ଅଧିକାଂଶ ଲୋକ ଭଲ ଶିକ୍ଷାପ୍ରାପ୍ତ କରିକି ଭାବନ୍ତି ଯେ କେଉଁ ବଡ଼ କମ୍ପାନୀରେ ଚାକିରୀ ହେଉ ବୋଲି। ଅନେକ ତ ବଡ଼ କମ୍ପାନୀ ମାନଙ୍କରେ ଚାକିରୀ କରିବାପାଇଁ ସବୁକିଛି ଛାଡ଼ିଦେଇଥାନ୍ତି। ଏପରି ମଧ୍ୟ କିଛି ଲୋକଥାନ୍ତି ଯେଉଁମାନେ ନିଜ ଜନ୍ମଭୂମିକୁ ବହୁତ ଭଲ ପାଇଥାନ୍ତି। ସେମାନେ ବଡ କମ୍ପାନୀର ଚାକିରୀ ଛାଡି ତଥା ସମସ୍ତ ଭୋଗ ବିଳାସକୁ ଛାଡି ନିଜ ଜନ୍ମଭୂମିରେ ଚାଷ କରିବାକୁ ଭାବିଥାନ୍ତି। ଆଜି ସେହିପରି ଜଣେ ଯୁବ କୃଷକଙ୍କ ସମ୍ପର୍କରେ ଆପଣଙ୍କୁ କହିବୁ।

ଚାକିରୀ ଛାଡି ଆରମ୍ଭ କଲେ ପଣସର ଚାଷ:
୪୯ ବର୍ଷୀୟ ଜେମ୍ସ ଜୋସେଫ କେରଳ ର କୋଚିର ଅଧିବାସୀ ଏବଂ ସେ ମାଇକ୍ରୋସଫ୍ଟରେ କାମ କରୁଥିଲେ।ସମଗ୍ର ବିଶ୍ୱରେ ପଣସ କୁ ବିଖ୍ୟାତ କରେଇବା ପାଇଁ ନିଜ ଚାକିରୀ ଛାଡ଼ିଦେଇଥିଲେ। ତାଙ୍କୁ ପଣସ ଖାଇବାକୁ ବହୁତ ଭଲ ଲାଗେ। ପଣସରେ ଅନେକ ପ୍ରକାର ଉପାଦେୟ ତତ୍ଵ ରହିଥାଏ ଯେପରିକି ଭିଟାମିନ୍ ସି, କ୍ୟାଲସିୟମ, ଜିଙ୍କ, ପୋଟାସିଅମ, ଆଇରନ, ଫାଇବର୍ । ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହେବା ସହ ଛାତିଜନିତ ସମସ୍ତ ରୋଗରୁ ଉପଶମ ପାଇବାପାଇଁ ଏହା ସହାୟକ ହେଇଥାଏ । ଏହା ଆଜମା, ଥାଇରଏଡ୍, ଇନଫେକ୍ସନ ପାଈଁ ମଧ୍ୟ ଅନେକ ଲାଭକାରୀ ହେଇଥାଏ । ଏହା ଶରୀରର ହାଡ଼ଗୁଡିକୁ ମଜବୁତ କରିବା ସହ ଇମ୍ୟୁନିଟି ପାୱାର ମଧ୍ୟ ବଢ଼େଇଥାଏ ।
ମିଳିସାରିଛି ଷ୍ଟାର୍ଟଅପ ଇଣ୍ଡିଆର ଆୱାର୍ଡ:
ବର୍ତ୍ତମାନ ଜେମ୍ସ ନିଜ ପ୍ରୋସେସିଙ୍ଗ ୟୁନିଟ ଆପ ଏବଂ ନିଜ ବିଜନେସ ର ନାମ ଦେଇଛନ୍ତି “ଜ୍ୟାକ୍ ଫୃଟ-୩୬୫”। ୨୦୧୩ ରେ ସେ ନିଜର ବିଜନେସ ଆରମ୍ଭ କରିଥିଲେ।ସେତେବେଳେ ସେ କେବଳ ଏହି ପଣସଗୁଡ଼ିକ କୁ ସଂଗ୍ରହ କରି ଷ୍ଟୋର୍ କରିବାର କାମ କରୁଥିଲେ। ୧୮୦ଗ୍ରାମ ର ପ୍ୟାକେଟକୁ ସାଧାରଣ ତାପମାତ୍ରାରେ ଏକ ବର୍ଷଯାଏଁ ଷ୍ଟୋର୍ କରାଯାଇ ରଖାଯାଇପାରିବ। ଯେତେବେଳେ କୌଣସି ଲୋକ ଅଳ୍ପଉସୁମ ପାଣିରେ ଏହି ପ୍ୟାକେଟକୁ ପକେଇବ ତେବେ ସେ ଏକ କେ.ଜି ପଣସ ପାଇବ। ଯେତେବେଳେ ତାଙ୍କର ଏହି ସଂରକ୍ଷିତ ପଣସ ଲୋକପ୍ରିୟ ହେଲା ସେତେବେଳେ ସେ ପଣସର ଅଟା ମଧ୍ୟ ଲଞ୍ଚ କଲେ। ଏବେ ତାଙ୍କୁ ନେସନାଲ ଷ୍ଟାର୍ଟଅପ ଇଣ୍ଡିଆର ଆୱାର୍ଡ ମଧ୍ୟ ମିଳିସାରିଛି।

ଥରେ ସେ ନିଜ ସାଙ୍ଗଙ୍କ ସହ ହୋଟେଲ ତାଜକୁ ଗଲେ ଖାଇବାକୁ। ସେ ଛତୁ ଏବଂ ମାଂସ ଅର୍ଡର କରିଥିଲେ। ସେ ଦେଖିଲେ ଏହାଠାରୁ ପଣସ ତ ଅଧିକ ଉପାକାରୀ ହେବ।ତେଣୁ ସେ ସେଠାକାର ରୋଷେଇୟାଙ୍କୁ ପଚାରିଲେ ,”ପଣସ ଅତ୍ୟନ୍ତ ଉପକାରୀ ହେବାପରେ ମଧ୍ୟ ଆପଣ ପଣସ କାହିଁକି ତିଆରି କଲେନାହିଁ।”
ରୋଷେଇୟା କହିଲେ ଯେ ପଣସ ବର୍ଷସାରା ମିଳି ନଥାଏ ,ତାହା ଚିପିଚିପା ହେବା ସହ ଏକ ବାସ୍ନା ମଧ୍ୟ ଆସିଥାଏ। ତାହାପରେ ଜେମ୍ସ କହିଲେ,ଯେ ରୋଷେଇୟାଙ୍କ ଠାରୁ ପଣସ ର ଖାଇବା ପ୍ରସ୍ତୁତ କରେଇବେ। ସେ ଆଳୁ ବର୍ଗର ବଦଳରେ ପଣସର ବର୍ଗର ତିଆରି କଲେ। ଏହା ତାଙ୍କୁ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଲା। ତେଣୁ ସେ ନିଜର ଏକ ବିଜନେସ ଆରମ୍ଭ କଲେ। ଯେତେବେଳେ ସେ ନିଜ ସହରକୁ ଆସି ଏହି ପଣସର ପ୍ରୋସେସିଙ୍ଗ କରିବା ପାଇଁ ଭାବିଲେ ସେ ଜାଣିପାରିଲେ ଯେ ଏହି କାମପାଇଁ ଅଧିକ ପାଣି ଦରକାର।ପଣସକୁ ଷ୍ଟୋର୍ କରିବାପାଇଁ ଫ୍ରିଜ୍ ଡ୍ରାଯର ସାହାଯ୍ୟରେ ବର୍ଷସାରା ବଜାରରେ ପଣସ କୁ ଉପଲବ୍ଧ କରାଇହେବ।

ଡକ୍ଟର୍ କଲାମ ମଧ୍ୟ ଡାକିଥିଲେ ଭେଟିବା ପାଇଁ:
ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେଇଥାଏ। ଚାଉଳ ଏବଂ ଗହମ ଅପେକ୍ଷା ଏଥିରେ ଗ୍ଲୁକୋଜର ମାତ୍ରା କମ ଥାଏ। ଏହା ମଧୁମେହକୁ କମେଇଥାଏ। କଲାମଙ୍କ ଠାରୁ ପ୍ରେରଣା ପାଇ ଏହି ପଣସକୁ ସାମାନ୍ୟ ଡାଏଟ ରେ ସମ୍ମିଳିତ କରିବାକୁ ଭାବିଲେ। ତେଣୁ ସେ ଗାର୍ଡ ଅନ୍ ଅଫିସ ନାମକ ଏକ ପୁସ୍ତକ ଲେଖିଲେ।ଏହି ପୁସ୍ତକ କଲାମଙ୍କୁ ଏତେ ଭଲ ଲାଗିଲା କି ସେ ତାଙ୍କୁ ଦେଖା କରିବାକୁ ଡାକିଲେ। କିଛି ସମୟ ଶାନ୍ତ ରହି ସେ କହିଲେ ଯେ ଆମ ଲୋକମାନଙ୍କର ଦୈନନ୍ଦିନ ଖାଦ୍ୟପେୟରେ ଏହାକୁ ସାମିଲ କରିବାକୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ଯଦି କୌଣସି ବାଟ ମିଳିଯିବ ତେବେ ଆପଣଙ୍କର ମାର୍କେଟିଂ କରିବାରେ ସାହାଯ୍ୟ କରିବି କିନ୍ତୁ ଦୁଃଖର କଥା ଅବଦୁଲ କଲାମ ଆମକୁ ଛାଡି ଚାଲିଗଲେ। ମାତ୍ର ତାଙ୍କର ଆଶୀର୍ବାଦ ସର୍ବଦା ଆମସହ ରହିବ।
ପଣସର ଅଟା ତିଆରିରେ ହେଲେ ସଫଳ:
୫ ବର୍ଷ ପରେ ସେ ଅଟା ତିଆରିରେ ସଫଳ ହେଲେ । ମାତ୍ର ତାଙ୍କର ଅସୁବିଧା ଏବେ ସରି ନଥିଲା । ତାଙ୍କୁ ଏପରି ଅଟା ତିଆରି କରିବାକୁ ଥିଲା ଯାହାକି ଉତ୍ତର ଭାରତରେ ରୁଟି ହେଇପାରିବ ଏବଂ ଦକ୍ଷିଣ ଭାରତରେ ଦୋସା ଏବଂ ଇଟଲି ହେଇପାରିବ । ଶେଷରେ ନିଜର ଅକ୍ଲାନ୍ତ ପରିଶ୍ରମ ପାଇଁ ସେ ସଫଳ ହେଲେ । ଏହି ଅଟାର ଦାମ କେଜି ପିଛା ୧୦ ଟଙ୍କା ରହିଲା ।

୨୦୧୮ ରେ ଏହାର ପ୍ରୟୋଗ ବିଷୟରେ ସେ ଚିନ୍ତା କଲେ।ଡାକ୍ତର ନ୍ୟାୟର ଜଣେ ମଧୁମେହ ରୋଗୀ ଥିଲେ। ସେ ଏହି ଅଟାକୁ ନେଇ ଖାଇଲେ। ସେ ଦେଖିଲେ ଯେ ତାଙ୍କ ମଧୁମେହର ମାତ୍ରା କମିବା ସହ ଫାଇବର୍ ଏବଂ କୋଲେଷ୍ଟ୍ରଲ୍ ମଧ୍ୟ କମୁଛି। ନାୟାର୍ କହିଲେ କି ମେଡ଼ିସିନ ସହିତ ସେ ଏହି ଅଟାର ସେବନ କରୁଛନ୍ତି।
ସେ ଜାଣିପାରିଲେ ଯେ ଅଟା ଏବଂ ସୁଗାରର ୨ ଟି ବଟିକା ସୁଗାର କୁ କମେଇ ପାରୁଛି। ୩ ମାସ ଖାଇବା ପରେ ତାଙ୍କର ମେଡ଼ିସିନ ଏବଂ ଇନସୁଲିନ୍ ନେବା ମଧ୍ୟ କମିଗଲା। ଏବେ ସେ ୪ମାସ ହେଲା କେବଳ ଅଟା ଖାଉଛନ୍ତି। ଏହା ସହ କୌଣସି ମେଡ଼ିସିନ ଖାଉନାହାନ୍ତି। ଆମେରିକାନ୍ ଡାଇବେଟିଜ ଆସୋସିଏସନ କହିଲା କି ଯେ ପଣସ ଖାଇବା ଦ୍ବାରା ହିମୋଗ୍ଲୋବିନ,ଏଫବିଜି,ପିବିଜି କମ ହେଇଥାଏ।ମଧୁମେହ ରୋଗୀଙ୍କୁ ଏହା ପ୍ରତ୍ୟେକ ଦିନ ସେବନ ଆବଶ୍ୟକ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।