ଆଇସିସି ନିଜର ଦଶକର ଟି ଟ୍ୱେଣ୍ଟି ଟିମରେ ଧୋନୀଙ୍କୁ ଅଧିନାୟକ ଭାବେ ବାଛିଛି। ଆଉ ସେହି ସମୟରେ ଆଇସିସି ର ଟି ଟ୍ୱେଣ୍ଟି ଟିମରେ ପ୍ରାୟ ୪ ଜଣ ଭାରତୀୟ ଆଉ ଏକ ଦିବସିୟ ଟିମରେ ପ୍ରାୟ ୩ଜଣ ଭାରତୀୟ ଅଛନ୍ତି। ଧୋନୀଙ୍କୁ ଛାଡି ରୋହିତ, ବିରାଟ କୋହଲି ତଥା ଯଶପ୍ରୀତ ବୁମରାହ ବି ଟିମ ମାନଙ୍କରେ ଅଛନ୍ତି।

ଆଉ ଠିକ ଏହି ସମୟରେ ଧୋନୀଙ୍କ ଛଡା ଆଇସିସି ର ଏକ ଦୀବସିୟ ଟିମରେ ବିରାଟ କୋହଲି ତଥା ରୋହିତ ଶର୍ମା ବି ଅଛନ୍ତି। ରବିବାର ଦିନ ଆଇସିସି ନିଜର ଆୱାର୍ଡ ଘୋଷଣା କରିଛି ଆଉ ଏହି ଆୱାର୍ଡରେ ବିରାଟ କୋହଲିଙ୍କୁ ଆଇସିସି ନିଜର ଟେଷ୍ଟ ଟିମର ଅଧିନାୟକ ଘୋଷଣା କରିଛନ୍ତି।
ଆଇସିସି ର ଟି-୨୦ ଟିମରେ ୬ଜଣ ବିସ୍ଫୋଟକ ବ୍ୟାଟ୍ସମ୍ୟାନ:
ଆଇସିସି ନିଜର ଟି ଟ୍ୱେଣ୍ଟି ଦଶକ ଟିମ ଘୋଷଣା କରିଛି ଆଉ ସେଥିରେ ପ୍ରାୟ ୬ଜଣ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ବିରାଟ କୋହଲି, ଏବି ଦି ଭିଲିଏର୍ସ , ଏରୋନ ଫିଞ୍ଚ, କ୍ରୀସ ଗେଲ ତଥା ଗ୍ଲେନ ମ୍ୟାକ୍ସୱେଲଙ୍କୁ ଅନ୍ତର୍ଭୁକ୍ତ କରିଛି। ଧୋନୀଙ୍କୁ ଏହି ଟିମର ଅଧିନାୟକ କରା ଯାଇଛି ଆଉ ତାଙ୍କୁ ୱିକେଟ କିପିଙ୍ଗ ବି ଦାୟିତ୍ତ୍ୱ ଜ୍ଞାପନ କରାଯାଇଛି।

କାଇରନ ପୋଲର୍ଡ, ଯଶପ୍ରୀତ ବୁମରାହ, ରସିଦ ଖାନ , ଲାସୀଥ ମଳିଙ୍ଗା ବି ଟିମର ଏକ ବହୁତ ବଡ଼ ଭାଗ ଅଟନ୍ତି। ଆଇସିସିର ଏକ ଦିବସିୟ ଟିମରେ ଭାରତରୁ ୩ଜଣ ଆଉ ଅଷ୍ଟ୍ରେଲିଆ ତଥା ଦକ୍ଷିଣ ଆଫ୍ରିକାରୁ ଦୁଇ ଦୁଇ ଜଣ ଲେଖାଏଁ ଖେଳାଳି ଅଛନ୍ତି। ବାଂଲାଦେଶ, ନିଉଜିଲାଣ୍ଡ, ଇଂଲଣ୍ଡ ଆଉ ଶ୍ରୀଲଙ୍କାରୁ ଗୋଟେ ଗୋଟେ ଲେଖାଏଁ ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି।
ଆଇସିସି ପୁରୁଷ ଏକ ଦିବସିୟ ଟିମ:
ରୋହିତ ଶର୍ମା, ଡେଭିଡ ୱାରର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିଏର୍ସ, ଶାକିବ ଅଲ ହସନ, ଏମ ଏସ ଧୋନୀ, ବେନ ଷ୍ଟୋକସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲଟ, ଇମରାନ ତାହୀର ଓ ଲାସୀଥ ମାଲିଙ୍ଗା।

ଆଇସିସି ପୁରୁଷ ଟି ଟ୍ୱେଣ୍ଟି ଟିମ:
ରୋହିତ ଶର୍ମା, କ୍ରୀସ ଗେଲ, ଏରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିଏର୍ସ, ଗ୍ଲେନ ମ୍ୟାକ୍ସୱେଲ, ଏମ ଏସ ଧୋନୀ, କାଇରନ ପୋଲର୍ଡ, ରସିଦ ଖାନ, ଯଶପ୍ରୀତ ବୁମରାହ ଏବଂ ଲାସିଥ ମାଲିଙ୍ଗା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟ ରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବର ଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣ ଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହା ଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।