ICC ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟଙ୍କ ଜଲୱା! ପାକିସ୍ତାନ କ୍ୟାପଟେନ ବାବର ଆଜମଙ୍କୁ ଟପି କଲେ କୀର୍ତ୍ତିମାନ, ଦେଖନ୍ତୁ ଲିଷ୍ଟ

ବ୍ୟୁରୋ ରିପୋର୍ଟ: ସୂର୍ଯ୍ୟ କୁମାର ଯାଦବ ବର୍ତ୍ତମାନ ଟି-୨୦ରେ ଜବରଦସ୍ତ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ। ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ଟି-୨୦ରେ ସେ ୪୬ ରନର ଦମଦାର ପାରି ଖେଳିଥିଲେ। ଏହା ସହିତ ସେ ଆଇସିସି ଟି-୨୦ ରାଙ୍କିଙ୍ଗରେ ଟପ-୩ରେ ପହଁଚିଯାଇଛନ୍ତି।

ସେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଦେଇଛନ୍ତି। ପ୍ରଥମ ସ୍ଥାନରେ ପାକିସ୍ତାନର ରିଜୱାନ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ମାର୍କରମ ଅଛନ୍ତି। ବୋଲିଙ୍ଗରେ ଆଫଗାନିସ୍ତାନର ରାଶିଦ ଖାନ ଗୋଟେ ସ୍ଥାନ ଉପରକୁ ଆସି ଚତ୍ରୁର୍ଥ ନମ୍ବରରେ ପହଁଚିଯାଇଛନ୍ତି।

ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ଟି-୨୦ରେ ସୂର୍ଯ୍ୟ କୁମାର ଯାଦବ ୨୫ ବଲରେ ୪୬ ରନ କରିଥିଲେ। ଏଥିରେ ୨ ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ସୂର୍ଯ୍ୟ କୁମାରଙ୍କର ୭୮୦ ଅଙ୍କ ରହିଛି,ସେହିପରି ନମ୍ବର-୧ ରେ ଥିବା ରିଜୱାନଙ୍କର ୮୨୫ ଅଙ୍କ ରହିଛି। ରିଜୱାନ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-୨୦ରେ ୬୮ ରନ କରିଥିଲେ। ବାବର ସେହି ମ୍ୟାଚରେ ୩୧ ରନ କରିଥିଲେ ଓ ତାଙ୍କର ୭୭୧ ଅଙ୍କ ଅଛି।

ଦ୍ୱିତୀୟ ନମ୍ବରରେ ଥିବା ମାର୍କରମଙ୍କର ୭୯୨ ଅଙ୍କ ଅଛି। ସୂର୍ଯ୍ୟ କୁମାର ଯାଦବ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭଲ ପ୍ରଦର୍ଶନ କରି ରିଜୱାନଙ୍କ ପାଖାପାଖି ପହଁଚିବା ପାଇଁ ଚାହିପାରନ୍ତି।

ଅନ୍ୟ କୌଣସି ଭାରତୀୟ ନାହଁନ୍ତି:

ଟପ-୧୦ ବ୍ୟାଟ୍ସମ୍ୟାନଙ୍କ କଥା କହିବା ତ ଅନ୍ୟ କୌଣସି ଭାରତୀୟ ଜାଗା ପାଇନାହାଁନ୍ତି। ଇଂଲଣ୍ଡର ଡେଭିଡ ମଲାନ ୫ ନମ୍ବର,ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ୬ ନମ୍ବର,ନ୍ୟୁଜିଲାଣ୍ଡର ଡେଭନ କନୱେ ୭ ନମ୍ବର,ଶ୍ରୀଲଙ୍କାର ନିଶଙ୍କା ୮ ନମ୍ବର,ୟୁଏଇର ମହମ୍ମଦ ୱାସିମ ୯ ନମ୍ବର ଓ ଦକ୍ଷିଣ ଆଫ୍ରିକାର ରିଜା ହେଣ୍ଡରିଗସ ୧୦ ନମ୍ବରରେ ଅଛନ୍ତି।

ରୋହିତ ୧୪ ଓ କୋହଲି ୧୬ ନମ୍ବରରେ ଅଛନ୍ତି। କୋହଲି ଗୋଟେ କ୍ରମ ତଳକୁ ଖସିଛନ୍ତି। ରାହୁଲ ୫ ସ୍ଥାନ ଉପରକୁ ଆସି ୧୮ ନମ୍ବରରେ ଅଛନ୍ତି।

ବୋଲିଙ୍ଗରେ ଭୁବନେଶ୍ୱର କୁମାରଙ୍କୁ ୨ ସ୍ଥାନ ଝଟକା ଲାଗିଛି ଓ ସେ ୭ ରୁ ୯ ନମ୍ବରକୁ ଖସିଛନ୍ତି। ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ଟି-୨୦ ରେ ୪ ଓଭରରେ ୫୨ ରନ ଦେଇ କୌଣସି ୱିକେଟ ନେଇନଥିଲେ। ଜୋସ ହେଜଲଉଡ ପ୍ରଥମ, ତବରେଜ ସାମସି ଦ୍ୱିତୀୟ, ଆଦିଲ ରାଶିଦ ତୃତୀୟରେ ଅଛନ୍ତି। ଅଷ୍ଟ୍ରେଲିଆର ଜାମ୍ପା ଚତ୍ରୁର୍ଥରୁ ପଞ୍ଚମକୁ ଆସିଯାଇଛନ୍ତି। ଅନ୍ୟ କୌଣସି ଭାରତୀୟ ବୋଲର ଟପ-୨୦ ରେ ନାହଁନ୍ତି।

Leave a Reply

Your email address will not be published.