କେନ୍ଦ୍ର ସରକାର ଧୂମ୍ରପାନ କରିବା ନିୟମ ମାନଙ୍କୁ ଶକ୍ତ ବନେଇବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। କେନ୍ଦ୍ର ୧୮ରୁ ୨୧ବର୍ଷ ଯାଏ ସିଗାରେଟ ତଥା ତମ୍ବାକୁ ମାନଙ୍କର ଉତ୍ପାଦ ଉପରେ ଉପଭୋଗ କରିବା ପାଇଁ ଗୋଟେ ଡ୍ରାଫ୍ଟ ଅଥବା ବିଧେୟକ ପ୍ରସ୍ତୁତ କରିଛନ୍ତି। ଏହା ବ୍ୟତୀତ ଆହୁରି ଅତିରିକ୍ତ ଭାବେ ତିଆରି କର ଯାଇଥିବା ବିଧେୟକ ଉପରେ ଖୋଲା ସିଗାରେଟ ମାନଙ୍କ ବିକ୍ରି ଉପରେ ପ୍ରତିବନ୍ଧ ଲଗେଇବା , ରେଷ୍ଟୁରାଣ୍ଟ ତଥା ହଵାଈ ଅଡ୍ଡା ମାନଙ୍କ ଉପରେ ଧୂମ୍ରପାନ କରୁଥିବା ଲୋକ ମାନଙ୍କ ଉପରେ ପ୍ରତିବନ୍ଧ ଲଗେଇବା ଏବଂ ସାର୍ବଜନିକ ସ୍ଥାନ ମାନଙ୍କରେ ନିୟମ ପାଳନ କରୁ ନଥିବା ଲୋକ ମାନଙ୍କ ଉପରେ ଦଣ୍ଡ ବିଧାନ କରିବା ଇତ୍ୟାଦି ଉପରେ ଚର୍ଚ୍ଚା କରୁଛନ୍ତି।
ସରକାର ସିଗାରେଟ ତଥା ଅନ୍ୟ ତମ୍ବାକୁ ଉତ୍ପାଦ (ବିଜ୍ଞାପନ, ବ୍ୟାପାର ତଥା ବାଣିଜ୍ୟ, ଉତ୍ପାଦନ ଅପୂର୍ତ୍ତି ଆଉ ବିତରଣ ର ନିଷେଧ) ସଂଶୋଧନ ଅଧିନିୟମ , ୨୦୨୦ର ମଶଧା ତିଆରି କରିଛନ୍ତି। ପ୍ରମୁଖ ସଂଶୋଧନ ମାନଙ୍କ ଭିତରୁ ଗୋଟେ ଧାରା ୬(ଏ) ଅଛି ଯାହା ଭିତରେ ଧୂମ୍ରପାନର ବୟସ ୧୮ରୁ ବଢ଼େଇକି ୨୧ କରିଦିଆଯାଇଛି। ସଂଶୋଧନ ଅନୁସାରେ କେହି ବି ବ୍ୟକ୍ତି ଯାହାର ବୟସ ୨୧ବର୍ଷ ରୁ କମ ଅଛି ତଥା ସେହି ବ୍ୟକ୍ତି କେଉଁ ଶିକ୍ଷଣୀୟ ସ୍ଥାନ ଏବଂ ସ୍କୁଲ ତଥା କଲେଜ ଠାରୁ ୧୦୦ମିଟର ଭିତରେ ଦୂରତାରେ ଅଛି, ସେ ସିଗାରେଟ, ତମ୍ବାକୁ ତଥା ଅନ୍ୟ କିଛି ବି ଉତ୍ପାଦ ମାନଙ୍କର ବିକ୍ରି ଅଥବା ବିଜ୍ଞାପନର ଅନୁମତି ଦେଇ ପାରିବ ନାହିଁ।
ଖୋଲା ସିଗାରେଟ ବିକ୍ରି ଉପରେ ପ୍ରତିବନ୍ଧ ଲାଗିବ:
ସରକାର ଖୋଲା ସିଗାରେଟର ବିକ୍ରି ଉପରେ ବି କିଛି ପ୍ରତିବନ୍ଧ ଲଗେଇବାକୁ ସ୍ଥିର କରିଛନ୍ତି। ଧାରା ୭ରେ ଏହା କହିକି ସଂଶୋଧନ କରାଯାଇଛି। “ସିଗାରେଟ ଅଥବା କିଛି ଅନ୍ୟ ତମ୍ବାକୁ ଉତ୍ପାଦରେ ବ୍ୟାପାର ଆଉ ବାଣିଜ୍ୟ ସିଲ , ଅକ୍ଷତ ଆଉ ମୂଳ ଉତ୍ପାଦ ଉପରେ ହବ।”

ସରକାର ତୟ କରା ଯାଇଥିବା ବୟସରୁ କମ ବୟସର ବ୍ୟକ୍ତିଙ୍କର ସିଗାରେଟ ଅଥବା ଅନ୍ୟ କିଛି ତମ୍ବାକୁ ଉତ୍ପାଦ ବିକିବା ଉପରେ ଜୋରିମାନା ବଢ଼େଇକି ୧୦୦୦ ରୁ ୧ଲକ୍ଷ ଯାଏ କରାଯାଇଛି ତଥା ୧ବର୍ଷ ରୁ ୭ବର୍ଷର ଜେଲ କରାଯାଇଛି। ଏହି ପ୍ରସ୍ତାବ ପ୍ରାବଧାନ ତାର ସଂଶୋଧନରେ ଲେଖିକି ରଖିଛି।
ଏଥିରେ ସିଗାରେଟ ତଥା ଅନ୍ୟ ତମ୍ବାକୁ ମାନଙ୍କର ବିକ୍ରିରେ କମି ରହିଥିଲେ ବି ତାହା ଉପରେ ଏକ ପ୍ରାବଧାନ ଅଛି। ଏହା ଦ୍ୱାରା ତାକୁ ଗୋଟେ ବର୍ଷର ଜେଲ ତଥା ୫୦ହଜାର ଟଙ୍କା ଜୋରିମାନା ଦେବାର ବ୍ୟବସ୍ଥା ରହିଛି।
ଅବୈଧ ସିଗାରେଟ ବନେଇବା ଉପରେ ପ୍ରାୟ ୨ବର୍ଷର ଜେଲ ତଥା ୧ଲକ୍ଷ ଟଙ୍କାର ଜୋରିମାନା ଅଛି। ଏହା ସହିତ ହିଁ ପ୍ରତିବନ୍ଧ କ୍ଷେତ୍ର ମାନଙ୍କରେ ସିଗାରେଟ ପିଇବା ଦ୍ୱାରା ଜୋରିମାନା ୨୦୦ରୁ ନେଇ ୨୦୦୦ ଯାଏ କରିଦିଆଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।