ଏହି ଲୋକପ୍ରିୟ କମେଡ଼ିଆନଙ୍କର ସ୍ତ୍ରୀମାନଙ୍କୁ ଦେଖିଲେ ଆପଣ ଚକିତ ହେଇଯିବେ। ୩ନମ୍ବରରେ ଅଛନ୍ତି….

ବଲିଉଡ଼ରେ ଲୋକପ୍ରିୟ ହାସ୍ୟ ଅଭିନେତାଙ୍କର ପ୍ରସିଦ୍ଧି କୌଣସି ବଲିଉଡ ଅଭିନେତାଙ୍କ ଠାରୁ କମ୍ ନୁଁହେ। ୯୦ ଦଶକରେ ଚଳଚ୍ଚିତ୍ରରେ କମେଡ଼ିଆନ୍ ଙ୍କର ବଡ଼ ଭୂମିକା ରହୁଥିଲା। କଦର ଖାନଙ୍କ ପରି ଅଭିନେତା ନିଜର ଚମତ୍କାର କମେଡ଼ି ଦ୍ୱାରା ଲୋକମାନଙ୍କୁ ହସାଉଥିଲେ। ଆଜି ଏହି ସମୟରେ ରାଜୁ ଶ୍ରୀବାସ୍ତବ ଷ୍ଟାଣ୍ଡଅପ କମେଡିକୁ ଶୀର୍ଷରେ ପହଞ୍ଚାଇଛନ୍ତି।

Google

ଯେପରି ସମୟ ବିତିଥାଏ ସେହିପରି ଭାବେ ସବୁ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଏବେ ଆପଣମାନେ କମେଡିରେ ଅନେକ ନୂଆ ଚେହେରା ଦେଖୁଥିବେ ଯେଉଁମାନେ ଲୋକମାନଙ୍କୁ ହସେଇବାରେ କେବେ ମଧ୍ୟ ପଛରେ ପଡ଼ନ୍ତି ନାହିଁ,ଯେପରିକି କପିଲ ଶର୍ମା,କୃଷ୍ନା ଅଭିଷେକ ଏବଂ ସୁନୀଲ ଗ୍ରୋଭର ଆଦି ଅନେକ ଏପରି କଳାକାର ଅଟନ୍ତି କିନ୍ତୁ ଆଜି ଆମେ ଏମାନଙ୍କ ବିଷୟରେ କଥା ହେବାନାହିଁ। ଆମେ ଏମାନଙ୍କର ସ୍ତ୍ରୀମାନଙ୍କ ବିଷୟରେ କଥା ହେବା ଯେଉଁମାନଙ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।

ରାଜପାଲ ଯାଦବ:ରାଜପାଲ ଯାଦବ ହିନ୍ଦୀ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଅଟନ୍ତି ଯିଏ କି ହିନ୍ଦୀ ଚଳଚ୍ଚିତ୍ରରେ ନିଜର କମିକ ରୋଲ ପାଇଁ ଜଣା ଯାଇଥାନ୍ତି। ସେ ନିଜର କମିକ ଟାଇମିଙ୍ଗ ପାଇଁ ସର୍ବଦା ଲୋକପ୍ରିୟ ଅଟନ୍ତି। ରାଜପାଲ ଯାଦବ ଙ୍କର ପତ୍ନୀଙ୍କର ନାମ ରାଧା ଯାଦବ ଅଟେ। ତାଙ୍କର ଭେଟ କାନାଡ଼ାରେ ଶୁଟିଂ ସମୟରେ ହେଇଥିଲା। ସେହି ଦୁଇଜଣଙ୍କର ଝିଅର ନାମ ହେଉଛି ହନି।

ସୁନୀଲ ଗ୍ରୋଭର:ଆଜିର ସମୟରେ ସୁନୀଲ ଗ୍ରୋଭରଙ୍କୁ କିଏ ଅବା ନ ଜାଣେ। କମେଡି ଦୁନିଆରେ ଜଣେ ଜଣାଶୁଣା ନାମ ଏବଂ ସେ ଜଣେ ଚମତ୍କାର କମେଡିଆନ୍ ଭାବେ ପରିଚିତ। ଆପଣମାନଙ୍କୁ କହିଦେଉଛୁ ଯେ ସେ ଇଣ୍ଟେରିଅର ଡିଜାଇନର ଆଦିତିଙ୍କୁ ବିବାହ କଲେ। ସେ ଦୁଇଜଣ ସର୍ବଦା ଖୁସିରେ ରହିଥାନ୍ତି। ତାଙ୍କର ଏକ ଦୁଇ ବର୍ଷର ପୁଅ ମୋହନ ମଧ୍ୟ ରହିଛି।

Google

ଜନି ଲିଭର:ଜନି ଲିଭର ଙ୍କର ବାହାଘର ସୁଜାତାଙ୍କ ସହିତ ହେଇଥିଲା। ତାଙ୍କର ଏକ ପୁଅ ଏବଂ ଝିଅ ଗୋଟିଏ ରହିଛି।ଝିଅ ଜେନି ଏକ ଷ୍ଟାଣ୍ଡଅପ କମେଡିଆନ ଅଟେ।ପୁଅ ନାମ ଜେସ ଅଟେ। ଜନି କହିଥାନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ପାଇଁ ସେ ଏତେବର୍ଷ ବଲିଉଡରେ ଅଛନ୍ତି। ତାଙ୍କ ସ୍ତ୍ରୀ ସର୍ବଦା ତାଙ୍କ ସହ ଥାଆନ୍ତି।

Google

ସଞ୍ଜୟ ମିଶ୍ର:ସଞ୍ଜୟ ମିଶ୍ର ଭାରତୀୟ ଚଳଚ୍ଚିତ୍ର ଅଭିନେତା ଯେ କି ଚଳଚ୍ଚିତ୍ର ଏବଂ ଧାରାବାହିକରେ ନିଜର ଅଭିନୟ ପାଇଁ ବେଶ୍ ଲୋକପ୍ରିୟ। ତାଙ୍କର ପ୍ରଥମ ବିବାହ ଅସଫଳ ଥିଲା। ତେଣୁ ସେ ବହୁତ ଡରୁଥିଲେ। ମାତ୍ର ପରିବାରଲୋକଙ୍କ କହିବାରୁ ସେ ପୁଣି ୨୦୦୯ ରେ ପୁଣି ଆଉଥରେ ବିବାହ କଲେ। ସେ କିରଣ ମିଶ୍ରଙ୍କୁ ବିବାହ କଲେ।ତାଙ୍କର ଦୁଇଜଣ ପିଲା ରହିଛନ୍ତି।ପାଲ ମିଶ୍ର ଏବଂ ଲମହା ମିଶ୍ର।

ରାଜୁ ଶ୍ରୀବାସ୍ତବ:ରାଜୁ ଶ୍ରୀବାସ୍ତବ ନିଜର ଅବଜେକ୍ସନାଲ କମେଡି ପାଇଁ ସର୍ବଦା ଲୋକପ୍ରିୟ। ସେ ନିଜର ଦୈନନ୍ଦିନ ଜୀବନ ଘଟଣାର ଉଦାହରଣ ଦେଉଥିଲେ ଏବଂ ତାହାକୁ କମେଡି ର ରୂପ ଦେଉଥିଲେ। ସେ ଶିଖା ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଛୁଆମଧ୍ୟ ରହିଛି।

କୃଷ୍ନା ଅଭିଷେକ:ତାଙ୍କ ପତ୍ନୀ କଶ୍ମୀରା ସାହାଙ୍କୁ ସମସ୍ତେ ଜାଣନ୍ତି। ସେ ବହୁ ବର୍ଷ ଧରି ରିଲେସନରେ ଥିଲେ ଏବଂ ୨୦୧୩ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କର ଏବେ ଏକ ଯାଆଁଳା ଛୁଆ ମଧ୍ୟ ହେଇଥିଲା।

Google

ସୁନୀଲ ପାଲ: ସୁନୀଲ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତା।ତାଙ୍କ ସ୍ତ୍ରୀଙ୍କର ନାମ ହେଉଛି ସରିତା। ତାଙ୍କର ଦୁଇଜଣ ପୁଅ ମଧ୍ୟ ରହିଛି ପ୍ରବଳ ଏବଂ ସରଳ।

କିକୁ ସାରଦା: ତାଙ୍କୁ କିଏ ଅବା ନ ଜାଣେ। କମେଡି ନାଇଟ ଉଇଥ କପିଲ ରେ ସେ ଅନେକ ନାମ ଅର୍ଜନ କରିଥିଲେ।ତାଙ୍କ ସ୍ତ୍ରୀଙ୍କ ସହ ନଚ୍ ବଲିୟେ ରେ ଥିଲେ।

ଚନ୍ଦନ ପ୍ରଭାକର : କପିଲ ଶର୍ମା ସୋରେ ଚନ୍ଦୁ ଚାଇବାଲା ଓରଫ ଚନ୍ଦନ ପ୍ରଭାକର ୨୦୧୫ରେ ଚାନ୍ଦନୀ ଖାନ୍ନାଙ୍କୁ ବିବାହ କରିଥିଲେ। ଏହା ସହ ସେ ଅଢେଇ ମାସ ର ଏକ ଛୋଟ କନ୍ୟା ଶିଶୁର ଫଟୋ ମଧ୍ୟ ସେୟାର କରିଥିଲେ।

Google

ଅଲ୍ଲୀ ଅସଗର: ଟିଭି ସୋ କମେଡି ନାଇଟ ଉଇଥ କପିଲରେ ଦାଦି ଭୂମିକାରେ ନଜର ଆସି ବେଶ ଲୋକପ୍ରିୟ ହେଇଥିଲେ। ଏବେ ସେ ନାନୀ ଭୂମିକାରେ ନଜର ଆସୁଛନ୍ତି।ତାଙ୍କ ସ୍ତ୍ରୀଙ୍କର ନାମ ହେଉଛି ରିଦ୍ଧିକା ଅଟେ। ତାଙ୍କର ଦୁଇଟି ସନ୍ତାନ ରହିଛି।

କପିଲ ଶର୍ମା: କମେଡିଆନ କପିଲ ଶର୍ମା ଏବେ ଯାଏଁ ଅବିବାହିତ ରହିଛନ୍ତି। ସେ ଏବେ ତାଙ୍କ ଗାର୍ଲଫ୍ରେଣ୍ଡ ଗିଁନୀଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏବେ ତାଙ୍କର ବ୍ରେକଅପର ମଧ୍ୟ ଖବର ଆସୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *