କରୋନା ମହାମାରିର ପ୍ରକୋପ ପରେ ଏବେ ଆମେରିକା ଓ ଭାରତରେ କୋଭିଡ଼ ଭାକ୍ସିନର ଆରମ୍ଭ ହୋଇଯାଇଛି।ଭାରତରେ ଡ୍ରଗ୍ସ କଣ୍ଟ୍ରୋଲ ଜନରଲ ଅଫ ଇଣ୍ଡିଆ ୩ ଜାନୁଆରୀରୁ ସିରମ ଇଷ୍ଟଚ୍ୟୁଏଣ୍ଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର କରୋନା ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଦେଇଛନ୍ତି। ଏହି ଫଇସଲା ଉପରେ ବିରୋଧୀ କିଛି ନେତା ସାଇଡ଼ ଇଫେକ୍ଟର ଆଶଙ୍କା ସହିତ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ନୂଆ ପ୍ଲାନ ଚାଲିଛି।କଂଗ୍ରେସର ବରିଷ୍ଟ ନେତା ଦିଗବିଜୟ ସିଂହଙ୍କ ନାମରେ ଏକ ଦାବି କରାଯାଉଅଛି। ଏକ ଟ୍ୱିଟରେ ଦାବି କରାଯାଉଛି ଯେ ଦିଗବିଜୟ କହିଛନ୍ତିକି କରୋନା ଭାକ୍ସିନ ବ୍ୟବହାର ଦ୍ଵାରା ପ୍ରଜ-ଜ-ନ ଶକ୍ତି କମିଯିବ। ଏହି ଟ୍ୱିଟ ଦ୍ଵାରା ଦିଗ ବିଜୟ ସିଂହ ଓ କଂଗ୍ରେସ ଉପରେ ଲକ୍ଷ ସାଧା ଯାଉଛି। ଆସନ୍ତୁ ଜାଣିବା ଏହାର ସତ୍ୟାସତ୍ୟ।

ଆପଣଙ୍କୁ କହିରଖିବୁ କରୋନା ଭାକ୍ସିନର ସାଇଡ଼ ଇଫେକ୍ଟ ଆମେରିକାରେ ମଧ୍ୟ ପ୍ରକାଶ ପାଇଛି। ଆମେରିକାର ଫାଇଜର ଓ ମୋଡ଼ର୍ଣ୍ଣା ଭାକ୍ସିନ ଲଗାଇବା ଦ୍ଵାରା ଏଲର୍ଜି ଦେଖାଯାଉଛି। ଭାରତରେ ମଧ୍ୟ ଭାକ୍ସିନର ଟୀକାକରଣକୁ ନେଇ ଅନେକ କଥା କୁହାଯାଉଛି। ଏହା ପୂର୍ବରୁ କୁହାଯାଇଥିଲା କରୋନା ଭାକ୍ସିନ ସମସ୍ତଙ୍କ ପାଇଁ ଅନିବାର୍ୟ୍ଯ ଅଟେ କିନ୍ତୁ ସରକାରୀ ନୋଟିସରେ ଏପରି କୁହାଯାଇନାହିଁ।ଆସନ୍ତୁ ଏବେ ଜାଣିବା ଭାକ୍ସିନ ଲଗାଇବା ଦ୍ଵାରା ସେ-କ୍ସ ପାୱାର କମ ହୋଇଯିବର ଦାବିର ସତ କଣ?
ସର୍ଵ ପ୍ରଥମେ ଜାଣନ୍ତୁ ଭାଇରାଲ ପୋଷ୍ଟ କଣ ଅଟେ:
ଫେସବୁକରେ ଜଣେ ୟୁଜର ଗିରିସ ସୂଚକ ୪ ଜାନୁଆରୀକୁ ଦିଗବିଜୟ ସିଂହଙ୍କ ଏକ ନକଲି ଟ୍ୱିଟରକୁ ପୋଷ୍ଟ କରି ଲେଖିଛନ୍ତି ,”କଂଗ୍ରେସ ଵାଲାଙ୍କର ଏହି ମାନସିକତା ରହଛି ।ଏହି ଟ୍ୱିଟରରେ ଲେଖାଯାଇଥିଲା,”ଭାକ୍ସିନ ଲଗାଇବା ଦ୍ଵାରା ପ୍ରଜ-ଜ-ନ ଶକ୍ତି କମ ହୋଇଯିବ”।
ଏହାକୁ ଅନ୍ୟ ୟୁଜର ମାନେ ମଧ୍ୟ ସତ ଭାବି ଭାଇରାଲ କରୁଛନ୍ତି। ଫେସବୁକରେ ଅନେକ ଲୋକ ଏହା ଉପରେ ମତ ଦେଉଛନ୍ତି। କିଛି ଏହାର ମଜାକ ବନାଉଛନ୍ତି ତ କିଛି ଏହା ଉପରେ ଚିନ୍ତା ପ୍ରକାଶ କରୁଛନ୍ତି। ଟ୍ୱିଟରରେ ତ ଏହି ଦାବି ଭୟାନକ ଭାଇରାଲ ହେବାରେ ଲାଗିଛି।

ଦାବିର ସତ ଜାଣିବା ପାଇଁ ଆମେ କଲୁ ଫ୍ୟାକ୍ଟ ଚେକିଙ୍ଗ:
ଯେବେ ଆମେ ଦିଗବିଜୟ ସିଂହଙ୍କ ନାମର ଏହି ଭାଇରାଲ ଟ୍ୱିଟର ପୋଷ୍ଟ ଦେଖିଲୁ ଆମେ ଅଳ୍ପ ଗୁଗୁଲ-ସୁଗୁଲ କରିବା ପାଇଁ ଚିନ୍ତା କଲୁ। ଆମେ ଦିଗବିଜୟ ସିଂହ ଭାକ୍ସିନକୁ ଦେଇଥିବା ରାୟକୁ ଖୋଜିଲୁ ତ ଆମକୁ ଏପରି କୌଣସି ବୟାନ ମିଳିଲାନାହିଁ ଦିଗବିଜୟ ସିଂହ ଭାକ୍ସିନ ଓ ତାର ଟ୍ରାଏଲକୁ ନେଇ ଅନେକ ବୟାନ ଦେଇଛନ୍ତି କିନ୍ତୁ ପ୍ରଜ-ଜ-ନ ଶକ୍ତି କମିବା ନେଇ କୌଣସି ବୟାନ ଦେଇନାହାଁନ୍ତି। ଏହି ବୟାନକୁ ଆପଣ ଦେଖିପାରୁଥିବେ କିନ୍ତୁ ପ୍ରଜ-ଜ-ନ ଶକ୍ତି କମିବା ନେଇ ସେ କୌଣସି ବୟାନ ଦେଇ ନାହାଁନ୍ତି।
ପ୍ରକୃତରେ କଂଗ୍ରେସ ନେତା ଦିଗବିଜୟ ସିଂହ ଭାକ୍ସିନକୁ ନେଇ ଅନେକ ପ୍ରଶ୍ନ ଆଣୁଛନ୍ତି। ସେ ଟ୍ୱିଟରେ କୋଭିଡ଼ ଭାକ୍ସିନର ସାଇଡ଼ଇଫେକ୍ଟକୁ ନେଇ ମାମଲା ସେୟାର କରିଛନ୍ତି। ଏହିଭଳି ବୟାନ ଦେଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ଏଥିପାଇଁ ତାଙ୍କ ନାମରେ ଏପରି ଅନେକ ମିଛ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଏହା ବାହାରିଲା ଉତ୍ତର:
ଆମ ସନ୍ଧାନରୁ ଏହା ସଫା ଜଣାପଡ଼ିଛିକି ଦିଗବିଜୟ ସିଂହଙ୍କ ନାମରେ ଭାଇରାଲ ହେଉଥିବା ଏହି ପୋଷ୍ଟ ନକଲି ଅଟେ। ସେ ଭାକ୍ସିନକୁ ନେଇ ପ୍ରଶ୍ନ କରିଛନ୍ତି କିନ୍ତୁ ପ୍ରଜ-ଜ-ନ ଶକ୍ତି କମିବା ନେଇ କୌଣସି କଥା କହି ନାହାନ୍ତି ବୋଲି ଜଣା ଯାଇଛି।
ଭାରତରେ ଆରମ୍ଭ ହୋଇଛି କରୋନା ଭାକ୍ସିନ ଟୀକାକରଣ:
ଦେଶରେ କରୋନା ରୋଗୀଙ୍କ ପାଇଁ ଭାରତ ବାୟୋଟିକ ଆଇସିଏମଆର ସହିତ ୬ ଭାକ୍ସିନ ଆରମ୍ଭ କରିଦେଇଛି।ଭାକ୍ସିନ କେତେ ସୁରକ୍ଷିତ ଏହା ଉପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜବାବ ଦେଇଥିଲା- ସେ କହିଥିଲେ କି ଭାକ୍ସିନ ରେଗୁଲେଟେରି ଅରଥୋରେଟିର ସହମତି ପରେ ଯାଇ ଲୋକଙ୍କୁ ଦିଆଯିବ। ସୁରକ୍ଷିତ ସ-ମ୍ୱ-ନ୍ଧ ସବୁ କାର୍ଯ୍ୟ ପୁରା ହେବ। ମନ୍ତ୍ରାଳୟ ନିଶ୍ଚିତ କରିଦେଇଛିକି ଭାକ୍ସିନରେ ଅନ୍ୟ ଭାକ୍ସିନଙ୍କ ପରି ସାଧାରଣ ସାଇଡ଼ଇଫେକ୍ଟ ହୋଇପାରେ ଯେପରି ଜ୍ଵର, ଦରଜ, ଇତ୍ୟାଦି। ଦୁଇ ଡୋଜ ବିଶିଷ୍ଟ ଭାକ୍ସିନ ୨୮ ଦିନ ବ୍ୟବଧାନରେ ଦିଆଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।