛି ଜନତା ତଥା ଦର୍ଶକ ଜାତିଗତ ତଥା ବର୍ଣଗତ ଟିପ୍ପଣୀ ଦେଲେ। ଏହାଦ୍ୱାରା କିଛି ଦର୍ଶକଙ୍କ ବିପକ୍ଷରେ ଆକ୍ସନ ନିଆ ଗଲା ଆଉ ତାଙ୍କୁ ବାହାର କରାଗଲା। ଏହା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ କ୍ଷମା ମାଗିଲା ଆଉ ଟିମ ପେନ ବି ନିଜର ବ୍ୟକ୍ତିଗତ ଇଣ୍ଟରଭିଉରେ ଏହି କାର୍ଯ୍ୟକଳାପ ପାଇଁ ଦୁଃଖ ପ୍ରକାଶ କଲେ ଆଉ ଖେଳାଳି ମାନଙ୍କ ଭିତରେ ପହଂଚିକି ତାଙ୍କୁ ସାବାସୀ ଦେଲେ।
ଅଷ୍ଟ୍ରେଲିଆର କୋଚ ଜଷ୍ଟିଂ ଲାଙ୍ଗର କହିଲେ କି ” ଏହା ବହୁତ ଭଲ ବ୍ୟବହାର ଥିଲା। ଆଜି ଟିମ ଭାରତୀୟ ମାନଙ୍କ ପାଖରେ ପହଁଚିଲା ଯେତେବେଳେ କି ଏହି ଘଟଣା ଘଟିଲା। ଏହା ବହୁତ ଭଲ ବ୍ୟବହାର ଥିଲା ଆଉ କ୍ରିକେଟ ସର୍ବଦା ଏହି ପରି ପ୍ରତିସ୍ପର୍ଦ୍ଧ ସହ ଖେଳାଯିବା ଉଚିତ। ଦୁଇଟି ଟିମର ପ୍ଲେୟର ମାନଙ୍କ ଭିତରେ ବହୁତ ଭଲ ଭାବନା ଅଛି ଯାହା କି ବହୁତ ଭଲ ଅଟେ। ଆଶା କରୁଛୁ କି ଏହି ଭାବନା ଆଗକୁ ରହିବ”। ଯେତେବେଳେ ଏହି ଘଟଣା ଘଟିଲା ପେନ ବ୍ୟାଟିଂ କରୁଥିଲେ।
ଅଷ୍ଟ୍ରେଲିଆର ପୁର୍ଣ ଓପନିଙ୍ଗ ବ୍ୟାଟ୍ସମ୍ୟାନ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କଲେ ଆଉ କହିଲେ କି ଏହି ପ୍ରକାର ଘଟଣା ଟିମ ଭିତରେ ଯେଉଁ ସଚୋଟ ଖେଳର ମାହୋଲକୁ ବିଗାଡି ପାରେ। ଏହା ସେହି ଶୃଙ୍ଖଳାର ଛବି ବିଗାଡି ପାରେ। ଆହୁରି ସେ କହିଲେ କି “ଏହି ସୀମିତ ଓଭର ସିରିଜ ଆରମ୍ଭ ହେବା ଆଗରୁ ବି ଆମେ କହିଥିଲୁ କି ଏହି ସିରିଜ ବହୁତ ଶୃଙ୍ଖଳିତ ଢଙ୍ଗରେ ଖେଳାଯିବ ଆଉ ତାହା ଆମେ ଏଯାଏ ରଖି ଆସୁଛୁ। ଆଗକୁ ଆଶା ଅଛି କି ଏହି ପ୍ରକାର କାର୍ଯ୍ୟ କଳାପ ଉପରେ ଆମେ ନଜର ରଖିବୁ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।