କୋହଲି, ସ୍ମିଥ, ୱିଲିୟମସନଙ୍କୁ ପଛରେ ପକାଇ ଟେଷ୍ଟର ରାଜା ବନିଲେ ଜୋ ରୁଟ, ଦେଖନ୍ତୁ ରାଙ୍କିଙ୍ଗସ

ଆଇସିସି ପକ୍ଷରୁ ଟେଷ୍ଟର ରାଙ୍କିଙ୍ଗସ ଜାରି କରାଯାଇଛି। ବିରାଟ କୋହଲି, ରୋହିତ ଶର୍ମା, କେନ ୱିଲିୟମସନଙ୍କୁ ପଛରେ ପକାଇ ଆଗକୁ ଗଲେ ଇଂଲଣ୍ଡ ଟେଷ୍ଟ ଟିମର କ୍ୟାପଟେନ ଜୋ ରୁଟ। ଏବେ ଚାଲିଥିବା ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜର ସେ ସୁନ୍ଦର ଫର୍ମ ଦେଇ ଗତିକରୁଛନ୍ତି।

Google

ICC ପକ୍ଷରୁ ଜାରି ହୋଇଥିବା ଲିଷ୍ଟରେ ୱିଲିୟମସନ ୯୦୧ ପଏଂଟସ ପାଇ ନମ୍ବର ୨ ରେ ସ୍ଥାନ ପାଇଛନ୍ତି। ତାଙ୍କ ଛଡା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ୮୯୧ ପଏଂଟସ ପାଇ ୩ ନମ୍ବରରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଲାବୁସେନ ୮୭୮ ପଏଂଟସ ପାଇ ୪ ନମ୍ବରରେ ଅଛନ୍ତି। ଭାରତର କେବଳ ଦୁଇ ଜଣ ଟପ-୧୦ ରେ ସାମିଲ ଅଛନ୍ତି। ବିରାଟ କୋହଲି ୭୬୬ ପଏଂଟସ ସହ ୬ ନମ୍ବରରେ ଥିବା ବେଳେ ରୋହିତ ଶର୍ମା ୭୭୩ ପଏଂଟସ ପାଇ ନମ୍ବର ୫ ରେ ଅଛନ୍ତି। ସେପଟେ ନମ୍ବର ୧ ରେ ଟେଷ୍ଟରେ ସୁପରଷ୍ଟାର ଭାବେ ଓହ୍ଲାଇଥିବା ଇଂଲଣ୍ଡ କ୍ୟାପଟେନ ଜୋ ରୁଟ ୯୧୬ ପଏଂଟସ ପାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

କହିରଖୁଚୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ୧-୧ ରେ ବରାବର ଅଛି। ଜୋ ରୁଟଙ୍କ ଟେଷ୍ଟ କ୍ୟାରିୟର କଥା କହିବା ତ ସେ ୧୯୮ ଟି ଟେଷ୍ଟ ପାରିରେ ୯୨୨୧ ରନ କରିଛନ୍ତି। ତାଙ୍କ ହାଇସ୍କୋର ୨୫୪ ଅଟେ। ସେ ୨୩ ଟି ଶତକ ଏବଂ ୫୦ଟି ଅର୍ଦ୍ଧଶତକ ଲଗାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *