ବ୍ୟୁରୋ ରିପୋର୍ଟ: ଏହି ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଖିରେ ରଖି ଟିମ ଇଣ୍ଡିଆ ଆଗାମୀ ମାସରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଟି-୨୦ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା ଗୁରୁବାରକୁ ହେବ। ସାମ୍ନାକୁ ଆସିଥିବା ସୂଚନା ଅନୁସାରେ ଆର ଅଶ୍ୱିନୀ ଟି-୨୦ ସିରିଜ ଦ୍ଵାରା ଦଳକୁ ଫେରିପାରନ୍ତି।

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜକୁ ନେଇ ବୁଧବାର ଦିନ ଡେରି ରାତି ପର୍ଯ୍ୟନ୍ତ ଚୟନକର୍ତ୍ତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଅଶ୍ୱିନୀଙ୍କ ଛଡା କେଏଲ ରାହୁଲ ଓ କୁଲଦୀପ ଯାଦବ ମଧ୍ୟ ଟିମକୁ ଫେରିବେ। କେ ଏଲ ରାହୁଲ ଓ କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ଠିକ ପୂର୍ବରୁ ଆଘାତ ହୋଇଯାଇଥିଲେ। ଟିମର ଅଧିନାୟକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ।
କିନ୍ତୁ ବିରାଟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳାଯିବାକୁ ଥିବା ସିରିଜରେ ଆରାମ ଦିଆଯାଇପାରେ। ଏହା ସହ ବୋଲର ଯଶପ୍ରୀତ ବୁମରା ମଧ୍ୟ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଅଂଶ ହେବେ ନାହିଁ। ଏହି ଦୁଇ ଖେଳାଳି ଏସିଆ କପରେ ଟିମରେ ଫେରିବେ ବୋଲି ମାନାଯାଉଛି।

ଅଶ୍ୱିନୀ ଏଥିପାଇଁ ଫେରୁଛନ୍ତି ଦଳକୁ:
ବିସିସିଆଇ ପୂର୍ବରୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ହେବାକୁ ଥିବା ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ପାଇଁ ଦଳ ଘୋଷଣା କରିଦେଇଛି। ଏକଦିବସିୟ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରିଷଭ ପନ୍ତ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ଆରାମ ଦିଆଯାଇଛି।
କିନ୍ତୁ ଟି-୨୦ ସିରିଜରେ ରୋହିତ, ରିଷଭ ଓ ହାର୍ଦିକ ଦଳକୁ ଫେରିବେ। ସେହିପରି ଆର ଅଶ୍ୱିନୀଙ୍କୁ ଟି-୨୦ ବିଶ୍ୱକପର ପ୍ଲାନର ଅଂଶ ହୋଇ ଟିମକୁ ଫେରିବାର ପ୍ରସ୍ତୁତି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।