ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଅଛି କି? ତେବେ ସତର୍କ ହୋଇଯାଆନ୍ତୁ ସତର୍କ ନହେଲେ ପସ୍ତେଇବେ ।

ଆପଣ ଦେଖିଥିବେ ଅନେକ ଲୋକ ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା କ୍ଷାତା ଖୋଲିଥାନ୍ତି କିନ୍ତୁ ସେମାନେ ଏହା ଜାଣିପାରନ୍ତି ନାହିଁ ଯେ ଏହା ଦ୍ଵାରା ଅନେକ କ୍ଷତି ହୋଇପାରେ। ଏହା ଦ୍ଵାରା ବହୁତ ଥର ଆପଣ ନିଜ କଷ୍ଟରେ ଆଣିଥିବା ଗାଡିକୁ ମଧ୍ୟ ହରାଇପାରନ୍ତି। ଏହା ଉପରେ ବେସି ନଜର ରଖିବାକୁ ହେବ ବ୍ୟବସାୟୀ ଓ ଚାକିରିଆ ମାନଙ୍କୁ।ଚାକିରିଆ ଲୋକଙ୍କୁ କମ୍ପାନୀ ଗୋଟିଏ ସ୍ଥାନରେ ନ ରଖି ଅନେକ ସ୍ଥାନକୁ ପଠାଇଥାନ୍ତି। ଏଥିପାଇଁ କମ୍ପାନୀ ପ୍ରତିଥର ନୂଆ ଆକାଉଣ୍ଟ ଖୋଲିବାକୁ କହିଥାଏ। ଆପଣ ନୂଆ ଆକାଉଣ୍ଟ ଖୋଲନ୍ତି କିନ୍ତୁ ପୁରୁଣା ଆକାଉଣ୍ଟକୁ ବନ୍ଦ କରନ୍ତି ନାହିଁ। ଏହା ପରେ ଅନେକ ଦିନ ପରେ କୌଣସି ଏକ ଆକାଉଣ୍ଟରେ ଅଶୁବିଧା ହୋଇଯାଇଥାଏ। ସେଥିପାଇଁ ଯଦି ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଅଛି ତେବେ କୁହାଯାଇଥିବା ସାବଧାନତା ଉପରେ ଧ୍ୟାନ ଦିଅନ୍ତୁ।

Google
କ୍ରେଡିଟ ଓ ଡେବିଟ କାର୍ଡ ପାଇଁ ସୂଚନା:

ଯେବେ ଆପଣ ପୁରୁଣା ଆକାଉଣ୍ଟ କୁ ବନ୍ଦ କରୁଛନ୍ତି ସେବେ ଆପଣ ସେଥିରେ ଲିଙ୍କ ଥିବା କ୍ରେଡିଟ ଓ ଡେବିଟ କାର୍ଡକୁ ମଧ୍ୟ ବନ୍ଦ କରନ୍ତୁ ଯାହା ଦ୍ୱାରା ଆଗକୁ କୌଣସି ଅଶୁବିଧା ହେବନାହିଁ।

ଆବଶ୍ୟକତା ନଥିବା ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରନ୍ତୁ:

ଯଦି ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଅଛି ଯେଉଁ ଖାତା ଗୁଡିକ ଆପଣ ବ୍ୟବହାର କରୁନାହାଁନ୍ତି ତାକୁ ତୁରନ୍ତ ବନ୍ଦ କରନ୍ତୁ। ବ୍ୟାଙ୍କରେ ସର୍ଵନିମ୍ନ ପଇସା ବଢିଯାଏ ଓ ସବୁ ଖାତାରେ ମଧ୍ୟ ସର୍ଵନିମ୍ନ ପଇସା ରଖିବାକୁ ପଡେ।ଯଦି ଆପଣ ଅନେକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ସବୁଥିରେ ଆପଣଙ୍କୁ ପଇସା ରଖିବାକୁ ପଡେ।

Google
ଯଦି ଆପଣ କୌଣସି ଲୋନ ନେଇଛନ୍ତି ବନ୍ଦ ହୋଇଥିବା ଆକାଉଣ୍ଟରେ ଜଣାଇବା ଆବଶ୍ୟକ:

ଯଦି ଆପଣ ଏକ ଗୃହ ଋଣ ନେବାକୁ ଚାହୁଁଛନ୍ତି ଓ ସେହି ସମୟରେ ଯଦି ଆପଣଙ୍କର କୌଣସି ଋଣ ଖାତା ସେହିପରି ପଡିରହିଛି ଏହି କଥା ଜଣାଇବା ଉଚିତ ଓ ଯଦି ସେଥିରେ ସର୍ବନିମ୍ନ ପଇସା ରଖିନାହାଁନ୍ତି ସେଥିପାଇଁ ମଧ୍ୟ ଅସୁବିଧା ହୋଇପାରେ।

କିପରି ବନ୍ଦ କରିବେ ଦରକାର ନଥିବା ଖାତାକୁ:

ଏଥିପାଇଁ ପ୍ରଥମେ ଆପଣଙ୍କୁ ସେହି ବ୍ୟାଙ୍କକୁ ଯାଇ ଖାତା ବନ୍ଦ ଫୋର୍ମ ଓ ଡି-ଲିଙ୍କିଙ୍ଗ ଫୋର୍ମ ପୁରଣ କରିବାକୁ ହେବ।ଏହା ପରେ ଏହାକୁ କଣ ପାଇଁ ବନ୍ଦ କରୁଛନ୍ତି ତାହା କାରଣ କହିବାକୁ ହେବ ଓ ଅନ୍ୟ ଖାତା ବିଷୟରେ ଜଣାଇବାକୁ ହେବ। ସେହି ଫୋର୍ମରେ ଆପଣଙ୍କୁ ଅନ୍ୟ କୌଣସି ଏକ ଖାତା ବିଷୟରେ ତଥ୍ୟ ଦେବାକୁ ହେବ ଯେଉଁଥିରେ ଆପଣ ବନ୍ଦ ଖାତାର ପଇସା ସେୟାର କରିବାକୁ ଚାହୁଁଛନ୍ତି। ଯଦି ଖାତା ମିସିକି ଅଛି ସେଥିପାଇଁ ଆପଣଙ୍କୁ ମିସିଥିବା ଦୁହିଁଙ୍କ ଦସ୍ତଖତ ଆବଶ୍ୟକ। ଏହା ପରେ ଯଦି ଆପଣଙ୍କ ପାଖରେ ଚେକ ବହି ଓ ଡେବିଟ କାର୍ଡ ଅଛି ତାହାକୁ ମଧ୍ୟ ଜମାକରିବାକୁ ହେବ।

ଖାତା ବନ୍ଦ କରିବା ପାଇଁ ଖର୍ଚ୍ଚ:

କୌଣସି ଖାତା ଖୋଲିବାର ଯଦି ଆପଣ ୧୪ ଦିନ ଭିତରେ ସେହି ଖାତା ବନ୍ଦ କରିବେ ସେଥିପାଇଁ ବ୍ୟାଙ୍କ କୌଣସି ପଇସା ନେଇନଥାଏ କିନ୍ତୁ ଏକ ବର୍ଷ ପୂର୍ବରୁ ଖାତା ବନ୍ଦ କଲେ ଆପଣଙ୍କୁ କିଛି ପଇସା ଦେବାକୁ ହେବ। ଏକ ବର୍ଷ ପରେ ମଧ୍ୟ ଖାତା ବନ୍ଦ କଲେ କୌଣସି ଖର୍ଚ୍ଚ ହୋଇନଥାଏ।ଏହା ଅଲଗା ଅଲଗା ବ୍ୟାଙ୍କ ଉପରେ ନିର୍ଭର କରେ।

Google
କେତେ ଟଙ୍କା ମିଳିବ କେସରେ:

ଯଦି ଆପଣଙ୍କ ଆକାଉଣ୍ଟରେ ୨୦ ହଜାର ଟଙ୍କା ଅଛି ତେବେ ସେହି ଖାତା ବନ୍ଦ କଲେ ଆପଣ କେସରେ ୨୦ ହଜାର ପାଇବେ ଓ ଏହା ର ବଳକା ପଇସା ଆପଣ ସେହି ଖାତା କୁ ପଠାଇ ପାରିବେ ଯାହା ବିଷୟରେ ଆପଣ ଫର୍ମ ରେ ଲେଖିଛନ୍ତି।

କୌଣସି ଖାତା ବନ୍ଦ ପରେ ସେହି ଖାତାର ଷ୍ଟେଟମେଣ୍ଟକୁ ନିଜ ପାଖରେ ରଖନ୍ତୁ ଯାହା ଆଗକୁ ଆପଣଙ୍କ କାମରେ ଆସିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *