ଏହି ପୂର୍ବ ଖେଳାଳିଙ୍କ ବଡ଼ ବୟାନ! ବୁମରାଙ୍କ ବିନା ବି ଭାରତ ଜିତିବ ଟି-୨୦ ବିଶ୍ୱକପ! ପଢନ୍ତୁ ପୁରା ଖବର

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଭାରତୀୟ ଦଳକୁ ବହୁତ ବଡ଼ ଝଟକା ଲାଗିଛି। ଯଶପ୍ରୀତ ବୁମରା ଭାରତୀୟ ଦଳରୁ ଇଂଜୁରୀ କାରଣରୁ ବାହାର ହୋଇ ଯାଇଛନ୍ତି। ଏହାକୁ ନେଇ କ୍ରିକେଟପ୍ରେମୀ ଏବଂ କ୍ରିକେଟରମାନେ ଅତି ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ବିନା ଦଳ ଦୁର୍ବଳ ହୋଇ ପଡିବ ବୋଲି ସମସ୍ତେ ଅନୁମାନ ମଧ୍ୟ କରିଛନ୍ତି। ଯଶପ୍ରୀତ ବୁମରାଙ୍କୁ ନେଇ ପୂର୍ବତନ କ୍ରିକେଟର ଅଜୟ ଜାଡେଜା ଏକ ବଡ଼ ବୟାନ ଦେଇଛନ୍ତି।

ଭାରତର ପୂର୍ବତନ କ୍ରିକେଟର ଅଜୟ ଜାଡେଜା କହିଛନ୍ତି ଯେ, ବୁମରାଙ୍କ ବିନା ଦଳ ଦୁର୍ବଳ ହେବ ନାହିଁ। ଭାରତୀୟ ଦଳର ପୂର୍ଵ ଭଳି ବିଶ୍ୱକପ ଜିତିବାର କ୍ଷମତା ମଧ୍ୟ ରହିଛି। ସେ ଉଦାହରଣ ଦେଇ ୧୯୯୨ ମସିହାର ପାକିସ୍ତାନ ଦଳ କଥା କହିଛନ୍ତି। ଜ଼ଏ କହିଛନ୍ତି ଯେ, ଯେଉଁ ଭଳି ୱାକର ୟୁନିସଙ୍କ ବିନା ପାକିସ୍ତାନ ଦଳ ୧୯୯୨ ବିଶ୍ୱକପ ଜିତି ଥିଲା, ସେହିଭଳି ଭାରତୀୟ ଦଳ ମଧ୍ୟ ବିଶ୍ୱକପ ଜିତି ପରିବ।

ଅଜୟ ଜାଡେଜା କହିଛନ୍ତି ଯେ, ଭାରତୀୟ ଦଳ ବୁମରାଙ୍କ ବିନା ମ୍ୟାଚ ଜିତି ପାରିବ। ଏଥିପାଇଁ ବେଶୀ ଚିନ୍ତା କରିବା ଦରକାର ନାହିଁ। ବୁମରା ସ୍ପେଶାଲ ଖେଳାଳି ହୋଇଥିଲେ ମଧ୍ୟ ସେ ଚଳିତ ବର୍ଷ ଭାରତ ପକ୍ଷରୁ ବହୁତ କମ ମ୍ୟାଚ ଖେଳିଛନ୍ତି। କିନ୍ତୁ ତାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ଅନେକ ମ୍ୟାଚ ମଧ୍ୟ ଜିତିଛି।

ସୂଚନାଯୋଗ୍ୟ ଯେ, ଭାରତର ବୋଲର ଯଶପ୍ରୀତ ବୁମରା ବିଶ୍ୱକପରୁ ବାହାର ହୋଇ ଯାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ତାଙ୍କ ସ୍ଥାନରେ ବର୍ତ୍ତମାନ ଖେଳାଳି ମହମ୍ମଦ ସାମୀଙ୍କୁ ଦଳରେ ସାମିଲ କରା ଯିବାର ନିଷ୍ପତ୍ତି ନିଆଯାଇପାରେ। ତେବେ ମହମ୍ମଦ ସାମୀ ପୂର୍ବ ବର୍ଷ ବିଶ୍ୱକପ ପର ଠାରୁ ଗୋଟିଏ ମଧ୍ୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳି ନାହାନ୍ତି ତେବେ ତାଙ୍କ ଫର୍ମ ନେଇ ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *